• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାନ୍ଦିପୁର: ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍‌ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି । ପୂର୍ବରୁ ସେନାରେ ସାମିଲ ହୋଇ ସାରିଥିବା କ୍ଷେପଣାସ୍ତ୍ର ଆକାଶର ଏହା ହେଉଛି ନୂଆ ଭର୍ସନ । ଯାହାର ନାଁ ଆକାଶ ପ୍ରାଇମ୍ । ଏକ ମାନବବିହୀନ ଡମି ଏୟାରକ୍ରାଫ୍ଟକୁ ଆକାଶମାର୍ଗରେ ସଠିକ୍ ଲକ୍ଷ୍ୟ ଭେଦ କରିବା ସହ ଏହାକୁ ଧ୍ୱଂସ କରିବାରେ ସମର୍ଥ ହୋଇଛି ଆକାଶ ପ୍ରାଇମ୍

 

ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି କ୍ଷେପଣାସ୍ତ୍ର । ଯାହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓ, ଭାରତୀୟ ସ୍ଥଳସେନା ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରକୁ ବିଶ୍ୱସ୍ତରୀୟ ବୋଲି ବର୍ଣ୍ଣନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

Other Stories

  • Dillip Ghosh
    National ପ୍ରଚାର ବେଳେ BJP ନେତାଙ୍କୁ ଦୁର୍ବ୍ୟବହାର, TMC କହିଲା ବିଜେପି ଆହୁରି ତଳକୁ ଖସୁଛି

    ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି...

  • Shivsena attack on AIMIM chief Asaduddin Owaisi
    National ଅସଦୁଦ୍ଦୀନ ଓୱେସୀ ବିଜେପିର ଅଣ୍ଡରଗାର୍ମେଣ୍ଟ : ଶିବସେନା

    ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା...

  • Digital Health Card
    National ଏଣିକି ଡିଜିଟାଲ୍ ମୋଡ୍‌ରେ ସ୍ୱାସ୍ଥ୍ୟ ସେବା

    ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍‌ରୁ ଓ ସ୍ପେଶାଲ୍ ଆପ୍‌କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ...

  • same gender marriage
    International ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ଅନୁମତି

    ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା...