Advertisment

ଏସିଡିଟିରୁ ମୁକ୍ତ କରିବ ଏହି ସବୁ ଯୋଗାସନ

ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

author-image
Pramod Behera
Yoga for Acidity

ହଳାସନ :

Halasanaହଳାସନ

ଏହି ଯୋଗାସନ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଭୂମିରେ ଶୋଇଯିବାକୁ ହେବ। ଏହା ପରେ ଦୁ‍ଇ ଗୋଡକୁ ଧୀରେ ଧୀରେ ଉଠେଇ ମୁଣ୍ଡ ଉପରକୁ ନେବାକୁ ହେବ। କିଛି ସମୟ ପାଇଁ ଏହିଭଳି ସ୍ଥିତିରେ ରହିବାକୁ ହେବ। ଏହି ଆସନକୁ ସବୁଦିନେ କରିବା ଦ୍ୱାରା ଏହା ଆପଣଙ୍କୁ ଏସିଡିତିରୁ ମୁକ୍ତିଦେବା ସହ ଓଜନ କମେବାରେ ମଧ୍ୟ ସହଯୋଗ କରିବ।

କପାଳଭାତି:

Kapalabhatiକପାଳଭାତି

କପାଳଭାତି କରିବା ପାଇଁ ପ୍ରଥମେ ଆପଣଙ୍କୁ ଯେକୌଣସି ଧ୍ୟାନାସନରେ ବସିବାକୁ ହେବ। ହାତ ମୁଦ୍ରା କରି ଆଣ୍ଠୁ ଉପରେ ରଖିବାକୁ ହେବ। ଏହା ପରେ ଗଭୀର ଶ୍ୱାସ ନେଇ ପେଟକୁ ଧକ୍କା ଦେଇ ସବୁ ଶ୍ୱାସ ବାହାର କରିବାକୁ ହେବ। ଏହି ସମୟରେ ପେଟକୁ ଭିତରୁ ନେବାକୁ ହେବ। ଏହା କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ। କିନ୍ତୁ ଏହି ଅଭ୍ୟାସକୁ ଦୈନିକ କରିବାକୁ ହୋଇଥାଏ।

Advertisment

ଭସ୍ତ୍ରିକା:

Bhastrikaଭସ୍ତ୍ରିକା

ଏହା ଏକ ପ୍ରାଣାୟମ। ଏହାକୁ କରିବାକୁ ହେଲେ ପ୍ରଥମେ ଧ୍ୟାନସ୍ଥ ହୋଇ ବସିବାକୁ ହୋଇଥାଏ। ଶ୍ୱାସ ଉପରେ ନଜର ରଖି ଲମ୍ବା ଶ୍ୱାସ ନେବା ସହ ଛାଡିବାକୁ ହୋଇଥାଏ। ଏହା ଦ୍ୱାରା ଶରୀରରେ ଉଚିତ ଭାବେ ରକ୍ତ ସଂଚାଳନ ହୋଇଥାଏ। ଫଳରେ ଏସିଡିଟି ଓ ଅପଚ ଭଳି ସମସ୍ୟା ଦୂର ହୋଇଥାଏ।

ଉଷ୍ଟ୍ରାସନ:

Ustrasanaଉଷ୍ଟ୍ରାସନ

ଏହି ଆସନ କରିବାକୁ ହେଲେ ପ୍ରଥମେ ଆଣ୍ଠୁ ଉପରେ ବସିବାକୁ ହୋଇଥାଏ। ଏହା ପରେ ଧୀରେ ଧୀରେ ପଛକୁ ଝୁଙ୍କି ଡାହାଣ ହାତରେ ଡାହାଣ ଗୋଇଠି ଓ ବାମ ହାତରେ ବାମ ଗୋଇଠିକୁ ଧରିବାକୁ ହୁଏ। ଏହାପରେ ବେକ ଓ ମୁଣ୍ଡକୁ ପଛକୁ ଭାଙ୍ଗି ଅଣ୍ଟାକୁ ଆଗକୁ ନେବାକୁ ହୁଏ। ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦୂର ହେବା ସହ ପିଠି ପିଡା ଦୂର ହେବା ସହ ଶିରା ପ୍ରଶିରାକୁ ଆରାମ ମିଳିଥାଏ।

Special Story Yogasana
Advertisment
Advertisment