Advertisment

ଦୁନିଆର ସବୁଠାରୁ ଲମ୍ବା ନାକ; ଲମ୍ବ ସାଢେ ତିନି ଇଞ୍ଚ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଜବ ପ୍ରତିଭା ନେଇ ରେକର୍ଡ ତିଆରି କରିଛନ୍ତି। ସେହିଭଳି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଜନ୍ମରୁ ଏମିତି କିଛି ଫିଚର ନେଇ ଆସିଥାନ୍ତି ଯାହା ଦ୍ୱାରା ତାଙ୍କର ନାମ ୱାର୍ଲ୍ଡ ରେକର୍ଡର ଖାତାରେ ସାମିଲ୍ ହୋଇ ରହିଯାଏ। ଏହି ଫିଚର ତାଙ୍କୁ ଭଗବାନଙ୍କ ତରଫରୁ ମିଳିଥାଏ ବୋଲି କୁହାଯାଏ।

author-image
Pramod Behera
Worlds biggest nose

Worlds biggest nose

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଜବ ପ୍ରତିଭା ନେଇ ରେକର୍ଡ ତିଆରି କରିଛନ୍ତି। ସେହିଭଳି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଜନ୍ମରୁ ଏମିତି କିଛି ଫିଚର ନେଇ ଆସିଥାନ୍ତି ଯାହା ଦ୍ୱାରା ତାଙ୍କର ନାମ ୱାର୍ଲ୍ଡ ରେକର୍ଡର ଖାତାରେ ସାମିଲ୍ ହୋଇ ରହିଯାଏ। ଏହି ଫିଚର ତାଙ୍କୁ ଭଗବାନଙ୍କ ତରଫରୁ ମିଳିଥାଏ ବୋଲି କୁହାଯାଏ। ଯେପରିକି ସବୁଠାରୁ ଲମ୍ବା ମଣିଷ, ସବୁଠାରୁ ମୋଟା ଲୋକ, ସବୁଠାରୁ ଛୋଟ ଲୋକ ଏହିଭଳି ଅନେକ କିଛି।

Advertisment
Worlds biggest noseଦୁନିଆର ସବୁଠାରୁ ଲମ୍ବା ନାକ

ତେବେ ଆଜିକାଲି ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଜୋରଦାର ଚର୍ଚ୍ଚା ହେଉଛି। ଏହି ବ୍ୟକ୍ତିଙ୍କର ନାକ ହିଁ ତାଙ୍କୁ ଲୋକପ୍ରିୟ କରିଦେଇଛି। ଏହି ବ୍ୟକ୍ତିଙ୍କର ନାକ ଦୁନିଆରେ ଥିବା ସବୁ ମଣିଷଙ୍କ ନାକ ଠାରୁ ଲମ୍ବା ବୋଲି ଦେଖାଯାଇଛି। ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଯେ ଏହି ବ୍ୟକ୍ତିଙ୍କୁ ବର୍ତ୍ତମାନ ୭୧ ବର୍ଷ ହୋଇଥିଲେ ବି ତାଙ୍କ ନାକ ଏବେ ବି ବଢୁଛି।

Advertisment

ସବୁଠାରୁ ଲମ୍ବା ନାକ ଥିବା ଏହି ବ୍ୟକ୍ତିଙ୍କ ନାମ ତୁର୍କ ମେହମେତ ହୋଇଥିବା ବେଳେ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି। ତାଙ୍କ ନାକ ଠାରୁ ବଡ ନାକ ଆଉ କାହାର ବି ନାହିଁ। ତୁର୍କ ମେହମେତଙ୍କ ନାକର ଲମ୍ବା ହେଉଛି ୮.୮ ସେମି। ଅର୍ଥାତ ତାଙ୍କ ମୁହଁ ଠାରୁ ତାଙ୍କ ନାକ ସାଢେ ତିନି ଇଞ୍ଚ ଆଗକୁ ବାହାରିଛି। ତୁର୍କ ମେହମେତ ଗିନିଜ୍ ବୁକ୍‌ରେ ତାଙ୍କର ଏହି ରେକର୍ଡ ଦୀର୍ଘ ୧୧ ବର୍ଷ ହେବ ବଜାୟ ରଖିଛନ୍ତି।

ପ୍ରତି ବର୍ଷ କେହି ନା କେହି ଲୋକ ତାଙ୍କ ରେକର୍ଡ ଭାଙ୍ଗିବା ନେଇ ସାମ୍ନାକୁ ଆସୁଛନ୍ତି। କିନ୍ତୁ କୌଣସି ବି ବ୍ୟକ୍ତିଙ୍କ ନାକ ତାଙ୍କ ଠାରୁ ଲମ୍ବା ହୋଇନି। ଏହାର କାରଣ ଏହା ଯେ ଏବେ ବି ତାଙ୍କ ନାକ ବଢିବାରେ ଲାଗିଛି।

ନିକଟରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୋସିଆଲ୍ ମିଡିଆରେ ତୁର୍କ ମେହମେତଙ୍କ ବିଷୟରେ ପୋଷ୍ଟ୍‌ କରିଛି। କମ୍ପାନୀ ନିଜର ଅଫିସିଆଲ୍ ପେଜ୍‌ରେ ଟ୍ୱିଟ୍ କରି କହିଛି ଯେ ତୁର୍କ ମେହମେତଙ୍କ ନାକ ଦୁନିଆର ସବୁଠାରୁ ବଡ ନାକ। ୧୧ ବର୍ଷ ଧରି ଏହି ଟାଇଟଲ ଧରି ରଖିଥିବାରୁ ତାଙ୍କୁ ଶୁଭେଚ୍ଛା।

ତୁର୍କ ମେହମେତ ୨୦୧୦ ମସିହାରୁ ଏହି ରେକର୍ଡ ବଜାୟ ରଖିଥିଲେ ମଧ୍ୟ ଏହାର ମାନେ ନୁହେଁ ଯେ ତାଙ୍କ ଠାରୁ ଆହୁରି ବଡ ନାକ କାହାରି ନ ଥିଲା। ଆଜିଯାଏ ସବୁଠାରୁ ବଡ ନାକ ଅଷ୍ଟାଦଶ ଶତାବ୍ଦୀରେ ରେକର୍ଡ କରାଯାଇଥିଲା। ସେ ଥିଲେ ଇଂରେଜୀ ଥମାସ୍ ୱେଡର୍ସ। ତାଙ୍କ ନାକ ୭ ଇଞ୍ଚ ଥିଲା। ଅର୍ଥାତ ମେହମେତଙ୍କ ନାମର ଦୁ‍ଇ ଗୁଣ। କୁହାଯାଏ ଯେ ଥମାସ ଏକ ସର୍କସ ପାର୍ଟୀରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ତୁର୍କ ମେହମେତ ଏହି ସ୍ଥାନ ନେଇଛନ୍ତି।

Worlds Biggest Nose Special Story
Advertisment
Advertisment