Advertisment

ବିବାହ ବିଚ୍ଛେଦରେ ଛାଡପତ୍ର ପାର୍ଟୀ ଦେଲେ ମହିଳା

ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ।

author-image
Pramod Behera
Woman throw divorce party

Woman throw divorce party

ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଅଧିକାଂଶଙ୍କ ପାଇଁ ଏହି ଯନ୍ତ୍ରଣାଦାୟକ ହୋଇଥାଏ। କିନ୍ତୁ ଆମ ପାଖରେ ଏପରି ଏକ ଖବର ଅଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ। ଏଥିରେ ସେ ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ଡାକିଥିଲେ ଏବଂ ବହୁତ ମଜାମସ୍ତି ମଧ୍ୟ କରିଥିଲେ।

Advertisment
Woman throw divorce partyଛାଡପତ୍ର ପାର୍ଟୀ ଦେଲେ ମହିଳା

ସୂଚନା ମୁତାବକ ୪୫ ବର୍ଷୀୟ ସୋନିଆ ଗୁପ୍ତା ୧୭ ବର୍ଷ ପରେ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଛାଡପତ୍ର ପରେ ସେ ମନ ଦୁଃଖ କରିବା ଠିକ୍ ମନେ କରି ନ ଥିଲେ। ସେ ମନସ୍ଥ କରିନେଲେ ଯେ ଏନେଇ ସେ ଖୁସି ହେବେ ଏବଂ ଛାଡପତ୍ରକୁ ମଧ୍ୟ ପାଳନ କରିବେ। ସେଥିପାଇଁ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ।

Advertisment

ତେବେ ସୋନିଆଙ୍କ ଏହି ଛାଡପତ୍ର ପ୍ରକ୍ରିୟା ସମାପ୍ତ ହେବାକୁ ୩ ବର୍ଷ ଲାଗି ଯାଇଗଲା, ଯେଉଁଥିପାଇଁ ସେ ବହୁତ ଖୁସି। ଛାଡପତ୍ର ପାର୍ଟୀ ଅବସରରେ ସେ ଏକ ରଙ୍ଗୀନ ପୋଷାକ ପିନ୍ଧିଥିଲେ ଏବଂ କାନ୍ଧରେ ଏକ ସ୍ୟାସ୍ ପକେଇଥିଲେ ଯେଉଁଥିରେ ଫାଇନାଲି ଡାଇଭର୍ସ ବୋଲି ଲେଖାଥିଲା। ସେ ତାଙ୍କ ଅତିଥିମାନଙ୍କୁ ମଧ୍ୟ କହିଥିଲେ ଯେ ପାର୍ଟୀକୁ ଚମତ୍କାର ପୋଷାକ ପିନ୍ଧି ଆସିବାକୁ।

Woman throw divorce partyଛାଡପତ୍ର ପାର୍ଟୀ ଦେଲେ ମହିଳା

ସୋନିଆ କହିଛନ୍ତି ଯେ ୧୭ ବର୍ଷ ପୂର୍ବେ ୨୦୦୩ ମସିହାରେ ସେ ଭାରତରେ ତାଙ୍କର ଆରେଞ୍ଜ ମ୍ୟାରେଜ୍ ହୋଇଥିଲା। ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ବ୍ରିଟେନ ପଳେଇଥିଲେ। ସୋନିଆ ତାଙ୍କ ବିବାହରେ ଆଦୌ ଖୁସି ନ ଥିଲେ ଏବଂ ଏହି ସମ୍ପର୍କ ତାଙ୍କ ପ୍ରକୃତ ବ୍ୟକ୍ତିତ୍ୱକୁ ଛଡ଼ାଇ ନେଇଥିଲା ଏବଂ ସେ ଯାହା ନଥିଲେ ତାହା କରିଦେଇଥିଲା। ସେ କିଛି ବର୍ଷ ପାଇଁ ଆଡଜଷ୍ଟ କରି ଚାଲିଥିଲେ କିନ୍ତୁ ତା’ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ସ୍ଥିର କରିଥିଲେ।

ମହିଳା ଜଣକ କହିଛନ୍ତି ଯେ ପୂର୍ବରୁ ସେ ବହୁତ ଖୁସି ଜୀବନଯାପନ କରୁଥିଲେ, କିନ୍ତୁ ବିବାହ ବନ୍ଧନରେ ସେ ନିଜର ପ୍ରକୃତ ସ୍ୱଭାବକୁ ହରାଇଥିଲେ। ଯେତେବେଳେ ସେ ତାଙ୍କ ପରିବାରକୁ କହିଥିଲେ, ସେମାନେ ଛାଡପତ୍ରକୁ ବିରୋଧ କରିଥିଲେ କିନ୍ତୁ ମହିଳାଙ୍କ ସାଙ୍ଗ ଏବଂ ତାଙ୍କ ଦୁଇ ପୁଅ ତାଙ୍କୁ ବହୁତ ସମର୍ଥନ କରିଥିଲେ। ସୋନିଆଙ୍କ କହିବା କଥା, ଲୋକମାନେ ଅନୁଭବ କରନ୍ତି ଯେ ଛାଡପତ୍ର ପରେ ଜଣେ ମହିଳାଙ୍କ ଜୀବନ ନଷ୍ଟ ହୋଇଯାଏ, କିନ୍ତୁ ଏହା ଆଦୌ ନୁହେଁ।

ଏହି ମହିଳା ଜଣକ ବର୍ତ୍ତମାନ ଜଣେ ଆକାଉଣ୍ଟ୍ ମ୍ୟାନେଜର। ମହିଳାଙ୍କ ଛାଡପତ୍ର ପ୍ରକ୍ରିୟା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଏବଂ କୋର୍ଟରେ ୫ଟି ଆପିୟରାନ୍ସ ଓ ୩ଟି ଟ୍ରାଏଲ ପରେ ତିନି ବର୍ଷର ଦୀର୍ଘ ସମୟ ପରେ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରାଯାଇଥିଲା।

New Delhi Britain
Advertisment
Advertisment