Advertisment

ମାୟାବୀ ନାରୀ; ନିମିଷକେ ବଦଳେଇ ପାରନ୍ତି ରୂପ!

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛନ୍ତି ମାୟାବୀ ନାରୀ। ପୌରାଣିକର କାହାଣୀ ପରି ସେ ବି ନିମିଷକେ ବଦଳେଇ ଦେଇ ପାରୁଛନ୍ତି ନିଜ ରୂପ। ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ।

author-image
Pramod Behera
ଅଦ୍ୟତନ ହୋଇଛି
Woman shares quick transformation

Woman shares quick transformation

ସୋସିଆଲ୍ ମିଡିଆରେ ଆପଣ ବିଭିନ୍ନ ପ୍ରକାର ଭିଡିଓ ଦେଖିଥିବେ। ଏଥିରେ ଅନେକ ପ୍ରତିଭାଙ୍କୁ ମଧ୍ୟ ଭେଟିଥିବେ। ଏମିତି କିଛି ପ୍ରତିଭା ମଧ୍ୟ ଦେଖିଥିବେ ଯାହାକୁ ଆପଣ କେବେ ବି ବିଶ୍ୱାସ କରି ପାରୁ ନ ଥିବେ। ଏବେ ଏଭଳି ଏକ ଭିଡିଓ ଜଣେ ମହିଳା ଟିକ୍‌ଟକ୍‌ରେ ଶେୟାର କରିଛନ୍ତି ଯାହାକୁ ଦେଖି ଆପଣ ଚକିତ ହୋଇ ରହିଯିବେ।

Advertisment

ମାୟାବୀର କଥା ଆପଣ ନିଶ୍ଚିତ ପୌରାଣିକ କାହାଣୀଗୁଡିକରେ ଦେଖିଥିବେ। ଦେଖିଥିବେ ଅସୁର ହୁଅନ୍ତୁ କି ଦେବତା ହୁଅନ୍ତୁ ନିମିଷକରେ ରୂପ ବଦଳେଇବାର। ଦେଖିଥିବେ ନାରୀ କେତେବେଳେ ପୁରୁଷ ହେଇଯିବାର ତ ପୁଣି କେତେବେଳେ ଅସୁର ଦେବତା ରୂପରେ ଆସି କିଛି ମାୟା ରଚିବାର। ଏହା ବାସ୍ତବରେ ସମ୍ଭବ ବୋଲି ଯଦି କିଏ କୁହେ ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ପୁରାଣର ଏହି କଥାରେ ବାସ୍ତବରେ କରି ଦେଖେଇଛନ୍ତି ଏହି ମହିଳା। ସେ ଏଭଳି ମାୟାବୀ କଳା ବ୍ୟବହାର କରୁଛନ୍ତି ଯେ ପଲକରେ ନିଜ ରୂପ ବଦଳେଇ ଦେଉଛନ୍ତି।

କାନାଡାରେ ରହୁଥିବା କ୍ଲୋଇ ଫାଉଣ୍ଟେନଙ୍କ ଏକ ଭିଡିଓକୁ ଟିକ୍‌ଟକ୍‌ରେ ଖୁବ ପସନ୍ଦ କରାଯାଉଛି। ଏହି ଭିଡିଓରେ ପ୍ରଥମେ ଜଣେ ବୃଦ୍ଧ ମହିଳା ଦେଖାଯାଉଛନ୍ତି ଆଉ ମାତ୍ର କିଛି ସମୟ ଭିତରେ ସେ ଖୁବ୍ ସୁନ୍ଦର ମହିଳା ହୋଇ ଯାଉଛନ୍ତି। ଯେଉଁମାନେ ବି ଏହି ଭିଡିଓକୁ ଦେଖୁଛନ୍ତି ସେମାନେ ମହିଳାଙ୍କ ଏହି ମାୟାରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବୃଦ୍ଧା ଓ ସେହି ସୁନ୍ଦରୀ ମହିଳା ସମାନ ବୋଲି ସେମାନେ ବିଶ୍ୱାସ କରିପାରୁ ନାହାନ୍ତି।

Advertisment

ମେକ୍‌ଅପ୍ ଟ୍ରାନ୍ସଫର୍ମେସନ୍ :

ଭିଡିଓରେ ପୂର୍ବରୁ ଦେଖାଯାଇଥିବା ମହିଳାଙ୍କ ମୁହଁରେ କୌଣସି ମେକ୍‌ଅପ୍ ନାହିଁ ଏବଂ ସେ ବିଲ୍‌କୁଲ୍ କୁଞ୍ଚିତ ଓ ଶୁଖିଲା ଚର୍ମରେ ଦେଖାଯାଉଛନ୍ତି। ତାଙ୍କ ଆଖି ତଳେ କଳା ଦାଗ ସହିତ ମୁଣ୍ଡରେ ପାଚିଲା ଚୁଟି ଦେଖାଯାଉଛି। କିନ୍ତୁ କିଛି ସେକେଣ୍ଡର ବ୍ୟବଧାନରେ ମହିଳାଙ୍କ ରୂପ ବଦଳିଯାଉଛି। ସେ ଜଣେ ସୁନ୍ଦର ତରୁଣୀ ହୋଇ ଉଭା ହେଉଛନ୍ତି। ତାଙ୍କର ସୁନ୍ଦର ଓଠ ସାଙ୍ଗକୁ ସୁନ୍ଦର କେଶ, ସୁନ୍ଦର ଗାଲ, ସୁନ୍ଦର ଆଇବ୍ରୋ ଦେଖାଯାଉଛି ଆଉ ଚର୍ମରେ କୌଣସି କୁଞ୍ଜ ନାହିଁ। କ୍ଲୋଇ ତାଙ୍କ ଭିଡିଓରେ ଲେଖିଛନ୍ତି ଯେ ମେକ୍‌ଅପ୍ ଟ୍ରାନ୍ସଫର୍ମେସନ୍ କିଛି ବି କରିପାରେ, ଏହି ଦୁଇଜଣ ଅଲଗା ନୁହଁନ୍ତି ବରଂ ସମାନ ମହିଳା ବୋଲି ସେ କହିଛନ୍ତି।

ଦେଖଣାହାରୀ କରିପାରୁ ନାହାନ୍ତି ବିଶ୍ୱାସ :

ଏହି ଭିଡିଓ ଦେଖିବା ପରେ ଲୋକେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ଦୁଇଜଣ ସମାନ ବ୍ୟକ୍ତି ହୋଇପାରିବେ ନାହିଁ। ସେହିପରି ଆଉ ଜଣେ କୁହନ୍ତି ଯେ ଭିଡିଓରେ ଜେଜେମା ଓ ଜଣେ ନାତୁଣି ଅଛନ୍ତି। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ଏମାନେ ମା’ ଓ ଝିଅ। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଏଥିରେ ଫିଲ୍ଟର ବ୍ୟବହାର କରାଯାଇଛି। ଲୋକମାନେ ଏହି ଭିଡିଓକୁ ଆଦୈ ବିଶ୍ୱାସ କରିପାରୁ ନାହାନ୍ତି। କିନ୍ତୁ କ୍ଲୋଇ ସ୍ପଷ୍ଟ କରିଛନ୍ତି ଯେ ଏହା ମେକ୍‌ଅପ୍‌ର ହିଁ କରାମତି।

Viral Video
Advertisment
Advertisment