Advertisment

ଇନ୍‌ଷ୍ଟାଗ୍ରାମ ଭିଡିଓ ପାଇଁ ରାସ୍ତା ମଝିରେ ଡ୍ୟାନ୍ସ କରି ଅଡ଼ୁଆରେ ଯୁବତୀ

ମହଙ୍ଗା ପଡ଼ିଲା ବ୍ୟସ୍ତବହୁଳ ରାସ୍ତାରେ ଡ୍ୟାନ୍ସ କରିବା। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବତୀ ଟ୍ରାଫିକ୍‌ ସିଗ୍ନାଲ ରେଡ୍‌ ହେବା ପରେ ମଧ୍ୟ ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ଅପଲୋଡ୍‌ କରିବା ପାଇଁ ଯୁବତୀ ଜଣକ ଏଭଳି କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Dancing On Road

Woman Dancing On Road

ଇନ୍ଦୋର: ମହଙ୍ଗା ପଡ଼ିଲା ବ୍ୟସ୍ତବହୁଳ ରାସ୍ତାରେ ଡ୍ୟାନ୍ସ କରିବା। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବତୀ ଟ୍ରାଫିକ୍‌ ସିଗ୍ନାଲ ରେଡ୍‌ ହେବା ପରେ ମଧ୍ୟ ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ଅପଲୋଡ୍‌ କରିବା ପାଇଁ ଯୁବତୀ ଜଣକ ଏଭଳି କରିଥିବା ଜଣାପଡ଼ିଛି। ହେଲେ ଯୁବତୀଙ୍କ ଏହି ଭିଡିଓ ନିଶା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଓ ଏହି ଭିଡିଓକୁ ନେଇ ବର୍ତ୍ତମାନ ସେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ଯୁବତୀଙ୍କ ନିକଟକୁ ନୋଟିସ୍ ପଠାଇଛି।  

Advertisment

ଶ୍ରେୟା କାଲରା ନାମକ ଏହି ଯୁବତୀ ୩ ଦିନ ପୂର୍ବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେଆର କରିଥିଲେ। ଯାହା ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, କଳା ରଙ୍ଗର କପଡ଼ାରେ ନଜର ଆସିଥିବା ଶ୍ରେୟା ଟ୍ରାଫିକ୍‌ର ଜେବ୍ରା କ୍ରସିଂ ଆଡ଼େ ଦୌଡ଼ି ଡ୍ୟାନ୍ସ କରିଥିଲେ। ଏହାପରେ ରାସ୍ତା ପାର୍‌ ହେଉଥିବା ଗାଡ଼ି ଗୁଡ଼ିକର ଗତି ଧୀର ହୋଇଯାଇଥିଲା। ଏହି ସମୟରେ ଟ୍ରାଫିକ ସିଗ୍ନାଲରେ ଗାଡ଼ି ଧରି ଛିଡ଼ା ହୋଇଥିବା ଲୋକେ ଶ୍ରେୟାଙ୍କ ଏହି ଡ୍ୟାନ୍ସର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା। 

Advertisment

ଭିଡଓଟି ଇନ୍ଦୋରର ରସୋମା ଛକରେ ଶୁଟିଂ କରାଯାଇଥିବା ଜଣାପଡ଼ିଛି। ଭିଡିଓକୁ ନେଇ ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟସ୍‌ ଦେଇଛନ୍ତି। ଶ୍ରେୟା ଭିଡିଓକୁ ଇନ୍‌ଷ୍ଟାରେ ଅପଲୋଡ୍‌ କରିବା ସହ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ‘ଭିଡିଓ ମାଧ୍ୟମରେ ସେ ଫଲୋର୍ସଙ୍କୁ ନିୟମ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ‘ଦୟାକରି, ନିୟମ ଉଲ୍ଲଂଘନ କରନ୍ତୁ ନାହିଁ। ରେଡ୍‌ ସିଗ୍ନାଲର ଅର୍ଥ ଆପଣ ସିଗ୍ନାଲରେ ଅଟକିବେ। ଏଥିପାଇଁ ମୁଁ ଡ୍ୟାନ୍ସ କରିଥିଲି।’ ଏହାସହ ଫଲୋର୍ସଙ୍କୁ ମାସ୍କ ପିନ୍ଧିବା ପାଇଁ ମଧ୍ୟ ଶ୍ରେୟା ଅନୁରୋଧ କରିଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ, ସୋସିଆଲ ମିଡିଆରେ ଫେମସ୍‌ ହେବା ଲାଗି ଯୁବପିଢ଼ିମାନେ ଏଭଳି ଭିଡିଓ କରି ଅଡ଼ୁଆରେ ପଡ଼ିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି। 

Madhya Pradesh Viral Video Instagram Viral Videos
Advertisment
Advertisment