/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626885046.jpg)
primary School
ଭୁବନେଶ୍ୱର: ଆଇସିଏମ୍ର୍ ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ? ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ଅନୁସାରେ, ବୟସ୍କଙ୍କଠାରୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ । ୬ରୁ ୯ ବର୍ଷ ପିଲାଙ୍କଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ ଓ ୧୦ରୁ ୧୭ ବର୍ଷ କିଶୋରଙ୍କ ମଧ୍ୟରେ ଏହା ୬୧.୬ ପ୍ରତିଶତ ବୋଲି ଜଣାପଡ଼ିଛି । ତେଣୁ ପ୍ରଥମେ ପ୍ରାଥମିକ ସ୍କୁଲ୍, ପରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ପରାମର୍ଶ ଦେଇଛନ୍ତି ଆଇସିଏମ୍ଆର୍ ଡିଜି । ଏହି ପରାମର୍ଶକୁ ଡିଏମ୍ଇଟି ସ୍ୱାଗତ କରିବା ସହ ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ କଲେ ତାକୁ ପାଳନ କରାଯିବ ବୋଲି କହିଛନ୍ତି ।
Also Read
ଏହାସହ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଅନ୍ୟମାନଙ୍କୁ ସୁରକ୍ଷିତ କଲା ପରେ ଯାଇ ସ୍କୁଲ ପିଲାମାନଙ୍କୁ ପର୍ଯ୍ୟାୟ କ୍ରମେ ଟିକାକରଣରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ସେରୋ ପ୍ରିଭେଲାନ୍ସ ଅଧିକ ଥାଇ ବି ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଆଉ ୨-୩ ମାସ ଅପେକ୍ଷା କରି ଟିକାକରଣ ପରେ ସ୍କୁଲ ଖୋଲାଯାଉ ବୋଲି ମତ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ।
ସ୍କୁଲ ଖୋଲାଯିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ସ୍କୁଲ୍ର ଅନ୍ୟ ଷ୍ଟାଫ୍ମାନଙ୍କ ଡବଲ ଡୋଜ୍ ଟିକାକରଣ ଜରୁରୀ ବୋଲି ମଧ୍ୟ ଆଇସିଏମ୍ଆର୍ ଡିଜି ପରାମର୍ଶ ଦେଇଥିଲେ । ତେବେ ରାଜ୍ୟରେ କିନ୍ତୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି । ଏମିତି କି ଆଗାମୀ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବା ବେଳେ ଏଥିପାଇଁ ନିଯୁକ୍ତ ସମସ୍ତ ଶିକ୍ଷକମାନଙ୍କ ଟିକାକରଣ ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ସେପଟେ ବିନା ଟିକାରେ ସ୍କୁଲକୁ ପିଲାଙ୍କୁ ପଠେଇବାକୁ ମନା କରିଛନ୍ତି କିଛି ଅଭିଭାବକ । ତେଣେ ଆଗକୁ ସ୍କୁଲ୍ ଖୋଲିବାର ସମ୍ଭାବନା ଥିବାରୁ ଶ୍ରେଣୀ ଗୃହ, କଳାପଟା, ସାଙ୍ଗସାଥୀଙ୍କୁ ଦେଢବର୍ଷ ହେବ ଝୁରୁଥିବା ପିଲାମାନଙ୍କ ମନରେ ଏବେ ଉତ୍ସାହ ।
୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ରେ ପାଠପଢ଼ା ଆରମ୍ଭ ହେବ । ହେଲେ ସ୍ଥଳ ବିଶେଷରେ ଏହି ନିଷ୍ପତ୍ତିକୁ ଜିଲ୍ଲାପାଳଙ୍କ ଉପରେ ମଧ୍ୟ ନ୍ୟସ୍ତ କରିଥିଲେ ରାଜ୍ୟ ସରକାର । ଏବେ ଆଇସିଏମ୍ଆର୍ ଡିଜିଙ୍କ ପରାମର୍ଶ ପରେ ଆଭିମୁଖ୍ୟ କଣ ହେଉଛି ତାଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1626677157.jpg )




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)