Advertisment

ଏଠାରେ ଆସେ ଦୁଇଟି ବିଦ୍ୟୁତ୍ ବିଲ୍: କାହିଁକି?

ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ। କିନ୍ତୁ ଏହି ଲେଖାରେ ଆମେ ଆମ ଦେଶ ବିଷୟରେ ଆଲୋଚନା କରୁନୁ। ଏଠାରେ ଆମେ ୟୁରୋପର ସବୁଠାରୁ ବିକଶିତ ରାଷ୍ଟ୍ର ଜର୍ମାନୀର କଥା କହୁଛୁ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏଠି ଲୋକଙ୍କୁ ଦୁଇ ପ୍ରକାରର ବିଦ୍ୟୁତ୍ ବିଲ୍‌ ଭରଣ କରିବାକୁ ହୋଇଥାଏ।

author-image
Pramod Behera
Why you will have to pay two electric charges here

ସାଧାରଣତଃ ଜର୍ମାନୀ ଏକ ଥଣ୍ଡାପ୍ରଧାନ ଦେଶ। ତେଣୁ ଘରଗୁଡିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥାଏ। ଘରକୁ ରହିବା ଉପଯୁକ୍ତ କରିବା ନେଇ ସେଥିରେ ଉଷ୍ମତାର ବ୍ୟବସ୍ଥା କରିବାକୁ ହୋଇଥାଏ। ଏହା ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରତି ଘରକୁ ଗରମ ପାଣି ଯୋଗାଣର ଅଲଗା ବ୍ୟବସ୍ଥା ମଧ୍ୟ କରିଥାଏ। ଏଭଳି ସ୍ଥିତିରେ ଯଦିବି ଆପଣ ଜର୍ମାନୀର କୌଣସି ସହରରେ କୌଣସି ବି ଘରେ ଭଡାରେ ରହିବାକୁ ଯାଆନ୍ତି ତେବେ ଆପଣଙ୍କୁ ହିଟିଂ ଓ ଗରମ ପାଣି ପାଇଁ ବିଜୁଳି ଖର୍ଚ୍ଚ ଦେବାକୁ ପଡିଥାଏ।

ହିଟିଂ ଓ ଗରମ ପାଣିର ଖର୍ଚ୍ଚ ଆପଣଙ୍କ ଘରର ‘ୱାର୍ମ ରେଣ୍ଟ’ରେ ସାମିଲ ହୋଇଥାଏ। ଏହାକୁ ସ୍ଥାନୀୟ ଭାଷାରେ ୱାର୍ମୀଟି ବୋଲି କୁହାଯାଏ। ଏହି ବିଲକୁ ପ୍ରତି ମାସରେ ଘର ମାଲିକଙ୍କୁ ଦେବାକୁ ହୋଇଥାଏ।

Advertisment

ଏହା ସହିତ ଅନ୍ୟଏକ ବିଲ୍ ବିଭିନ୍ନ ବୈଦ୍ୟୁତିକ ଉପକରଣ ବ୍ୟବହାର ଯୋଗୁଁ ଆସିଥାଏ। ଏହାର ଭରଣ ଆପଣଙ୍କୁ ପାୱାର କମ୍ପାନୀକୁ କରିବାକୁ ହୋଇଥାଏ। ଆପଣଙ୍କ ଘରେ ଆପଣ ଯେଉଁ ଫ୍ରିଜ୍, ୱାଶିଙ୍ଗ ମେସିନ୍, ଓଭାନ୍, ଲାଇଟ୍, କମ୍ପ୍ୟୁଟର ଆଦି ବ୍ୟବହାର କରୁଛନ୍ତି ଏଥିରେ ଖର୍ଚ୍ଚ ହେଉଥିବା ବିଜୁଳି ଏହି ତାଲିକାରେ ରହିଛି।

ୱାର୍ମ ରେଣ୍ଟ୍ ବା ୱାର୍ମୀଟୀ ଘରକୁ ଉଷୁମ୍ କରିବା ସହିତ ପାଣି, ଅଳିଆ ସଫା ତଥା ଅନ୍ୟ ଜିନିଷ ପାଇଁ ଆସିଥାଏ। ଏହା ମାସକୁ ପାଖାପାଖି ୫୦ରୁ ୨୦୦ ୟୁରୋ ପର୍ଯ୍ୟନ୍ତ ଆସିଥାଏ। ଯେତେବେଳେ ଆପଣ ଇଣ୍ଟରନେଟ୍‌ରେ ଘର ଖୋଜୁଛନ୍ତି ସେତେବେଳେ ଆପଣଙ୍କୁ ଏହି ୱାର୍ମୀଟୀ ନିଶ୍ଚିତ ଦେବାକୁ ପଡିବ।

ତେବେ ଏସବୁ ଆପଣଙ୍କ ବିଜୁଳି ଖର୍ଚ୍ଚ କରିବା ଅଭ୍ୟାସ ଉପରେ ନିର୍ଭର କରେ। ଗୋଟିଏ ସାଧାରଣ ଘରେ ପ୍ରତି ବ୍ୟକ୍ତି ପିଛା ପାଖାପାଖି ୧୫ଶହରୁ ୨ହଜାର କିଲୋୱାଟ୍ ବିଜୁଳି ଖର୍ଚ୍ଚ ହୋଇଥାଏ। ଜର୍ମାନୀର ପ୍ରାୟ ପାୱାର କମ୍ପାନୀ ଗୋଟିଏ ବେସ୍ ପ୍ରାଇସ୍ ଆଧାରରେ ପ୍ରତି କିଲୋୱାଟ୍‌ର ଚାର୍ଜ ଆଦାୟ କରିଥାନ୍ତି।
ଏଠାରେ ବିଜୁଳି ବିଲ୍ ଆପଣଙ୍କ ଆନୁମାନିକ ଖର୍ଚ୍ଚ ଉପରେ ଆଧାର କରେ। ଆପଣ ନିଜେ ଠିକ୍ କରିପାରିବେ ଆପଣ ମାସକୁ କେତେ ବିଦ୍ୟୁତ୍ ବିଲ୍ ଦେଇପାରିବେ। ବର୍ଷ ଶେଷରେ ଦେଖାଯିବ ଯେ ଆପଣ କେତେ ବିଜୁଳି ଖର୍ଚ୍ଚ କରିଛନ୍ତି। ଯଦି ଆପଣ ଆପଣଙ୍କୁ ଅନୁମାନ ଖର୍ଚ୍ଚ ଠାରୁ ଅଧିକ ଖର୍ଚ୍ଚ କରିଥିବେ ତେବେ ଆପଣଙ୍କୁ ଆଉ ଏକ ବିଲ୍ ଦିଆଯିବ। ଏଥିରେ ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚର ବିବରଣୀ ଥିବ। ଏହାର ଦେୟ ଆପଣଙ୍କୁ ହିଁ ଭୋଗିବାକୁ ହେବ।

Germany Special Story Electric Bill
Advertisment
Advertisment