Advertisment

ଭାରିଗଦା ମେଗା ପାନୀୟଜଳ ପ୍ରକଳ୍ପ: ସରକାର ଓ ବିଭାଗୀୟ ଅଧିକାରୀ ଦେଇଛନ୍ତି କି ମିଥ୍ୟା ତଥ୍ୟ?

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ମଞ୍ଜୁରୀ କରିଥିବା ଅଭିଯୋଗଆଣି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି ।

author-image
Sarbeswar
kendrapada

kendrapada

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ମଞ୍ଜୁରୀ କରିଥିବା ଅଭିଯୋଗଆଣି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି । ଜଳସମ୍ପଦ ବିଭାଗର ସଚିବ ଅନୁ ଗର୍ଗ, କେନ୍ଦ୍ରାପଡ଼ା ପ୍ରାକ୍ତନ ଜିଲାପାଳ ସମର୍ଥ ବର୍ମା, ବର୍ତ୍ତମାନ ଜିଲାପାଳ ଅମ୍ରିତ ଋତୁରାଜ ଓ ରାଜନଗରର ପ୍ରାକ୍ତନ ଡିଏଫଓ ବିକାଶ ଚନ୍ଦ୍ର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ତଦନ୍ତ କରି ଏମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦେବେନ୍ଦ୍ର ଶର୍ମା ଏତଲାରେ ଲେଖିଛନ୍ତି।

Advertisment

ସୂଚନା ଅନୁସାରେ, ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଏବଂ ପ୍ରକଳ୍ପ କାମ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପୂର୍ବରୁ ଆନ୍ଦୋଳନକାରୀ କହିସାରିଛନ୍ତି। ତେବେ ଧାରଣାକୁ ଯିବା ଆଗରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିକୁ ଅଗଷ୍ଟ ୧୫ରେ ଭେଟିଥିଲା କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ। ସେମାନେ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲାର ୪ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରାପଡ଼ା ଭାରିଗଦାରେ ଏକ ମେଗା ପ୍ରକଳ୍ପ ହେଉଛି। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଗତ ଅଗଷ୍ଟ ୧୨ ତାରିଖ ଏହା ଉଗ୍ରରୂପ ଧାରଣା କରିଥିଲା ଓ ଲୋକମାନେ ବ୍ୟାପକ ଭଙ୍ଗା ରୁଜା କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଥିଲା।

Advertisment

ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ପୂର୍ବେ ଏଥିପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ଯାହାକୁ ନେଇ ସ୍ଥାନୀୟ ଲୋକ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଛନ୍ତି।

Kendrapara Odisha
Advertisment
Advertisment