Bettle Farmer
ଭୁବନେଶ୍ୱର : ଚିନ୍ତାରେ କଟକ ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ । ପାନ ଦର ମାନ୍ଦା ଥିବାରୁ ଏବେ ଚାଷୀ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି । ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣର ଦର ହୁ ହୁ ହୋଇ ବଢିଚାଲିଛି । ହେଲେ ପାନ ଦର ବଢୁନି । ତେଣୁ କିଛି ଚାଷୀଙ୍କ ବେଉସା ବୁଡିବାକୁ ବସିଲାଣି । ଏପଟେ କିଛି ଦିନ ତଳେ ଲଗାଣ ବର୍ଷା ଚାଷୀଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି ।
କଟକ ଜିଲ୍ଲା ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ ପୁରୁଷ ପୁରୁଷ ଧରି ପାନ ଚାଷ କରି ଚଳିଆସୁଥିଲେ । ଦିନକୁ ଦିନ ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣ ସହ ମଜୁରୀର ଅହେତୁକ ବୃଦ୍ଧି ପାଇଛି । ଏପଟେ କରୋନା ପାଇଁ ଦୁଇ ବର୍ଷ ହେଲା ପାନର ଚାହିଦା ନାହିଁ । ଫଳରେ ଦର ମାନ୍ଦା ରହିଛି । ତେଣୁ ପାନ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ପରିବାର ଏବେ ଚିନ୍ତାରେ । କ’ଣ କରିବେ, ପରିବାର କିପରି ଚଳିବ ଭାଳେଣି ପଡ଼ିଛି ।
ଅନ୍ତର୍ଯ୍ୟାମୀ ନାମକ ଜଣେ ପାନଚାଷୀ କହିଛନ୍ତି, ଦୁଇ ବର୍ଷ ହେଲା ଲକଡାଉନ୍ ହେତୁ ଚଳିବାକୁ ଭାରି କଷ୍ଟ ହେଉଛି । ପୂର୍ବ ପରି ପାନ ବିକ୍ରି ହେଉନି । ସରକାର ଏଥିପ୍ରତି କିଛି ଦୃଷ୍ଟି ଦେଉନାହାନ୍ତି । କଷ୍ଟେମଷ୍ଟେ ପିଲାଙ୍କୁ ଧରି ଚଳିବାକୁ ପଡ଼ୁଛି । ଆଗକୁ ବରଜ କାମ ହେବ । ବାଉଁଶ, ପାଖୁଡ଼ି କିଣିବା ପାଇଁ ପାଖରେ ଟଙ୍କା ଟିଏ ବି ନାହିଁ ।
Also Read
ବିଶେଷ କରି ନିଆଳି ପାନର ଚାହିଦା ଦେଶ ବିଦେଶରେ ମଧ୍ୟ ରହିଛି । ନିଆଳି, କାଳିଆଘାଇ, ବନମାଳୀପୁର ଆଦି ସାପ୍ତାହିକ ହାଟରୁ ପାନ ଖରିଦ କରି ରାଜ୍ୟ ବାହାର ସହ ବିଦେଶକୁ ରପ୍ତାନୀ କରିଥାନ୍ତି । ହେଲେ କରୋନା ଲକ୍ଡାଉନ ପରଠାରୁ ପାନ ବିକ୍ରି ପ୍ରଭାବିତ ହୋଇଛି । କିଛି ସରକାରୀ ସହାୟତା ମିଳିଲେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଚାଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1626677974.jpg )



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)