• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା( ଦିଲ୍ଲୀପ କୁମାର ସାହୁ) : ବିନା ଗୁରୁରେ ଓସ୍ତାତ୍, ଛାତ୍ରଙ୍କ ହାତରେ ଯାଦୁ । ପାଠପଢା ସହ ନିଆରା କଳାକୃତି । ରଥଯାତ୍ରା ଦେଖିବାକୁ ପୁରୀକୁ ଯାଇଁ ପାରୁନାହାନ୍ତି କଲେଜ ଛାତ୍ର । ହେଲେ ଅବ୍ୟବହୃତ କାର୍ଟୁନ ପେଟିରେ ନିଜେ ତିଆରି କରିଛନ୍ତି ନନ୍ଦିଘୋଷ ରଥ । ଅବିକଳ ନନ୍ଦିଘୋଷ ଭଳି ରଥରେ ଭାଇ ଭଉଣୀଙ୍କୁ ବସାଇ ଆଣିଲେ ଘରକୁ । ଆଉ ଏଇ ରଥକୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଜଗନ୍ନାଥ,ସୁଭଦ୍ରା ଓ ବଳଭଦ୍ରଙ୍କୁ ଦେଖିଲେ ଘଡିଏ ଚାହିଁ ରହିବେ । ସେହିପରି ସୋଲରେ ଇଣ୍ଡିଆ ଗେଟ୍ ଓ ଅଯୋଧ୍ୟାର ରାମ ମନ୍ଦିର ତିଆରି କରି ଚର୍ଚ୍ଚାରେ ତରଣୀ ସାହୁ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଂସାରୀପଡାର ଯୁକ୍ତ ତିନି ପ୍ରଥମ ବର୍ଷର କଲେଜ ଛାତ୍ର ତରଣୀ ସାହୁ । ଅବ୍ୟବହୃତ କାର୍ଟୁନ ପେଟିରେ ଅବିକଳ ନନ୍ଦିଘୋଷ ରଥ ଓ ସୋଲରେ ତିଆରି କହିଛନ୍ତି ଇଣ୍ଡିଆ ଗେଟ୍ ଏବଂ ଅଯୋଧ୍ୟାର ରାମ ମନ୍ଦିର । ଅଦରକାରୀ ସାମଗ୍ରୀ କାର୍ଟୁନ ପେଟି ଓ ସୋଲ ପାଇଗଲେ ପୂରା ବ୍ୟସ୍ତ ରହିଯାଆନ୍ତି ତରଣୀ । ଆଉ ତା ପରେ ଗୋଟିଏ ପରେ ଗୋଟିଏ ସୁନ୍ଦର କଳାକୃତି ତିଆରି କରିଥାନ୍ତି । ତରଣୀ ପିଲାଟି ଦିନରୁ ମାଟି ମୁର୍ତ୍ତି ଓ ଚିତ୍ରକଳା ପ୍ରତି ଅଧିକ ଆଗ୍ରହ ଦେଖାଉଥିଲା । ସିଦ୍ଧାର୍ଥ କଲେଜରେ ପାଠ ପଢିବା ସହିତ ଦୃଢଇଚ୍ଛା ଶକ୍ତି ବଳରେ ଗୁଗୁଲରେ ଫଟୋ ଦେଖି ତିଆରି କରିଛନ୍ତି ରାମ ମନ୍ଦିର,ନନ୍ଦିଘୋଷ ରଥ ଓ ଇଣ୍ଡିଆ ଗେଟ୍ । 

କେବଳ ରାମ ମନ୍ଦିର,ଇଣ୍ଡିଆ ଗେଟ୍ ଓ ନନ୍ଦିଘୋଷ ରଥ ନୁହେଁ ମାଟିରେ ମଧ୍ୟ ଅତି ମନଲୋଭା ମୂର୍ତ୍ତି ତିଆରି କରିଛନ୍ତି । ଶିବ, ପାର୍ବତୀ, ଗଣେଶ, ଦୁର୍ଗା, ଗୌତମ ବୁଦ୍ଧ ଆଦି ବିଭିନ୍ନ ପ୍ରକାରର ମୁର୍ତ୍ତି ଘରେ ସଜାଇ ରଖିଛନ୍ତି ।  ବିନା ଗୁରୁରେ ନିଜସ୍ୱ ଉଦ୍ୟମରେ ଏଇ କଲେଜ ଛାତ୍ର ତରଣୀ ଗୁଗୁଲରେ ଫଟୋ ଦେଖି ଏ ସବୁ ଜିନିଷ ତିଆରି କରିଛନ୍ତି । ନିଖୁଣ କଳାକୃତି ପାଇଁ ସେ ସ୍ଥାନୀୟ ଅଚଂଳରେ ବେଶ ନା ମଧ୍ୟ କରିଛନ୍ତି ।

ତରଣୀ ପିଲା ଦିନରୁ ଏଥିପ୍ରତି ଆଗ୍ରହ ଦେଖାଉଥିଲା । କାର୍ଟୁନ୍ ତଥା ଅବ୍ୟବହ୍ୟୁତ ସାମଗ୍ରୀରେ ରଥ ତିଆରି କରୁଛି । ପୁଅ ଭଲ ଡ୍ରଇଁ ମଧ୍ୟ କରେ । କାହାର ସହଯୋଗ ନଥିଲେ ମଧ୍ୟ ସେ ନିଜେ ନିଜେ ସବୁ କରୁଛି । ଲୋକମାନେ ତା’ର କାରିଗରୀ ଦେଖି ବହୁତ ଖୁସି ହେଉଛନ୍ତି । ଘରକୁ ଅନେକ ଲୋକ ଦେଖି ଆସୁଛନ୍ତି ବୋଲି କହିଛନ୍ତି ତରଣୀଙ୍କ ମା’ ।

ତରଣୀଙ୍କୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ଓ ସହଯୋଗ ମିଳିଲେ, ସେ ଆଗକୁ ଆହୁରୀ କିଛି କରିପାରିବେ ବୋଲି ଆଶା ରଖିଛନ୍ତି । ସେପଟେ ବିନିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇବା ପରେ ସରକାରଙ୍କୁ ଜଣାଇବୁ , ଆଉ ସେହି ଅନୁସାରେ ସାହାଯ୍ୟ ପାଇ ପାରିବେ ବୋଲି କହିଛନ୍ତି ।