Advertisment

ପ୍ରେମ, ପ୍ରତାରଣା ପରେ ଜେଲ୍‌ରେ ବିବାହ

ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍‌ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍‌ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ।

author-image
Rajalaxmi Sahoo
ପ୍ରେମ, ପ୍ରତାରଣା ପରେ ଜେଲ୍‌ରେ ବିବାହ

marriage inside jail

ଚୌଦ୍ୱାର: ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍‌ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍‌ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ।

Advertisment

ସୂଚନା ଅନୁସାରେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ପିଠାପଡ଼ା ଗାଁର ଚିନ୍ମୟୀ ସେଠୀ ଏବଂ ସାଲେପୁର କଟରୋପା ଅଞ୍ଚଳର ଅଂଶୁମାନ ମଲ୍ଲିକ ପରସ୍ପରକୁ ଭଲ ପାଉଥିଲେ। ତେବେ କିଛିଦିନ ପରେ ଅଂଶୁମାନ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଚିନ୍ମୟୀ ଜାଣିବାକୁ ପାଇଲେ।  ଏନେଇ ଗାଁରେ ବୈଠକ ଡାକିବା ପରେ ବି କୌଣସି ସୁଫଳ ନ ମିଳିବାରୁ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ ଆଧାରରେ ୨୦୨୦ ନଭେମ୍ବର ମାସରେ ଅଂଶୁମାନଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଥିଲା। ୯ ମାସ ଜେଲରେ ରହିବା ପରେ ଅଂଶୁମାନ ଚିନ୍ମୟୀଙ୍କୁ ବାହା ହେବାକୁ ଆଗ୍ରହ ପ୍ରକାଶ କରିବାରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଜେଲ୍‌ କର୍ତ୍ତୃପକ୍ଷ ଏବଂ ପରିବାର ଉପସ୍ଥିତିରେ ଉଭୟଙ୍କ ବାହାଘର ହୋଇଛି।

ସୁପରିନଟେଣ୍ଡେଣ୍ଟ, ଚୌଦ୍ୱାର ସର୍କଲ ଜେଲ୍ ସୁପରିନଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ କହିଛନ୍ତି, ‘ବିବାହ ପାଇଁ pocso କୋର୍ଟଙ୍କ ଅନୁମତି ମିଳିଥିଲା। ଏହାପରେ ଜେଲ୍‌ ଭିତରେ କନଫରେନ୍ସ ହଲ୍‌ରେ ବିଚାରାଧୀନ କଏଦୀ ଅଂଶୁମାନ ମଲ୍ଲିକଙ୍କ ବିବାହ ଅନୁଷ୍ଠିତ ହୋଇଥିଲା’।

Odisha Marriage Inside Jail Cuttack Choudwar Circle Jail
Advertisment
Advertisment