• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ସବିତା ଓ ରାଇଧର

  • ମାଓବାଦୀ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର

  • ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା

  • ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ବୋଲି କହିଲେ ସବିତା

  • କରୋନା ଭୟରେ ଉଭୟ ଆତ୍ମସମର୍ପଣ କରିଥିବା ସୂଚନା

ମାଲକାନଗିରି : ମାଲକାନଗିରିରେ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା । ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ସେପଟେ ଆଜି ପୋଲିସ ଡିଜି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲିରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଛନ୍ତି । ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀ ଓ ମାଲକାନଗିରି ଏସପି ଉପସ୍ଥିତ ଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ସହ ଆଲୋଚନା କରିଥିଲେ ପୋଲିସ ଡିଜି । ଏହାପୂର୍ବରୁ ଡିଜି କୋରାପୁଟର ସୁନାବେଡ଼ାଠାରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଥିଲେ । ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସଏଫ ଆଇଜି, ଆଇଜି ହେଡକ୍ୱାଟର୍ସ ଓ କୋରାପୁଟ ଏସପି ଉପସ୍ଥିତ ଥିଲେ ।

ସେହିପରି ଖୋର୍ଦ୍ଧାରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ ହୋଇଛି । ୧୦ଟି ଚୋରା ବନ୍ଧୁକ ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଖୋର୍ଦ୍ଧା-ରଣପୁର ସୀମାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ବୁଟୁ ଓରଫ ବସନ୍ତ ମହାରଣା ଓ ଜଗା ଓରଫ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଉଭୟଙ୍କ ଘର ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରେ ।ଏମାନଙ୍କ ବିରୋଧରେ ପୂର୍ବରୁ ବେଆଇନ ଅସ୍ତ୍ରଶସ୍ତ୍ର ଠୁଳ ମାମଲା ରହିଛି । ଚୋରା ବନ୍ଧୁକ କାରବାରରେ ବସନ୍ତ ମହାରଣା ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା । ଏମାନଙ୍କ ନାଁରେ ଅନ୍ୟ କେଉଁ ଅଭିଯୋଗ ରହିଛି । କିମ୍ବା ଏହାର ଆନ୍ତଃରାଜ୍ୟ ଲିଙ୍କ୍ ଅଛି ନା ନାହିଁ ତାହାର ତଦନ୍ତ କରୁଛି ଏସଟିଏଫ । ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ STF ଚଢ଼ାଉ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫର ବଛା ବଛା ଅଫିସରଙ୍କୁ ନେଇ ଚଢ଼ାଉ କରାଯାଇଥିଲା ।