/odishatv-khabar/media/post_attachments/uploadimage/library/16_9/16_9_0/man-killed-11_1625473038.jpg)
Two Drown To Death
ଭଦ୍ରକ: ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
ଆଜି ସକାଳେ ନପଙ୍ଗ ବାଙ୍କମୁହାଁ ଗାଁର ଲକ୍ଷ୍ମୀଧର ପୂର୍ତ୍ତି ଶୌଚ ପାଇଁ ଯାଇଥିବାବେଳେ ଅସାବଧାନତା କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଧାମନଗର ରାମରାକୂଳର ସୁଶାନ୍ତ ସାହୁ ଶୌଚ ପାଇଁ ସକାଳେ ବୈତରଣୀ ନଦୀକୁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ପାଣିରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲା।
ଅନ୍ୟପକ୍ଷେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରଥପୁର ଗାଁରେ ଏକ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ୨ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥିତି ପୁରାପୂରି ବେହାଲ। ବ୍ୟାପକ ବର୍ଷାରେ କେଉଁଠି ଚାଷ ଜମିର ଘାଇ ଭାଙ୍ଗିଛି ତ ଆଉ କେଉଁଠି ଛୋଟ ବଡ ନାଳର ଘାଇ। ଫଳରେ ଅନେକ ସ୍ଥାନରେ ଏବେବି ଚାଷଜମିରେ ଛୁଟୁଛି ପାଣିର ସୁଅ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଗାଁରେ ଏବେ ବି ଏଭଳି ସ୍ଥିତି ରହିଛି। ପ୍ରବଳ ବର୍ଷାରେ ଗାଁର ୩ ଶହ ଏକରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)