• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଓଡ଼ିଶା ପାଇଁ ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ

  • ନିଜ ନାଚର ଯାଦୁରେ ଅନେକଙ୍କୁ କରିଛନ୍ତି କିମି

  • ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଜିତିଲେ ପୁରସ୍କାର

ବାରିପଦା(ମାନିକ ଲାଲ୍ ପାଣି) : ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଏବଂ ଦିବ୍ୟାଙ୍ଗନା ।

ବାରିପଦାର ଦିବ୍ୟାଙ୍ଗନା ମିଶ୍ର ଏବଂ ଅର୍ଚ୍ଚିତା ଦାସ । ଦମଦାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଏକ୍ସପ୍ରେସନ୍ । କମ୍ ବୟସରୁ ବେଶ୍ ଚମତ୍କାର ନାଚିବାରେ ପାରଙ୍ଗମ ୨ କୁନି ଝିଅ । ମ୍ୟୁଜିକ୍ ଶୁଣିଲେ ନାଚି ଉଠେ ଗୋଡହାତ ଆପେ ଆପେ ନାଚି ଉଠେ । ଉଭୟେ ଅନେକେ ହିନ୍ଦୀ ,ଇଂରାଜୀ ଓ ଓଡ଼ିଆ ସିନେମା ଗୀତର ତାଳେ ତାଳେ ପ୍ରଦର୍ଶନ କରିବାରେ ବେଶ୍ ମାହିର ।

ଦିବ୍ୟାଙ୍ଗନାର ବୟସ ୭ ହୋଇଥିବା ବେଳେ ଅର୍ଚ୍ଚିତାଙ୍କ ବୟସ ମାତ୍ର ୯ । ଏତେ କମ୍ ବୟସରୁ ଦୁଇ ଜଣ ଜିତି ସାରିଲେଣି ଅନେକ ଶୋ । ଆଗକୁ ଅନ୍ତର୍ଜାତୀୟ ଟାଇଟେଲ୍ ଅପେକ୍ଷା ନିଜ ନାଚ ଦ୍ୱାରା ଦୁହେଁ ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଙ୍ଗ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ହାତେଇଛନ୍ତି । କେରଳର କୋଚିରେ ଏହି ଫ୍ୟାସନ ରନ ଶୋର ଅୟୋଜନ ହୋଇଥିଲା ଅନଲାଇନରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଦୁହେଁ ଭାଗ ନେଇଥିଲେ । ବରିଷ୍ଠ ବିଭାଗରୁ ଅର୍ଚ୍ଚିତା ବିଜେତା ହୋଇଥିବା ବେଳେ କନିଷ୍ଠ ବିଭାଗରେ ଦିବ୍ୟାଙ୍ଗନା ଏହି ଟାଇଟଲ୍ ଜିତିଛନ୍ତି ।

ଗତ ଜାନୁଆରୀ ୩୧ ତାରିଖରେ ଓଡ଼ିଶା ଫେସନ ଭିଲ୍ଲା ପକ୍ଷରୁ ଆୟୋଜିତ ଓଡ଼ିଶା ଜୁନିଅର ଟପ୍ ମଡେଲ କଣ୍ଟେଷ୍ଟ ୨୦୨୧ ଭାଗ ନେଇ ଉଭୟ ଆନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଆଗକୁ ଦୁହେଁ ମାଲେସିଆ ଏବଂ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ମଡେଲ ଏବଂ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସେଠାରେ ମଧ୍ୟ ଦୁହେଁ ବିଜୟିନୀ ହେବେ ବୋଲି ଆଶା ରଖିଛନ୍ତି ।

ଅର୍ଚ୍ଚିତା ଦାସ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଥିବା ବେଳେ ତାଙ୍କ ବାପା ଜଣେ ପୋଲିସ କର୍ମଚାରୀ । ଦିବ୍ୟାଙ୍ଗନା ବାରିପଦା ଡିପିଏସ୍ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀ ଏବଂ ବାପା ଜଣେ ବ୍ୟବସାୟୀ । ଉଭୟ ଅନଲାଇନ କ୍ଲାସ ପରେ ଅନ୍ୟ ସମୟରେ ନାଚ ପ୍ରାକ୍ଟିସ୍ କରିଥାଆନ୍ତି ଏହା ସହ ଦୁହେଁ ଅନେକ ଓଡ଼ିଆ ଆଲବମରେ ଅଭିନୟ କରିସାରିଛନ୍ତି ।