/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635780292.jpg)
Toy sweets Shop
କଟକ(ପ୍ରଭାତ ବିଷୋୟୀ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ତେବେ ଦୀପାବଳିରେ କିନ୍ତୁ ଏବେ ବି ବଞ୍ଚି ରହିଛି ଖେଳନା ମିଠେଇର ପରମ୍ପରା। ହାତୀ ଓ ଘୋଡ଼ା ଆଦି ବିଭିନ୍ନ ଆକୃତିର ଏହି ଚିନି ତିଆରି ମିଠେଇର ଚାହିଦା ବେଶ ପୁରୁଣା। ରଂଗ ବେରଙ୍ଗର ଖେଳନା ପରି ଦେଖାଯାଉଥିବା ଏହି ମିଠାର ନାଁ ଖେଳନା ମିଠେଇ। ହାତୀ, ଘୋଡା ଓ ପଶୁପକ୍ଷୀ ଆଦି ବିଭିନ୍ନ ଆକୃତିର ଏହି ମିଠା କେବଳ ଚିନିରେ ତିଆରି ହୋଇଥାଏ।
ଆଗରୁ ଏହି ମିଠାର ଦର କିଲୋ ପିଛା ୨୦ରୁ ୩୦ ଟଙ୍କା ଥିବା ବେଳେ କାଳକ୍ରମେ ଏହା ୧୪୦ ଟଙ୍କାରେ ପହଞ୍ଚିଲାଣି। ତେବେ ଦୀପାବଳୀ ବେଳେ ବଡବଡୁଆ ପୂଜାରେ ଏହି ମିଠା ଭୋଗ ଲାଗିଥାଏ। ତେବେ କିଛି ମିଠା କାରିଗର ଏହାକୁ ବିକ୍ରି କରୁଥିବା ବେଳେ ଏଥିରେ ଅଧିକ ପରିଶ୍ରମ ହେଉଥିବାରୁ ଅନେକ କାରିଗର ମିଠା ତିଆରି ବନ୍ଦ ମଧ୍ୟ କରିସାରିଲେଣି।
ତେବେ କଟକ ଖାନନଗର ଅଞ୍ଚଳରେ ଏହି ମିଠା ତିଆରି କାରଖାନା ରହିଛି। ପିଢି ପରେ ପିଢି କିଛି ଗୁଡିଆ କାରିଗର ଏହାକୁ କେବଳ ଦୀପାବଳି ସମୟରେ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ଏହିଠାରୁ ଖେଳନା ମିଠା ନେଇ ବିକ୍ରି କରିଥାନ୍ତି। ପ୍ରଥମେ ଚିନିକୁ ରନ୍ଧାଯାଇ ପାଗ ହେଲା ପରେ ଏଥିରେ ଖାଇବା ରଂଗ ଦେଇ ଛାଞ୍ଚରେ ପକାଯାଏ। ଥଣ୍ଡା ହେବାପରେ ଛାଞ୍ଚରୁ ବାହାରି ଥାଏ ମନଲୋଭା ଖେଳନା ମିଠା।
ତେବେ ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର। ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।
ଏନେଇ ଦୋକାନୀ ଧ୍ରୁବଚରଣ ବେହେରା କହିଛନ୍ତି, ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କୁ ନେଇ ମିଠେଇ ଖେଳନା ତିଆରି କରାଯାଏ। କାରିଗରମାନେ ବାହାରୁ ଆସନ୍ତି ଚିନି ଓ ଛାଞ୍ଚରେ ତିଆରି କରନ୍ତି। ଆଗରୁ ବହୁତ ଭଲ ବିକ୍ରି ହେଉଥିଲା କିନ୍ତୁ ଏବେ ଏସବୁ ନାହିଁ। ଏହା ବର୍ଷକୁ ଥରେ ହିଁ ବିକ୍ରି ହୋଇଥାଏ। ପ୍ରାୟ ୮ ଦିନ ପୂର୍ବରୁ ବିକ୍ରି ହେବା ଆରମ୍ଭ ହୋଇଯାଏ। ବିଶେଷ କରି ବଡ଼ବଡ଼ୁଆଙ୍କ ପାଇଁ ଏହି ମିଠା ଦରକାର ହୁଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)