• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି) : ସାର ପଡ଼ୁନି କି କୀଟନାଶକ ପଡ଼ୁନି । ତଥାପି ଜମିରେ ହସୁଛି ସୁନାର ଫସଲ ।  ଜୈବିକ ପଦ୍ଧତ୍ତିରେ ଧାନ ଚାଷ କରି ସଫଳ ହୋଇ ପାରିଛନ୍ତ ସାରସମାଲ ଗ୍ରାମର ଅଶୋକ ସାହୁ । ବର୍ତ୍ତମାନ ବଦଳୁଥିବା ପାଣିପାଗକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଖାଦ୍ୟପେୟକୁ ନେଇ ଯଥାସମ୍ଭବ ସଚେତନ ହେଉଛନ୍ତି ଲୋକେ । ଆଉ ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଅର୍ଡର ଆସୁଛି । କେବଳ ଧାନ ନୁହେଁ ବାଇଗଣ, ଟମାଟୋ. ଲଙ୍କା, ସିମ୍ବ, କଳା ହଳଦୀ ଆଦିକୁ ମଧ୍ୟ ଜୈବିକ ପଦ୍ଧତ୍ତିରେ ସେ ଚାଷ କରୁଛନ୍ତି ।

ପଦ୍ମପୁର ସଦରମହକୁମା ଠରୁ ପ୍ରାୟ ୧୨ କିଲୋମିଟର ଦୁର ସାରସମାଲ ଗ୍ରାମ । ଲାଭ ପାଇଁ ବିଦେଶୀ ଧାନ କି ଅଧିକା ସାର କୀଟନାଶକ ବ୍ୟବହାର ନକରି ଜୈବିକ ଖତ ବ୍ୟବହାରରେ ଗତ ପ୍ରାୟ ୧୦ ବର୍ଷ ହେବ ଜୈବିକ ପଦ୍ଧତ୍ତିରେ ଦେଶୀ ଧାନ ଚାଷ କରି ଆସୁଛନ୍ତି ଏହି ଗ୍ରାମର ଅଶୋକ ସାହୁ । କଳାବତୀ, ସୋରିଷ ଫୁଲିଆ, ଭୋଳା, ରାମଜୀରା, କଳା ଜୀରା, ତୀଳ କସ୍ତୁରୀ, ବର୍ମା ବ୍ଲାକ, ଗ୍ରିନରାଇସ ଭଳି ବିଭିନ୍ନ ପ୍ରକାରର ଦେଶୀ ଧାନ ବିହନକୁ ସମ୍ପର୍ଣ ଜୈବିକ ପଦ୍ଧତ୍ତିରେ ଚାଷ କରି ଲାଭବାନ ଓ ସଫଳ ହେଇଛନ୍ତି ଅଶୋକ ।

ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଦେଶୀ ଖାଦ୍ୟର ଚାହିଦା ବଢୁଥିବା ବେଳେ ଲୋକଙ୍କ ଚାହିଦା ଅନୁଯାୟୀ ବାସୁମତୀ ଏବଂ ବିନା ବାସନାର ଚାଉଳ ଯୋଗାଇ ଦେବାରେ ସେ ସମର୍ଥ ହୋଇଛନ୍ତି । କେବଳ ନିଜ ଅଞ୍ଚଳରେ କି ରାଜ୍ୟରେ ନୁହଁ ବରଂ ଅନ୍ୟ ରାଜ୍ୟ ତଥା ବିଦେଶରୁ ମଧ୍ୟ ଏହି ଧାନ ବିହନ ପାଇଁ ଅଶୋକଙ୍କ କଲ କରୁଛନ୍ତି ଚାଷୀ । ଧାନ ସହିତ ନୁହଁ ବାଇଗଣ, ଟମାଟୋ. ଲଙ୍କା, ସିମ୍ବ, କଳା ହଳଦି ଆଦିକୁ ମଧ୍ୟ ଦେଶୀ ପଦ୍ଧତ୍ତିରେ ଚାଷ କରୁଛନ୍ତି ଅଶୋକ । ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ମାଟିର ଉର୍ବରତା ଦୀର୍ଘଜୀବି ହେଉଛି । ଜିଆ ଉର୍ବରକ ଯୋଗୁଁ ଫସଲ ଭଲ ହେଉଥିବା ସହ ରୋଗପୋକରୁ ବହୁ ପରିମାଣରେ ମୁକ୍ତି ମିଳିଥିବା ସେ କହିଛନ୍ତି ।

ଗତ ପ୍ରାୟ ୧୦ ବର୍ଷ ହେବ ଦେଶୀ ପଦ୍ଧତ୍ତି ଚାଷ ଏବଂ ଏହାର ସଫଳତା ଦେଖି ବର୍ତ୍ତମାନ ଅଞ୍ଚଳର ବହୁ ଚଷୀ ଏଥିପ୍ରତି ଆକର୍ଷିତ ହୋଇଛନ୍ତି । ହେଲେ ଏହି ଧାନ ବିକ୍ରି ପାଇଁ ମାର୍କେଟ ୟାର୍ଡ ତଥା ଧାନକୁ ଚାଉଳ କରିବା ପାଇଁ ଅଂଚଳରେ କୌଣସି ମିଲର ବ୍ୟବସ୍ଥା ନଥିବାରୁ ବହୁ ହଇରାଣ ହେଇଥାନ୍ତି ଚାଷୀ । ଏଣୁ ଯଦି ଏହି ଅଂଚଳରେ ଦେଶୀ ଧାନ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ମାର୍କେଟ ୟାର୍ଡର ବ୍ୟବସ୍ଥା ହୁଅନ୍ତା, ତେବେ ସୁବିଧା ମିଳନ୍ତା ବୋଲି ସେ କହିଛନ୍ତି ।