Advertisment

ଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ଦିନ ପରେ ରାତି ଓ ରାତି ପରେ ଦିନ ହେବା, ଏହା ହିଁ ପ୍ରକୃତିର ନିୟମ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ କମ ଲୋକେ ଜାଣନ୍ତି ଯେ ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଦୁନିଆର ଏହି ଜାଗାରେ ସୂର୍ଯ୍ୟ ୭୦ ଦିନରୁ ଅଧିକ ଅସ୍ତ ହୁଅନ୍ତି ନାହିଁ। ଏହି ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନ ଥିବେ। ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଏମିତି କେମିତି ବା ହେବ? ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଜାଗାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
The sun never sets in these places

The sun never sets in these placesଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ନରୱେ : ନରୱେକୁ ମିଡ୍‌ନାଇଟ୍ ସନ୍‌ ଭାବେ ମଧ୍ୟ ଜଣାଯାଏ। ଏହା ଏକ ଏପରି ସ୍ଥାନ ଯେଉଁଠି ମେ ମାସ ଠାରୁ ଜୁଲାଇ ମାସ ଅଧା ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଲଗାତର ୭୬ ଦିନ ପର୍ଯ୍ୟନ୍ତ ଦିନ ରହିଥାଏ, ରାତି ହୁଏ ନାହିଁ। ଏଠାରେ ଥିବା ସ୍ୱାଲ୍‌ବାର୍ଡରେ ମଧ୍ୟ ଏପ୍ରିଲ୍ ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଆପଣ ତ ଅନେକ ଜାଗା ବୁଲିଥିବେ। ଯଦିଅ ଏଠାକୁ ଯିବା ଇଛାଥାଏ ତେବେ ନିଶ୍ଚିତ ଯାଆନ୍ତୁ। କେବେ ରାତି ହେଉ ନ ଥିବା ଏହି ଜାଗାର ଥରେ ମଜ୍ଜ ନେଇ ଦେଖନ୍ତୁ। ପାଖରେ କ୍ୟାମେରା ନେବାକୁ ବି ଭୁଲନ୍ତୁ ନାହିଁ। ଏହି ନିଆରା ଦୃଶ୍ୟକୁ ପଟୋ ଆକାର ଆଣି ସ୍ମୃତି କରନ୍ତୁ।

The sun never sets in these placesଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

କାନାଡା : କାନାଡାର ନୁନୁଭୁତ ସହର ବହୁତ ସୁନ୍ଦର। ଏଠାର ଜନସଂଖ୍ୟା ପାଖାପାଖି ୩ ହଜାର। ଏହି ସହରରେ ଦୁଇ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। କିନ୍ତୁ ଶୀତ ଦିନରେ ଏଠାରେ ଦିନ ହୁଏ ନାହିଁ। ଏହି ସୁନ୍ଦର ସହରକୁ କେବଳ ରାତିର ଅନ୍ଧକାରରେ ରହିବାକୁ ହୋଇଥାଏ।

Advertisment

ଆଇସଲାଣ୍ଡ : ୟୁରୋପର ସବୁଠାରୁ ବଡ ଦ୍ୱୀପ ତାଲିକାରେ ଆଇସ୍‌ଲାଣ୍ଡର ନାମ ଅନ୍ତର୍ଭୁକ୍ତ। ଏଠାରେ ଜୁନ୍ ମାସରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୨୪ ଘଣ୍ଟା ଦିନ ରହିଥାଏ। ଗ୍ରେଟ୍ ବ୍ରିଟେନ୍ ପରେ ଆଇସ୍‌ଲ୍ୟାଣ୍ଡ ହେଉଛି ୟୁରୋପର ସବୁଠାରୁ ବଡ ଦ୍ୱୀପ।

ଆଲାସ୍କା : ଆଲାସ୍କାର ବାରୋରେ ମେ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହା ସହିତ ଶୀରଋତୁରେ ବା ନଭେମ୍ବର ଆରମ୍ଭରୁ ଏଠାରେ ଗୋଟିଏ ମାସ ପର୍ଯ୍ୟନ୍ତ ରାତି ରହିଥାଏ। ଏହି ସମୟକୁ ପୋଲାର୍ ନାଇଟ୍ସ କୁହାଯାଏ। ଆପଣ ଏଠାକୁ ଗ୍ରୀଷ୍ମ ଓ ଶୀତ ଋତୁରେ ଯାଇପାରିବେ।

The sun never sets in these placesଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ଫିନ୍‌ଲାଣ୍ଡ: ଫିନ୍‌ଲ୍ୟାଣ୍ଡର ଅଧିକାଂଶ ଅଞ୍ଚଳରେ କେବଳ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଦିଅନ୍ତି। ଶୀତଋତୁ ଅର୍ଥାତ ଡିସେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଦେଖା ଦିଅନ୍ତି ନାହିଁ। ଯେଉଁ ସ୍ଥାନଗୁଡିକ ଆର୍ଟିକଲ ସର୍କଲରେ ଆସିଥାଏ ସେଠାରେ ଏଭଳି ହୋଇଥାଏ।

ସ୍ୱିଡେନ୍ : ସ୍ୱିଡେନ୍‌ରେ ମେ ରୁ ଅଗସ୍ତ ଶେଷ ସୁଦ୍ଧା ଅଧା ରାତିରେ ସୂର୍ଯ୍ୟ ଅସ୍ତ ହୁଅନ୍ତି। ଏହାଛଡା ଭୋର ୪ଟା ବେଳକୁ ସୂର୍ଯ୍ୟ ଉଦୟ ହୋଇଯାଏ। ଏହା ଏକ ଏପରି ଦେଶ ଯେଉଁଠି ୬ ମାସ ପର୍ଯ୍ୟନ୍ତ କେବଳ ସକାଳ ହିଁ ରହିଥାଏ।

Special Story Sun Never Set
Advertisment
Advertisment