Advertisment

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ୪ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ୪ ଲକ୍ଷ ମଂଜୁର କରାଯାଇଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଂଜୁରୀ ନେଇ ମାନସ ମଙ୍ଗରାଜ ଟୁଇଟ୍ କରି ଜଣାଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
undefined

arindam das

ଭୁବନେଶ୍ୱର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ୪ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ୪ ଲକ୍ଷ ମଂଜୁର କରାଯାଇଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଂଜୁରୀ ନେଇ ମାନସ ମଙ୍ଗରାଜ ଟୁଇଟ୍ କରି ଜଣାଇଛନ୍ତି।

Advertisment

ସୂଚନା ଅନୁସାରେ,ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ଆଜି ପହଞ୍ଚିଥିଲା । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।  ଜନ୍ମମାଟି ରାଇକଳାର ବୈତରଣୀ ନଦୀ କୂଳରେ  ଶବ ସତ୍କାର କରାଯାଇଛି। କେନ୍ଦୁଝର ରାଇକଳା ଗାଁକୁ ଯିବା ବାଟରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାଜପୁରର କୁଆଖିଆ, କେନ୍ଦୁଝର ଟାଉନ୍‌ରେ ଅରିନ୍ଦମଙ୍କ ସାଙ୍ଗ ସାଥୀ ଓ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।  ଏକ ବଡ଼ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ସେଠାରେ  ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ମଧ୍ୟ ଉପସ୍ଥିତ ଥିଲେ।

Advertisment

ସୂଚନାଥାଉ କି,  କର୍ତ୍ତବ୍ୟ ସମ୍ପାଦନ ବେଳେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶଙ୍କର କାଲି ଅକାଳ ବିୟୋଗ ହୋଇଥିଲା । କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ  ଯାଇଥିବାବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ। ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା। ସେଠାରେ  ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା ଚାଲିଛି ।

ArindamDas Odishatv OTVReporter
Advertisment
Advertisment