• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିଆରା ବେଳାଭୂମି, ରଙ୍ଗ ଯାହାର ଗୋଲାପୀ

ଇଣ୍ଡୋନେସିଆର ପ୍ରସିଦ୍ଧ କୋମୋଡୋ ଦ୍ୱୀପ । ଏହି ଦ୍ୱୀପଟି ଅନେକ କାରଣରୁ ପ୍ରସିଦ୍ଧ । ଆଉ ଅଧିକ ପ୍ରସିଦ୍ଧ ଏଠାରେ ଥିବା ଗୋଲାପୀ ବେଲାଭୂମି ପାଇଁ । ଗୋଲାପୀ ବେଳାଭୂମି କଥା କଥା ଶୁଣି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କାରଣ ବେଳାଭୂମି ଯେ ଗୋଲାପୀ ରଙ୍ଗର ହୋଇପାରିବ ତାହା କଳ୍ପନା ବାହାରେ । କିନ୍ତୁ ସବୁ କଳ୍ପନାରୁ ଉର୍ଦ୍ଧ୍ୱରେ ଇଣ୍ଡୋନେସିଆର ଏହି ଗୋଲାପୀ ବେଳାଭୂମି ।  ଗୋଲାପୀ ବେଳାଭୂମି ସାଙ୍ଗକୁ ଏଠାକାର ନୀଳ ସବୁଜ ରଙ୍ଗର ପାଣି । ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ ବନାଇଦିଏ ।

କୋମୋଡୋ ନ୍ୟାସନାଲ୍‌ ପାର୍କରେ ଯେ କେବଳ ଗୋଟିଏ ମାତ୍ର ଗୋଲାପୀ ବେଳାଭୂମି ଅଛି ତାହା ନୁହେଁ । ବରଂ ବାଲିର ଲୋମବୋକ୍‌ ଆଇଲ୍ୟାଣ୍ଡରେ ମଧ୍ୟ ଏକ ଗୋଲାପୀ ହ୍ରଦ ରହିଛି । କିନ୍ତୁ ସାଧାରଣତଃ ଗୋଲାପୀ ହ୍ରଦ ଗୁଡିକ ବେଶ୍‌ ଆକର୍ଷଣୀୟ ଆଉ ନିଆରା । ବିଶ୍ୱର ଖୁବ୍‌ କମ୍‌ ସ୍ଥାନରେ ଏଭଳି ବେଳାଭୂମି ଦୃଶ୍ୟମାନ ହୁଏ ।

PINK BEACH, INDONESIAPINK BEACH, INDONESIA

ଇଷ୍ଟ ଇଣ୍ଡୋନେସିଆର କୋମୋଡୋ ନ୍ୟାସନାଲ ପାର୍କର ଏହି ବେଳାଭୂମି ବିଶ୍ୱ ବିଖ୍ୟାତ । ଆଉ ଏ ସ୍ଥାନର ପରିଚୟ ମଧ୍ୟ । ପିଙ୍କ୍‌ ବିଚକୁ ଯିବାର ଏକମାତ୍ର ରାସ୍ତା ଲାବୁଆନ ବାଜୋ ଠାରୁ ବୋଟ ଟ୍ରିପରେ ଆପଣ ଏଠାକୁ ଯାଇପାରିବେ । ଏଠାରେ ଆଉ ଏକ ଆଶ୍ଚର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ । ପର୍ଯ୍ୟଟକମାନେ ଦାବି କରନ୍ତି ଯେ, ପ୍ରାକୃତିକ ଭାବେ ଏଠାରେ ହାର୍ଟ ସେପର ରେଡ କୋରାଲ୍‌ ଦୃଶ୍ୟମାନ ହୁଏ । କିନ୍ତୁ ଏହା ମଧ୍ୟ ଏହି ବେଳାଭୂମି ଭଳି ନିଆରା ।

ଏହି ଦ୍ୱୀପର ଚାରିପାଖେ ଆପଣ ଉଚ୍ଚ ପାହାଡ ପର୍ବତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଯିବେ । ଫଟୋଗ୍ରାଫର ମାନଙ୍କ ପାଇଁ ମଧ୍ୟ ଏହା ପରଫେକ୍ଟ ଡେଷ୍ଟିନେସନ୍‌ । ଏବେ ସବୁଠାରୁ ବଡ ପ୍ରଶ୍ନ ଏହି ବେଳାଭୂମି ଗୋଲାପୀ ହେବାର କାରଣ କଣ । ତେବେ ଗବେଷଣାରୁ ଜଣାପଡିଛି ଏହି ବେଳାଭୂମିର ରହସ୍ୟ । କୁହାଯ।ଏ ଏଠାରେ ଫୋରାମିନିଫେରା ନାମକ ଲାଲ ରଙ୍ଗର ଏକ ମାଇକେ୍ରାସେ୍କାପିକ ଜୀବାଣୁ ମିଳିଥାଆନ୍ତି । ଯାହା ସମୁଦ୍ର କୂଳକୁ ଭାସିଆସିଥାଆନ୍ତି । ଫଳରେ ବେଳାଭୂମି ରହସ୍ୟମୟ ଭାବେ ଗୋଲାପୀ ଦେଖାଯାଏ । ଆଉ ଏହି ରଙ୍ଗ ହି ଏହି ସ୍ଥାନକୁ ପରିଚୟ ଦେବା ସହ ଏଠାକାର ଶୋଭା ବର୍ଦ୍ଧନ କରେ ।

PINK BEACH, INDONESIAPINK BEACH, INDONESIA

ଗୋଲାପୀ ବେଳାଭୂମିରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ମଧ୍ୟ ବେଶ୍‌ ମନମୁଗ୍ଧକର । ଆଉ ଏହି ଚମତ୍କାର ସାକ୍ଷୀ ହେବାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ସେଠାରେ ପହଞ୍ଚିଥାନ୍ତି । ତେବେ ଏହି କମୋଡୋ ଦ୍ୱୀପ ଏହି ପିଙ୍କ ବେଳାଭୂମି ପାଇଁ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧ ଏଠାକାର ନିଆରା ଡ୍ରାଗନ୍‌ ପାଇଁ । ବାସ୍ତବରେ ପ୍ରକୃତି ନିକଟରେ ସବୁ ପ୍ରଶ୍ନର ଉତ୍ତର । ଆଉ ପ୍ରକୃତି ଯେ ସବୁଠାରୁ ସୁନ୍ଦର ସ୍ରଷ୍ଟା ତାହା ଏହି ସ୍ଥାନର ସୁନ୍ଦରତାରୁ ହି ସ୍ପଷ୍ଟ ।