Advertisment

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨କୋଟି ୭୨ଲକ୍ଷ ଟଙ୍କା ବ୍ୟୟବରାଦ

ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି

author-image
Sarbeswar
Sri Mandir

Sri Mandir

ପୁରୀ: ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି । ବଜେଟ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ରହିଥିବାବେଳେ ବ୍ୟୟ ହେବ ପ୍ରାୟ ୮୫ କୋଟି । ରାଜସ୍ୱ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ କରାଯାଇଛି।

Advertisment

ସେହିପରି ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ବ୍ୟୟବରାଦ ରହିଛି ବଜେଟରେ । ରାଜସ୍ୱ ଆୟ ମଧ୍ୟରୁ ସ୍ଥାୟୀ ଜମାରୁ ମିଳିବ ପ୍ରାୟ ୩୭ କୋଟି ସୁଧ। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଆୟ ହେବାର ଆକଳନ କରାଯାଇଥିବାବେଳେ ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଆୟ ହେବା ଆକଳନ କରାଯାଉଛି।

Advertisment

ବଳକା ପ୍ରାୟ ୭୦ କୋଟି ଟଙ୍କା କର୍ପସ ଫଣ୍ଡରେ ଜମା ପାଇଁ ଆକଳନ କରାଯାଇଛି। ଏବେ ୬୭୫ କୋଟି ଥିବା କର୍ପସ ଫଣ୍ଡ ୭୫୦ କୋଟିକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ପୁରୀରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଏବଂ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

Sri Mandir Budget Puri Odisha
Advertisment
Advertisment