• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବୃତ୍ତି ଏ ମୋ ପୋଷେ କୁଟମ୍ବ

  • ପରିବାର ଚଳାଉଛି କୁନି ଝିଅ, ବାଉଁଶରାଣୀ ଖେଳ ଦେଖାଇ ରୋଜଗାର କରୁଛି

ସୁନ୍ଦରଗଡ( ବିଜୟ ବରୁଆ ) : ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ତିଳ ତିଳ କରି ଜାଳେ, ଶାନ୍ତିରେ ଶୁଆଇ ଦିଏନି । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ ।

ଛତିଶଗଡର ରାୟଗଡ ଜିଲ୍ଲା ସାରଙ୍ଗଗଡ ଗାଁର କୁନି ଝିଅ ଟିଏ ।  ବାଜୁଛି ଓଡିଆ ଗୀତ, ବାଉଁଶରେ ରଶି ଲାଗିଛି । ଆଉ ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ ଟିଏ ।ବାପାମା’ଙ୍କ ସହ ପେଟ ପାଇଁ ନାଟ କରୁଛି । ପେଟର ଭୋକ ସେମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟାଣି ଆଣିଛି । ଲକଡାଉନରେ ସବୁ ଚାଲିଗଲା । ପ୍ରଥମେ ନିଜ ରାଜ୍ୟରେ ଖେଳ ଦେଖାଉଥିଲେ , ଆଉ ନିଜ ଗାଁରେ ଛୋଟିଆ ମୋଟିଆ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଲକଡାଉନରେ ଏଭଳି ସ୍ଥିତି ହୋଇଗଲା ଯେ ଆଉ ଖାଇବା କୁ ମଧ୍ୟ ପାଇଲେ ନାହିଁ । ପରେ ଲକଡାଉନ ଖୋଲିବା ପରେ ସୁନ୍ଦରଗଡର ବିଭିନ୍ନ ଗାଁ ଗୁଡିକୁ ଆସି କୁନି ଝିଅଟି ଏହି ପରି ଖେଳ ଦେଖାଇ କିଛି ଟା ରୋଜଗାର କରୁଛି, ଯେଉଁଥିରେ ପରିବାର ଚଳୁଛି ।

କୁନି ଝିଅଟିର ବୟସ ପାଖାପାଖି ୭ରୁ ୮ ବର୍ଷ ହେବ । ପେଟ ଲାଗି ବାଉଁଶ ଉପରେ ପାଖାପାଖି ୧୦ ଫୁଟ ଉପରେ ବନ୍ଧା ହୋଇଥିବା ରଶିରେ ଖେଳ ଦେଖାଇ ଲୋକଙ୍କ ମନମୋହିବା ପାଇଁ ଚେଷ୍ଟା କରୁଛି । କୁନି ପାଦରେ ରଶି ଉପରେ ଚାଲୁଛି, ନାଁ ଭୟ ଅଛି ନାଁ କିଛି ସଂଙ୍କୋଚ ଅଛି । ବେକରେ ରଶିରେ ଏକ ବଡ ବାଉଁଶ ବନ୍ଧା ବି ହୋଇଛି । ଆଉ ଏହି ବାଉଁଶକୁ ଧରି ସେ ତାର ଖେଳ ଦେଖାଇବାରେ ଲାଗିଛି । କେତେବେଳେ ଚପଲରେ ଚାଲୁଛି ତ ଆଉ କେତେ ବେଳେ ଆଣ୍ଠେଇ କି, ଆଉ କେତେବେଳେ ସାଇକେଲ ରିଙ୍ଗ ଜରିଆରେ ରଶିରେ ନିଜର ଖେଳ ଦେଖାଉଛି । ଆଉ କେତେବେଳେ ଷ୍ଟିଲ ପ୍ଲେଟରେ ପାଦ ଥୋଇ ରଶିର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯାଉଛି । ଆଉ ଖେଳ ସରିବା ପରେ ହାତରେ ଥାଳିଟେ ଧରି ଦୋକାନ ଦୋକନ ସହ ଖେଳ ଦେଖୁଥିବା ଲୋକଙ୍କ ପାଖରେ ହାତ ପତାଉଛି କୁନି ।

ଦାନବ ଭୋକ ପାଇଁ କୁନି ଝିଅଟି ଶୈଶବ ଭୁଲି ଯାଇଛି । ଆଜି ତା’ ପାଇଁ ପରିବାର ଚଳୁଛି । ଖେଳ ଦେଖେଇଲେ ଦୁଇ ମୁଠାଇ ଖାଇବେ, ନେହେଲ ଉପବାସ ।