Advertisment

ପୂଜା ଚାଲିଥିବା ବେଳେ ହଠାତ୍‌ ଘରୁ ବାହାରିଲା ତମ୍ବା ନାଗ, ଆଉ ତା’ପରେ...

କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି

author-image
Sarbeswar
Telkoi

Telkoi

ତେଲକୋଇ(ଚିନ୍ମୟ କୁମାର ସାହୁ): କାର୍ତ୍ତିକ ପଂଚୁକରେ ଘରୁ ବାହାରିଲା ନାଗ। ଆଉ ତା’ପରେ ବିଶ୍ୱାସ ଓ ଭକ୍ତିରେ ଭିଡ଼ ଜମାଇଲେ ଲୋକେ। ସୂଚନା ଅନୁସାରେ, ଠାକୁର ଘରେ ରଖାଯାଇଥିଲା ଆସବାପାତ୍ର। ସବୁଦିନ ତାକୁ ସଫା କରାଯାଉଥିଲା, ତେବେ ଗତ ସୋମବାର ଠାକୁର ଘର ସଫା କଲାବେଳେ କାନ୍ଥରେ ଏକ ତମ୍ବା ନାଗ ଆବିର୍ଭାବ ହୋଇଥିବା ଖବର ପାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି। ଏପରି ଏକ ଘଟଣା ବର୍ତମାନ ତେଲକୋଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ତେଲକୋଇ ବ୍ଲକ ନୂଆଗଡ଼ ଗ୍ରାମର ଆରତ ବିନ୍ଧାଣୀଙ୍କ ସ୍ତ୍ରୀ ଆରତୀ ବିନ୍ଧାଣୀ ଗତ ସୋମବାର ଦିନ ଠାକୁର ଘର ସଫା କରୁଥିଲା ବେଳେ ଘରର କୋଣରେ ରଖାଯାଇଥିବା ବାକ୍ସ ପାଖକୁ ସଫା କରୁଥିଲା ବେଳେ ଏକ ନାଗ ଦେଖି ଡରିଯାଇଥିଲେ। ତେବେ ବାକ୍ସ ଉଠାଇଲା ପରେ ତମ୍ବା ଧାତୁରେ ଗଢ଼ାଯାଇଥିବା ପରି ଦେଖାଯାଉଥିବା ଏକ ନାଗ ସାପ କାନ୍ଥରୁ ବାହାରିଥିବା ଦେଖିବାକୁ ପାଇଥିଲେ।

କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି। ପୂର୍ବରୁ କେବେ ଠାକୁର ଘରେ ତମ୍ବା ନାଗ ଆରତୀଙ୍କ ପରିବାର ରଖିନଥିବା କହିଛନ୍ତି। ତେବେ କେବଳ ତମ୍ବା ସାପ ନୁହେଁ ବରଂ ସାପ ବାହାରିଥିବା ସ୍ଥାନରୁ ଝୁଣା ପରି କିଛି ପଦାର୍ଥ ବାହାରୁଥିବା ସୂଚନା ମିଳିଛି।

Advertisment
Snake Keonjhar
Advertisment
Advertisment