Advertisment

୩ ପଞ୍ଚାୟତରେ ୨ ମାସ ପାଇଁ ଜାରି ହେଲା ୧୪୪ ଧାରା

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ  ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା ।

author-image
Minati Mishra
୩ ପଞ୍ଚାୟତରେ ୨ ମାସ ପାଇଁ ଜାରି ହେଲା ୧୪୪ ଧାରା

Section 144 Imposed In Kendrapara

କେନ୍ଦ୍ରାପଡ଼ା: ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ  ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଏହି ତିନି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି ।

Advertisment

ଏହି ଧାରା ଦୀର୍ଘ ୨ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ସଭା ସମିତି ଉପରେ କଟକଣା ଲଗାଯାଇଛି । ଏଥିସହ ୫ଜଣରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ । ଆଇନ ଶୃଙ୍ଖଳା ପାଇଁ ସଂପୃକ୍ତ ଅଞ୍ଚଳରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପକୁ ଦୀର୍ଘ ୨ବର୍ଷ ହେବ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି । ଆଜି ଭାରିଗଦାରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରାସ୍ତାରୋକ କରାଯାଇଛି । ଏହି ସମୟରେ ସମିତିର ୩୫ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ ।

Advertisment

ସୂଚନାଥାଉ କି,  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି ।  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। ତେବେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ  ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ଘୋର ପ୍ରଭାବ ପଡ଼ିବ । ତେଣୁ ଏହି ପ୍ରକଳ୍ପକୁ  ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍‌ ମାରିଛି।

ସମିତି ପକ୍ଷରୁ କୁହାଯାଇଛି,  କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ  ।  ଅନ୍ୟପକ୍ଷେ, ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।  ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ଏହି କଟକଣା ଲାଗୁ କରାଯାଇଛି ବୋଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଦୁଇ ଦିନ ହେବ ପ୍ରକଳ୍ପ ସ୍ଥାନରେ ଧାରଣା ଜାରି ରହିଛି । ଆଗକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି ।

ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସଭାପତି ଦୁର୍ଯୋଧନ ମହାନ୍ତି କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ପୁଲିସ୍‌କୁ ବିରୋଧ କରିବୁ। ଆଇନକୁ ହାତକୁ ନେବୁ ନାହିଁ।  କିନ୍ତୁ ପୁଲିସ୍‌ ତା’ ତରଫରୁ ପ୍ରଶାସନ ଓ କମ୍ପାନୀ ପ୍ରିତୀ ଦେଖାଇ ଦମନ ଲୀଳା କଲେ ଏହାର ଜବାବ ସାଧାରଣ ଲୋକ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

ଅପରପକ୍ଷେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆବାହକ ଦେବେନ୍ଦ୍ର ଶର୍ମା କହିଛନ୍ତି, ଆମ ଦାବିରେ ଆମେ ଅଟଳ ଅଛୁ। ଶାନ୍ତିପୂର୍ଣ୍ଣ ଉପାୟରେ ଆମେ ଏହାର ବିରୋଧ କରିବୁ।

Section 144 Section 144 In Kendrapada
Advertisment
Advertisment