Advertisment

ଲଘୁଚାପ, ଅମାବାସ୍ୟା ପାଇଁ ଫୁଲିଗଲା ସମୁଦ୍ର ! ମାଡ଼ିଆସିଲା ୮ ଫୁଟର ଜୁଆର ପାଣି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ।  ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

author-image
Chandan Shishu
Sea Beach

Sea Beach

ବାଲେଶ୍ୱର: ଲଘୁଚାପ ପ୍ରଭାବରେ ଫୁଲୁଛି ସମୁଦ୍ର। ଅମାବାସ୍ୟା ତିଥି ସହ ଓ ଲଘୁଚାପ ପ୍ରଭାବରୁ ଫୁଲୁଛି ସମୁଦ୍ର। ଫଳରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଉଡେପୁର, ତାଳସାରି ବେଳାଭୂମି ଓ ବିଚିତ୍ରପୁର ଇକୋ ଟୁରିଜିମ୍ ଅଞ୍ଚଳରେ ୮ ଫୁଟର ଜୁଆର ପାଣି ମାଡୁଛି। ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି ଯଦି ୧୨ ଫୁଟ ଜୁଆର ମାଡିବ, ତାହାଲେ ପାଖପାଖି ଅନେକ ଗାଁ ପ୍ରଭାବିତ ହେବ। ଫଳରେ ସୁବର୍ଣ୍ଣପୁର,ଉଡେପୁର,ତାଳସାରି, ବିଚିତ୍ରପୁର,ଗମ୍ଭାରିଆ,କୃଷ୍ଣ ନଗର ଆଦି ଗ୍ରାମଗୁଡିକରେ ପାଣି ପଶିବାର ଆଶଙ୍କା ରହିଛି।

Advertisment

ସେପଟେ କୃଷ୍ଣ ପ୍ରସାଦ ବ୍ଲକରେ ସାମୁଦ୍ରିକ ଜୁଆର ପାଣି ମାଡି ଆସିଛି। ଫଳରେ ଅରଖକୁଦ ଗାଁ ଭିତରେ ଜୁଆର ପାଣି ପଶିଛି। ଏଥିସହ ହରଚଣ୍ଡୀ ସାହି, ମଙ୍ଗଳା ସାହି ଓ ଲକ୍ଷ୍ମୀନାରାୟଣ ସାହିରେ ଗାଁ ଦାଣ୍ଡରେ ପାଣି ପଶିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟାରେ ଜୁଆର ପାଣି ମାଡି ଆସିଥିଲା। ଲଘୁଚାପ ଓ ଅମାବାସ୍ୟା ତିଥିରେ ସମୁଦ୍ର ଅଶାନ୍ତ ରହିଥିବାରୁ ପାଣି ମାଡି ଆସିଛି। ଏହା ଫଳରେ ଚିଲିକା କୂଳରେ ରହିଥିବା ଗ୍ରାମ ଗୁଡିକ ବିଶେଷ ଭାବେ କ୍ଷତି ହୋଇଛି।

ସେହିପରି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଳକ ଅନ୍ତର୍ଗତ ସିଆଳି ବେଳାଭୂମିରେ କୂଳ ଖାଉଛି ସମୁଦ୍ର। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ବଡ ବିପଦ ଆଶଙ୍କା କରିଛନ୍ତି। ୨୦୦୯ ମସିହାରେ ଏଠାରେ ର୍ନିମାଣ କରାଯାଇଥିବା ଭିଉ ଟାଓ୍ୱାର ମଧ୍ୟ ଭୁଶୁଡ଼ି ପଡିବାର ଭୟ ସୃଷ୍ଟି କରିଛି। ୨୦୦୯ ମସିହାରେ ଶିଆଳି ବେଳାଭୂମି ବିକଶିତ କରାଯାଇଥିଲା। ସେହିଦିନ ଠାରୁ ଏହି ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି। ୨୦୧୬ରେ ସିଆଳି ବେଳାଭୂମି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା। ହେଲେ ଏବେ ସମୁଦ୍ର  କୁଳ ଖାଉଥିବାରୁ ଭିଉ ଟାଓ୍ୱାର ସୁରକ୍ଷା ପାଇଁ ର୍ନିମାଣ ହୋଇଥିବା ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଯାଇଛି। ସମୁଦ୍ର ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଭିତରକୁ ମାଡି ଆସିଛି। ତେଣୁ ସିଆଳି, ପଦ୍ମପୁର ଓ କଳାବେଦୀ ଆଦି ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି। 

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ।  ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । 

Baleswar Odisha Weather
Advertisment
Advertisment