Advertisment

କେବେ ଭାଙ୍ଗିବ ସରକାରଙ୍କ ନିଦ? ମାଲେମାଲ୍‌ ହେଲେଣି ବାଲି ମାଫିଆ

ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି

author-image
Sarbeswar
ଅଦ୍ୟତନ ହୋଇଛି
Sand Scam

Sand Scam

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବାଲିର ବ୍ୟାପକ ବେଆଇନ କାରବାରରେ ଅଂକୁଶ ଲଗାଇବ କି ନୂଆ ବାଲିନୀତି? ପ୍ରଶାସନକୁ ଆଖିଠାର ମାରି ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବିପୁଳ ପରିମାଣର ବାଲି ଚୋରା ଚାଲାଣ ହେଉଛି। ଏହାଦ୍ୱାରା ମାଫିଆ ମାଲାମାଲ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ତେବେ ବର୍ଷ ବର୍ଷ ପରେ ପଶିଛି ସରକାରଙ୍କ ଚେତା। ବାଲି ଉଠାଣ ଓ ପରିବହନ ନୀତିରେ ଥିବା ଦୋଷତ୍ରୁଟି ସୁଧାରି ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାକୁ ସରକାର ଚେଷ୍ଟା କରିଛନ୍ତି। ତେବେ ଏହାଦ୍ୱାରା ବାଲିର ବେଆଇନ୍ କାରବାରକୁ କେତେ ରୋକାଯାଇପାରିବ ତାକୁ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି। ବିନା ପରିମିଟରେ ସବୁ ନିୟମକୁ ଆଖିଠାର ମାରି ଏଠାରୁ ଏଭଳି ବାଲି ଚାଲାଣ ହେଉଛି। ନବରଙ୍ଗପୁର ଜିଲ୍ଲାରେ ବି ବାଲି ମାଫିଆଙ୍କ ଦୌରାତ୍ମ୍ୟ କିଛି କମ୍ ନୁହେଁ। ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉଠାଇ ପ୍ରଥମେ ଏହାକୁ ରାସ୍ତା କଡ ଓ ଖୋଲାସ୍ଥାନରେ ଗଦା କରାଯାଉଛି। ପରେ ରାତି ଅଧିଆ ଅନ୍ୟ ରାଜ୍ୟ ଓ ଜିଲ୍ଲାକୁ ଚାଲାଣ ହେଉଛି। ପ୍ରଶାସନ ସବୁ ଜାଣିଥିଲେ ବି ଚୁପ୍ ହୋଇ ବସିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣା ଘାଟରୁ ରାତିଦିନ ବେଧଡକ ଚାଲିଛି ବେଆଇନ ବାଲି ଉଠାଣ। ସେକ୍ସରାଇ ଓ ମାଡିକିଆ ଯାଏଁ ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ରାଜ୍ ଚାଲିଛି। ରାଜ୍ୟର ୧୪୪ଟି ତହସିଲରେ ଏଭଳି ବେଆଇନ ବାଲି ଚାଲାଣ ଚାଲିଥିବା ରାଜସ୍ୱ ବିଭାଗ କହିଛି। ଏହାଦ୍ୱାରା ମାଫିଆ ମାଲାମାଲ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର।

Advertisment

ରାଜ୍ୟବ୍ୟାପୀ ଚାଲିଥିବା ବାଲିର ବେଆଇନ କାରବାର ରୋକିବାକୁ ତତ୍ପର ହୋଇଛନ୍ତି ସରକାର। ଏନେଇ ରାଜ୍ୟ କ୍ୟାବିନେଟ୍ ନୂଆ ବାଲି ନୀତି ୨୦୨୧କୁ ଅନୁମୋଦନ ଦେଇଛି। ରାଜ୍ୟରେ ବାଲିର ଚାହିଦା, ଯୋଗାଣ ସମେତ ବାଲି ଉତ୍ସଗୁଡିକ ଚିହ୍ନଟ ଲାଗି ଡିଜିପିଏସ ସର୍ଭେ କରାଯିବ। ବାଲିଘାଟ ନିଲାମ, ମାଇନିଂ ପ୍ଲାନ ଅନୁମୋଦନ, ପରିବେଶ ମଂଜୁରୀ , ବାଲି ଖାଦାନ ପରିଚାଳନା ଓ ଅନ୍ତରାଜ୍ୟ ବାଲି ପରିବହନ ଉପରେ ଫୋକସ ରହିବ। ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ପ୍ରକଳ୍ପ ଓ ବେସରକାରୀ ନିର୍ମାଣ ଲାଗି ସରକାର ବାଲି ଯୋଗାଇ ଦେବେ। ଫଳରେ ବାଲି ଉଠାଣ ଓ ପରିବହନ ଉପରେ କଡା ନଜର ରଖାଯାଇପାରିବ। ସେହିପରି ଏହାଦ୍ୱାରା ଆନ୍ତରାଜ୍ୟ ବାଲି ଚୋରା ଚାଲାଣକୁ ରୋକିହେବ ବୋଲି କୁହାଯାଉଛି। ତେବେ ସରକାରଙ୍କ ନୂଆ ବାଲି ନାତିକୁ ବିରୋଧୀ ସମାଲୋଚନା କରିଛନ୍ତି।

ରାଜ୍ୟରେ ବାଲିର ବ୍ୟାପକ ଚୋରା ଚାଲାଣ ଚାଲିଥିବା ବେଳେ ଏଥିରେ ଅଂକୁଶ ଲଗାଇବାକୁ ସରକାର ଅନେକ ନୂଆ ନିୟମ କରିଛନ୍ତି। ତେବେ କୌଣସି ସଫଳତା ମିଳିନାହିଁ। ନୂଆବାଲି ନୀତି ୨୦୨୧ ବ୍ୟବସ୍ଥାରେ ଥିବା ଗଳାବାଟକୁ ବନ୍ଦ କରି ଚୋରା ଚାଲାଣ ରୋକିବାରେ କେତେ ସଫଳ ହେଉଛି ଦେଖିବା କଥା।

Sand Scam Odihsa
Advertisment
Advertisment