Advertisment

NCB ଅଫିସରେ ହିଁ ଆର୍ୟ୍ୟନଙ୍କ ସହ ଦେଖାହୋଇଥିଲେ ରାଉଲକେଲାର ମନୀଷ

ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ

author-image
Chandan Shishu
ରାଉରକେଲାର ମନୀଷ ରାଜଘରିଆ

ରାଉରକେଲାର ମନୀଷ ରାଜଘରିଆ

ଭୁବନେଶ୍ୱର: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ଓଡ଼ିଶାର ଦୁଇ ଯୁବକ। ରାଉରକେଲାର ମନୀଷ ରାଜଘରିଆ ଓ ଅଭିନ୍ ସାହୁ ଗିରଫ ହେବା ପରେ ଜାମିନ୍‌ରେ ଘରକୁ ଫେରିଛନ୍ତି। ଉଭୟଙ୍କ ପାଖରୁ ଗଞ୍ଜେଇ ମିଳିବା ପରେ ଗିରଫ କରିଥିଲା ଏନସିବି। ହେଲେ ରାଉରକେଲା ଘରକୁ ଫେରିବା ପରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନୀଷ। କ୍ରୁଜରେ ସାମାନ୍ୟ ବଚସାରୁ ତାଙ୍କୁ ଫସାଇ ଦିଆଯାଇଥିଲା। ମୁମ୍ବାଇକୁ କ୍ରୁଜ୍ ଫେରିବା ବେଳେ ଏନସିବି ରେଡ୍ କରିଥିଲାା ଆଉ ଏସମୟରେ କ୍ରୁଜରେ ଚଢ଼ଉ କରିଥିଲା ସମୀର ୱାଙ୍ଖଡେଙ୍କ ଟିମ୍।

Advertisment

ମନୀଷଙ୍କ ଉପରେ ରାଗ ରଖି କ୍ରୁଜରେ ଥିବା ଜଣେ କର୍ମଚାରୀ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି। ଏନସିବିକୁ ଖୋଦ୍ ଗଞ୍ଜେଇ ଆଣି ଦେବା ସହ ଏହି ମାମଲାରେ ସାକ୍ଷୀ ପାଲଟିଥିଲେ। ତାଛଡ଼ା ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ

ଏନେଇ ମନୀଷ ରାଜଘରିଆ କହିଛନ୍ତି ଯେ ଆମର କୌଣସି ଭୁଲ ନଥିଲା। ଆମେ କ୍ରୁଜ୍‌ ପାର୍ଟିକୁ ଯିବା ପାଇଁ ଅନଲାଇନ୍‌ ବୁକ୍ କରିଥିଲୁ। ୨ ଦିନ ପାଇଁ ପାର୍ଟି କରିବାକୁ ଯାଇଥିଲୁ। ଆଉ ସେଠାରେ ଆମେ ପାର୍ଟିକୁ ଭରପୂର ଉପଭୋଗ କରିଥିଲୁ। କିନ୍ତୁ NCB ଚଢଉ ପରେ ସେଠାରେ ଜବରଦସ୍ତି ଡ୍ରଗ୍ସ ନିଆଯାଉଛି ବୋଲି କୁହାଯାଇଥିଲା। ଆମର ଏଥିରେ ସମ୍ପୃକ୍ତି ନାହିଁ ବୋଲି କହିବା ପରେ ସେମାନେ ଶୁଣିନଥିଲେ। ହ୍ୱାଟ୍ସଆପ୍‌ ଚାଟ୍‌ ଓ ଟଙ୍କା ଟ୍ରାନ୍ସଫର ପାଇଁ NCB ଅଫିସ ଯିବାପାଇଁ କହିଥିଲେ। NCB ଅଫିସରେ ହିଁ ମୋର ଆର୍ୟନ ଖାନ୍‌ଙ୍କ ଦେଖା ହୋଇଥିଲା।

Advertisment
Rourkela Cruise Party NCB Raid
Advertisment
Advertisment