Advertisment

ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ

author-image
Sarbeswar
ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

Road Problem

ଯାଜପୁର(ସଞ୍ଜୀବ ନାୟକ): ସହରାଞ୍ଚଳ ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସରକାର। କିନ୍ତୁ କାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ପୌରାଞ୍ଚଳର ୧୪ ନଂ ୱାର୍ଡ଼ରେ। ପୌରପାଳିକା ଅଧୀନରେ ରହୁଥିଲେ ମଧ୍ୟ ବର୍ଷା ଦିନେ କାଦୁଅ ପଚ୍‌ପଚ୍‌ରେ ଯିବାକୁ ପଡ଼ୁଛି ଲୋକଙ୍କୁ।

Advertisment

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଆଉ ବର୍ଷା ଦିନ ହେଲେ ଗାଁ ଲୋକଙ୍କ ସମସ୍ୟା ନକହିବା ଭଲ। ଚତୁର ମାସିଆ ଆରମ୍ଭ ହେଲେ ଏମାନଙ୍କର ସତେ ଯେମିତି ଦୁଃଖ ବଢିଯାଏ। ସେହି କାଦୁଅ ରାସ୍ତାରେ ପଶି ପିଲାମାନେ ସ୍କୁଲକୁ ଯାଆନ୍ତି ଆଉ ମେଡ଼ିକାଲକୁ ରୋଗୀ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କି, ଏହି ଗାଁ କୁ ଯାଇଥିବା ରାସ୍ତା ଟି ସରକାରୀ ଖାତାରେ ନାହିଁ, ତେଣୁ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ପ୍ରଶାସନିକ ଉଦାସୀନତା କାରଣରୁ ଗାଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।

Advertisment

ପୂର୍ବରୁ ଅନେକ ଥର ସ୍ଥାନୀୟ ଗ୍ରାମବାସୀ ଏ ସଂପର୍କରେ ପୌରପାଳିକା ପ୍ରଶାସନଠାରୁ ଆରମ୍ଭ କରି ଜିଲାପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ହେଁ ସମସ୍ୟାର କୌଣସି ସମାଧାନ ହୋଇପାରୁନି । ଗ୍ରାମବାସୀ ବ୍ୟବହାର କରୁଥିବା ରାସ୍ତା ଘରୋଇ ମାଲିକାନାରେ ରହିଥିବାରୁ ସମସ୍ୟା ଗମ୍ଭୀର ହୋଇଛି । ଏଭଳି ସମସ୍ୟାକୁ ସମାଧାନ କରିବାକୁ ପ୍ରଶାସନ କିମ୍ବା ଲୋକ ପ୍ରତିନିଧି କେହି ବି ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି। ସେପଟେ ରାସ୍ତା ସମସ୍ୟା ଗୁଡିକ ଲାଗି ମାଷ୍ଟର ପ୍ଲାନ କରାଯାଇଛି। ଖୁବଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି। ତେବେ ଦେଖାଯାଉ କେବେ ସୁଧୁରୁଛି ରାସ୍ତା ଅବସ୍ଥା।

Road Problem Jajpur Odisha
Advertisment
Advertisment