Advertisment

ଆଇନ୍‌ ଉଲ୍ଲଘଂନ କରି ରାସ୍ତାରେ ଗଡ଼ୁଛି ସ୍କୁଲ୍‌ ବସ୍‌ ! ବିପଦରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ

ଖୋଦ୍‌ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍‌ ନଥିବା ବେଳେ ଇନ୍‌ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍‌ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Risky Ride To Schools For These 500 Students

Risky Ride To Schools For These 500 Students

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍କୁଲ୍‌କୁ କିଭଳି ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଗାଡ଼ିରେ ଯାଇପାରିବେ, ସେନେଇ ଆଇନକୁ କଡ଼ାକଡ଼ି କରିଛନ୍ତି ସରକାର। ହେଲେ ମାଲକାନଗିରି ଜିଲ୍ଲାରେ ଖୋଦ୍‌ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଗାଡ଼ିର ଫିଟନେସ୍‌ ନଥିବା ବେଳେ ଇନ୍‌ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍‌ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।  

Advertisment

ସୂଚନା ଅନୁସାରେ, ଏକ Educational Institution ବସ୍‌, ଯାହାର ଗାଡ଼ି ନଂ-ଓଆର-୩୦-୫୯୮୨ର  ଫିଟନେସ ୨୦୧୪ ମେ’ ୧୩ ତାରିଖ ପର୍ଯ୍ୟନ୍ତ ରହିଛି। ଗାଡ଼ିର ଫିଟ୍‌ନେସ୍‌ ନଥାଇ ମଧ୍ୟ ରାସ୍ତାରେ ଏହି ସ୍କୁଲ୍‌ ବସ୍‌ ଚଳାଚଳ କରୁଛି। ଖାଲି ସେତିକି ନୁହେଁ, ଗାଡ଼ିର ଇନ୍‌ସ୍ୟୁରାନ୍ସ ୨୦୧୩ ଏପ୍ରିଲ ୫ ତାରିଖରେ ସରିଛି। ଟ୍ୟାକ୍ସ ଭ୍ୟାଲିଡ୍ ମଧ୍ୟ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। 

ଗାଡ଼ିରେ କୌଣସି କାଗଜପତ୍ର ଠିକ୍ ନଥାଇ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଗଡୁଛି ଏହି ବସ୍।  ଛାତ୍ରାବାସରେ ରହୁଥିବା ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ବିଭିନ୍ନ ସ୍କୁଲକୁ ଏହି ବସ୍‌ରେ ଯାତ୍ରା କରିଥାନ୍ତି। ସଦର ମହକୁମାର ୪ରୁ ୫ଟି ବିଦ୍ୟାଳୟରେ ପଢୁଥିବା ୫ ଶହରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଏହି ବସ୍‌ରେ ଯାତ୍ରା କରନ୍ତି। ଏତେ ପିଲାଙ୍କୁ ଗୋଟିଏ ବସ୍‌ରେ ନେବା ଆଣିବା କରାଯାଉଥିବାରୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି। 

Advertisment

ପିଲାଙ୍କୁ ନେଇ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଉଥିବା ବସ୍ ଚାଳକ କହିଛନ୍ତି, ବସ୍‌ର ଅବସ୍ଥା ଭଲ ଅଛି। ହେଲେ କାଗଜପତ୍ର କଥା ଜାଣିନି। ଘଟଣାକୁ ନେଇ ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ବସ୍‌ରେ ରହିଥିବା ସମସ୍ୟା ପରିବହନ ବିଭାଗକୁ ଚିଠି କରି ସମାଧାନ କରାଯିବ।  

ଜିଲ୍ଲା ସଦର ମହକୁମାରେ ସରକାରୀ ସ୍କୁଲ ବସ୍‌ରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ?  

Violating Transport Guidelines Malkangiri
Advertisment
Advertisment