/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629954705.jpg)
Rising Sea Level
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାରେ ଥିବା ଶିଆଳି ବେଳାଭୂମି ଏବେ ବିପଦରେ। ୨୦୧୬ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ। ସମୁଦ୍ର କୂଳରେ ଏକ ଭିୟୁ ଟାୱାର୍ ଅଛି। ଦିନ ଥିଲା ସମୁଦ୍ର ଏହାଠୁ ଢେର୍ ଦୂରରେ ଥିଲା, କିନ୍ତୁ ଏବେ କୂଳ ଖାଇ ଖାଇ ଟାୱାର୍ ପାଦଦେଶକୁ ଆସିଲାଣି। ଯାହା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ାଇଛି।
କୂଳ ଖାଉଛି ଶିଆଳି ବେଳାଭୂମି। ସମୁଦ୍ରର ଉତ୍ତାଳ ତରଙ୍ଗ ଦିନକୁ ଦିନ କୂଳ ଲଙ୍ଘିବା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ଏକ ଗେଷ୍ଟ ହାଉସ୍ ତଥା ଭିୟୁ ଟାୱାର୍ ନିର୍ମାଣ କରାଯାଇଛି। କିନ୍ତୁ ପୂର୍ବରୁ ବହୁ ମିଟର ପଛକୁ ଥିବା ସାଗର ଢେଉ ଏବେ ଧୀରେ ଧୀରେ କୂଳ ଖାଇ ଭିୟୁ ଟାୱାର୍ ପାଦଦେଶରେ ପହଞ୍ଚିଲାଣି।
୨୦୦୯ ପୂର୍ବରୁ ଲୋକଲୋଚନ ଅଗୋଚରରେ ଥିବା ଏହି ବେଳାଭୂମି ୨୦୧୬ରେ ବହୁ ଦାବି ପରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା। ଏହାପରେ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ବିଶେଷ କରି ଏହି ଏକାନ୍ତ ବେଳାଭୂମିର ସୌନ୍ଦର୍ଯ୍ୟ ଓ ସୁଦୂରପ୍ରସାରୀ ଘଞ୍ଚ ଝାଉଁବଣ ପର୍ଯ୍ୟଟକଙ୍କୁ ବଣଭୋଜି କରିବାକୁ ଏଠାକୁ ଟାଣିଆଣେ। କିନ୍ତୁ ଏବେ ଏହି ବେଳାଭୂମିର ସୁରକ୍ଷା ପାଇଁ ସତେ ଯେମିତି ସରକାରଙ୍କ ନିଘା ନାହିଁ। ଆଖପାଖ ଅଞ୍ଚଳର ସୁରକ୍ଷା ପାଇଁ ତୁରନ୍ତ ବେଳାଭୂମିରେ ପଥର ପ୍ୟାକିଂ କିମ୍ବା ସିୱାଲ୍ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଓ ସରପଞ୍ଚ ଦାବି କରିଛନ୍ତି। ସେପଟେ ଜିଲ୍ଲାପାଳ ବେଳାଭୂମିର ଦୁରବସ୍ଥାକୁ ସ୍ୱୀକାର କରିଥିବାବେଳେ ଖୁବଶୀଘ୍ର ପଥର ପ୍ୟାକିଂର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
Also Read
ଖାଲି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଚଳିବ ନାହିଁ ବରଂ ପରିବର୍ତ୍ତିତ ସମୟରେ ଏହାର ରକ୍ଷାଣାବେକ୍ଷଣା ଓ ସୁରକ୍ଷା ପାଇଁ ସରକାର ବ୍ରତୀ ହେବା ଉଚିତ୍ ବୋଲି ସ୍ଥାନୀୟ ଲୋକଙ୍କ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)