• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

  •  ଆସନ୍ତା ୨୦ ତାରିଖ ଯାଏଁ ରେଡ୍ ଆଲର୍ଟ ଜାରି ରହିବ

  • ଦିଲ୍ଲୀ ଏୟାରପୋର୍ଟକୁ ଆତଙ୍କବାଦୀଙ୍କ ଧମକ ପରେ ନିଆଗଲା ଏପରି ପଦକ୍ଷେପ

ଭୁବନେଶ୍ୱର: ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ଏୟାରପୋର୍ଟକୁ ଆତଙ୍କବାଦୀଙ୍କ ଧମକ ପରେ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି।

ଆଗକୁ ସ୍ବାଧୀନତା ଦିବସ ଥିବାରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭିଜିଟର୍ସ ପାସ୍‌ରେ ବିମାନବନ୍ଦର ଟର୍ମିନାଲକୁ ପ୍ରବେଶ ନିଷିଦ୍ଧି ରହିଛି।  ଆସନ୍ତା କିଛି ଦିନ ଯାଏ ଟର୍ମିନାଲକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି । SOPକୁ କଡାକଡି ଭାବେ ପାଳନ କରାଯାଉଛି  ବିମାନବନ୍ଦର ସୁରକ୍ଷାରେ ଥିବା ସିଆଇଏସ୍ଏଫ୍ ଏବଂ କମିଶନରେଟ ପୋଲିସର ଟିମ୍ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଚଳପ୍ରଚଳ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

ଏଥିଲାଗି ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଏହି ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଗତ ୮ ତାରିଖ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଥିଲା ।  ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଏକ ଇମେଲ ପାଇଛି ଯେଉଁଥିରେ କୁହାଯାଇଛି ଯେ କରଣବୀର ସୁରି ଓରଫ ମୋହମ୍ମଦ ଜଲାଲ ଏବଂ ତାଙ୍କ ପତ୍ନୀ ଶୈଲି ଶାରା ଓରଫ୍‌ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଆସନ୍ତା ଏକରୁ ତିନି ଦିନ ମଧ୍ୟରେ ଉଭୟ ଆଇଜି ବିମାନ ବନ୍ଦରରେ ବୋମା ରଖିବାକୁ ଷଡଯନ୍ତ୍ର କରୁଛନ୍ତି। ଅଲ୍‌କାଏଦାର ଏହି ଧମକ ପରେ ସିଏସ୍‌ଏଫ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇ ବିମାନବନ୍ଦରର ସୁରକ୍ଷାକୁ କଡାକଡି କରିଛନ୍ତି।

ଏହା ପୂର୍ବରୁ ୧୮ ଏପ୍ରିଲରେ ଦିଲ୍ଲୀ ବିମାନବନ୍ଦରରେ ଗୋଟିଏ ବିମାନକୁ ବୋମା ପକେଇ ଉଡ଼ାଇବା ଦେବାକୁ ଧମକ ମିଳିଥିଲା।  ବାଙ୍ଗାଲୋରରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ଜଣେ ଯାତ୍ରୀଙ୍କୁ ସ୍ଲିପ୍‌ ମିଳିଥିଲା। ସ୍ଲିପ୍‌ରେ ଲେଖାଯାଇଥିଲା ଯେ ବିମାନରେ ଏକ ବୋମା ଅଛି ଏବଂ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବିସ୍ଫୋରଣ ହେବ। ଫଳରେ ବିମାନଟି ଦିଲ୍ଲୀରେ ପହଞ୍ଚିବା ମାତ୍ରେ ବୋମା ନିଷ୍କାସନକାରୀ ଦଳ ଏହାକୁ ଘେରି ରହିଥିଲେ ଏବଂ ଅନୁସନ୍ଧାନ ବେଳେ କିଛି ମିଳି ନ ଥିଲା।