Advertisment

ଜୀବନ ପାଇଁ ଗୁହାରି କଲେ ରାଜେନ୍ଦ୍ର

କେଉଁଠି ସରକାରଙ୍କ ଯୋଜନା ପାଖରେ ସାଧାରଣ ଲୋକଟିଏ ପହଁଚି ପାରୁନି ତ କେଉଁଠି ସରକାରଙ୍କ ଯୋଜନା ଗରିବ ଅସହାୟଙ୍କ ପାଇଁ ବାଟ ଭୁଲି ଯାଇଛି। ଏହାର ଅବିକଳ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଓରାଓରୀ ଗ୍ରାମର ରାଜେନ୍ଦ୍ର ସିଂ ଙ୍କ କ୍ଷେତ୍ରରେ । ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ଶିକାର ହେଇ ଏବେବି ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ରାଜେନ୍ଦ୍ର ବଞ୍ଚିବା ପାଇଁ ଶେଷରେ ସରକାରଙ୍କ ପାଖରେ ମାଗିଛି ଜୀବନ ଭିକ୍ଷା ।

author-image
Pallipuspa Samal
Rajendra is begging for life

Rajendra is begging for life

 କୋଇଡ଼ା: ମତେ ବଞ୍ଚେଇ ଦିଅ ସରକାର , ମୁଁ ବଞ୍ଚିବାକୁ ଚାହେଁ , ମୁଁ ଝାଡା ପରିସ୍ରା ଯାଇ ପାରୁନି , ଏମିତି କି ଠିକ ସେ ଦୁଇ ମୁଠା ଖାଇ ମଧ୍ୟ ପାରୁନି , ମୁଁ ଆଉ ଏ କଷ୍ଟ ସହି ପାରୁନି ସରକାର , ମତେ ଭଲ କରିଦିଅ, ମୁଁ ଭଲ ହେଇଗଲେ ଆଗପରି କାମ କରି ମୋର ମୋ ପରିବାରର ପେଟ ପୋଷି ପାରିବି । ଏହିଭଳି ଜୀବନ ଭିକ୍ଷା ମାଗିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଓରାଓରି ଗ୍ରାମର ଗ୍ୟାରେଜ ମିସ୍ତ୍ରୀ ରାଜେନ୍ଦ୍ର ।

Advertisment

ହସ ଖୁସିରେ ଜୀବନ ବିତାଉଥିବା ରାଜେନ୍ଦ୍ର ଜୀବନରେ ୨୦୧୯ ମସିହା ଜାନୁୟାରୀ ୧୨ ତାରିଖରେ ଘୋଟିଆସିଥିଲା କଳାବାଦଲ । ରାଜେନ୍ଦ୍ର କୋଇଡା ବଜାରରେ ଥିବା ଗ୍ୟାରେଜରୁ କାର୍ଯ୍ୟ ସାରି ସାଇକେଲ ଯୋଗେ ଫେରୁଥିବା ବେଳେ ହଟାତ ଏକ ମାଲ ବୋଝେଇ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ରାଜେନ୍ଦ୍ରଙ୍କୁ କିଛି ଯୁବକ ଉଦ୍ଧାର କରି ସଙ୍ଗେ ସଙ୍ଗେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଅନ୍ୟପଟେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତାଙ୍କୁ ସଙ୍ଗେସଙ୍ଗେ ରାଉରକେଲା ଆଇଜିଏଚଙ୍କୁ ସ୍ଥାନାନ୍ତର କରାଯାଇଥିଲା । ରାଉରକେଲାରେ ଅଵସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାଜେନ୍ଦ୍ରଙ୍କୁ ସେ ସମୟରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା ।

Advertisment

ବୁର୍ଲାରେ ରାଜେନ୍ଦ୍ରଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତରଙ୍କ ଠାରୁ ଶୁଣିବା ପରେ ଅଭାବ ଅନାଟନରେ ଦିନ କାଟୁଥିବା ରାଜେନ୍ଦ୍ରଙ୍କ ବଡ଼ଭାଇ ଭଗବାନଙ୍କ ଭରଷାରେ ଘରକୁ ନେଇ ଆସିବା ପରେ ଦୁଇ ବର୍ଷ ହେଲା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଦିନ କାଟୁଚି ୨୨ ବର୍ଷୀୟ ରାଜେନ୍ଦ୍ର ।

ଏପଟେ ଦୁଇ ବର୍ଷ ହେଲା ଚିକିତ୍ସା ଅଭାବରୁ ରାଜେନ୍ଦ୍ର ର ଅଣ୍ଟା ଓ ଗୋଡ଼ ଧୀରେ ଧୀରେ ଅଚଳ ହୋଇପଡିଥିବା ବେଳେ ଦୁଇ ବର୍ଷ ହେଲା ପରିସ୍ରା ପାଇପ ରାଜେନ୍ଦ୍ର ଶରୀରରେ ଲାଗି ରହିଚି । ଖାଇବା ବସିବା ଏମିତିକି ବାଟ ଚାଲିବା ପାଇଁ ଭାଇ ଭାଉଜଙ୍କ ସାହାରା ନିଏ ରାଜେନ୍ଦ୍ର । ବାପା ଓ ମାଆକୁ ହରାଇ ଭାଇ ଭାଉଜଙ୍କ ପାଖରେ ଦିନ କାଟୁଥିବା ରାଜେନ୍ଦ୍ରର ଏପରି ଅବସ୍ଥା ଦେଖିବା ପରେ ସ୍ତ୍ରୀ ମଧ୍ୟ ମୁହଁ ଆଡେଇ କେଉଁ ଆଡେ ଚାଲି ଯାଇଛି ଯେ ଆଉ ଫେରିବା ନାଁ ଧରୁନି ।

ଏଠି ସେଠି ମୂଲ ମଜୁରୀ କରି ପୁରା ପରିବାର ପେଟ ପୋଷୁଥିବା ରାଜେନ୍ଦ୍ରଙ୍କ ବଡ଼ ଭାଇ ପରିବାର ଚଳାଇବା ଏକ ପ୍ରକାର କଷ୍ଟକର ହୋଇ ପଡ଼ିଥିବା ବେଳେ ରାଜେନ୍ଦ୍ରର ଅସ୍ତ୍ରୋପଚାର କରିବା ଏମାନଙ୍କ ପାଇଁ ସତେ ଯେମିତି ଆକାଶ କଇଁଆଁ ଚିଲିକା ମାଛ ସଦୃଶ୍ୟ ହୋଇପଡିଛି । ରାଜେନ୍ଦ୍ରଙ୍କ ଦୁଃଖରେ ସମ ଦୁଃଖୀ ହୋଇ ସାହାଯ୍ୟ ପାଇଁ ସାଙ୍ଗ ସାଥି ପଡ଼ୋଶୀ କରିଛନ୍ତି ଆକୁଳ ନିବେଦନ।

Apana Eka Nuhanti
Advertisment
Advertisment