Advertisment

ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା, ଜୋରଜବରଦସ୍ତ ଲୋକଙ୍କଠୁ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା। କାଗଜ ଦେଖାଇ ଡୋନେସନ୍ ନାଁରେ ମାଗୁଛନ୍ତି ଟଙ୍କା। ନଦେଲେ ଜୋରଜବରଦସ୍ତ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Girls Seek Monetary Help

Minor Girls Seek Monetary Help

ଭୁବନେଶ୍ୱର: ରାଜଧୀାନୀ ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା। କାଗଜ ଦେଖାଇ ଡୋନେସନ୍ ନାଁରେ ମାଗୁଛନ୍ତି ଟଙ୍କା। ନଦେଲେ ଜୋରଜବରଦସ୍ତ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ।

Advertisment

ଅଭିଯୋଗ ଅନୁଯାୟୀ, ରାଜସ୍ଥାନର କିଛି ନାବାଳିକା କାଗଜରେ ଲେଖାଥିବା ଏକ ସଂସ୍ଥା ବାବଦକୁ ଅର୍ଥ ଦାବି କରୁ ଥିବାବେଳେ ଲୋକେ ସେମାନଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି। କରୋନା ପାଇଁ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିବା କହି ଏମାନେ ଟଙ୍କା ମାଗୁଛନ୍ତି। ଲୋକଙ୍କ ଘର, ଦୋକାନରେ ବି ଜୋରଜବରଦସ୍ତ ପଶି ଯାଉଥିବା ଅଭିଯୋଗ ହୋଇଛି। 

ଘଟଣାକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ଖଣ୍ଡେ ଖଣ୍ଡେ କାଗଜ ଧରି ଏମାନେ ଜୋରଜବରଦସ୍ତ ଏମାନେ ଲୋକଙ୍କଠୁ ଟଙ୍କା ମାଗୁଛନ୍ତି। ଏପରିକି ଏମାନେ କାହା ଦୋକାନ, ଅଫିସ ଓ ଘରେ ପଶି ଜୋରଜବରଦସ୍ତ ଟଙ୍କା ମାଗୁଛନ୍ତି। ସେମାନଙ୍କ ବେଶରୁ ଜଣାପଡ଼ୁ ନାହିଁ ଯେ, ଏମନେ ଭିକ୍ଷା ବୃତ୍ତି କରୁଥିବେ ବୋଲି।’

Advertisment

ଅନ୍ୟପକ୍ଷରେ, ଥାନାରେ ଏହି ନାବାଳିକାଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏମାନେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ତଦନ୍ତ ପରେ ହିଁ ଜଣାପଡ଼ିବ।  

Fraud Minor Girl
Advertisment
Advertisment