Advertisment

ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି: ହୁ ହୁ ହୋଇ ବଢ଼ୁଛି ତୈଳ ଦର, ଆକଶ ଛୁଆଁ ପରିବା ଦର

ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

author-image
Rajalaxmi Sahoo
Price Of Vegetables And Oil Spike

Price Of Vegetables And Oil Spike

ଭୁବନେଶ୍ୱର: ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

Advertisment

ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨ ଟଙ୍କା ୨୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୧୦୮ ଟଙ୍କା ୫୬ ପଇସାକୁ ବଢ଼ିଛି। କାଲିମେଳାରେ ତୈଳ ଦର ୧୧୩ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ବି ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ି ୧୦୬ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ଦର ବି ବଢ଼ି ୧୦୩ ଟଙ୍କା ୧୫ ପଇସାରେ ରହିଛି। କଟକରେ ପେଟ୍ରୋଲ ଲିଟର ପ୍ରତି ୧୦୭ ଟଙ୍କା ୪ ପଇସା ଏବଂ ଡିଜେଲ ଦର ୧୦୩ ଟଙ୍କା ୪୨ ପଇସା ରହିଛି। ରାଉରକେଲାରେ ପେଟ୍ରୋଲ ୧୦୭ ଟଙ୍କା ୮୮ ପଇସା ଥିବାବେଳେ ବାଲେଶ୍ୱରରେ ୧୦୬ ଟଙ୍କା ୭୦ ପଇସାରେ ପହଞ୍ଚିଛି। 

ଅନ୍ୟପକ୍ଷେ, ବଜାରରେ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି। ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉ ନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ ହୋଇଥିବା କୁହାଯାଉଛି। ପରିବା ଦର ବଢୁଥିବାରୁ ଖାଉଟି ଚିନ୍ତାରେ ପଡ଼ିଲେଣି। ତେଲ, ସଉଦାଠୁ ଆରମ୍ଭ କରି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିରେ ହନ୍ତସନ୍ତ ଖାଉଟିଙ୍କୁ ଏବେ ପରିବା ଦର ବୃଦ୍ଧି ବେଶ୍‌ ବାଧିଲାଣି।

Advertisment

Vegetable Price Hike Petrol Price Hike Diesel Price Hike
Advertisment
Advertisment