Advertisment

ପକ୍ଷୀଙ୍କ ପ୍ରେମରେ ଡାକ କର୍ମଚାରୀ

ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀ ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ସଷ୍ଟ ବାରି ହୋଇ ପଡୁଛି । ନିଜର ଦୈନନ୍ଦିନ ଜୀବନରୁ ଟିକିଏ ସମୟ ପାଇଲେ କିଏ ପରିବାର ସହିତ ସମୟ ଅତିବାହିତ କରୁଥିବା ବେଳେ ସେ କିନ୍ତୁ ନିଜର ପରିବାର କହୁଥିବା ପକ୍ଷୀଙ୍କ କାମରେ ଲାଗି ପଡନ୍ତି ।

author-image
Sarbeswar
ପକ୍ଷୀଙ୍କ ପ୍ରେମରେ ଡାକ କର୍ମଚାରୀ

Bhadrak Bird

ଭଦ୍ରକ(ପାର୍ଥସାରଥୀ ନାୟକ) ପକ୍ଷୀଙ୍କର ପ୍ରେମରେ ଡ଼ାକ କର୍ମଚାରୀ ବିଦ୍ୟାଧର। ପଶୁପକ୍ଷୀଙ୍କୁ ଜୀବନ ସାଥୀ କରିଛନ୍ତି । ଭଳି କି ଭଳି ଦୁଇ ଶହରୁ ଅଧିକ ପ୍ରକାରର ପକ୍ଷୀ ପାଳିଛନ୍ତି । ପକ୍ଷୀ ପ୍ରେମର ନିଶା ଏମିତି ଘାରିଛି ଯେ ଦିନେ ଅଳ୍ପ ଦୁଇଟା ପକ୍ଷୀ ରଖୁଥିଲେ ଆଜି କିନ୍ତୁ ଶହ ଶହ ପକ୍ଷୀ ପାଳି ପକ୍ଷୀ ମଣିଷ ହୋଇଛନ୍ତି । ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀ ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ସଷ୍ଟ ବାରି ହୋଇ ପଡୁଛି । ନିଜର ଦୈନନ୍ଦିନ ଜୀବନରୁ ଟିକିଏ ସମୟ ପାଇଲେ କିଏ ପରିବାର ସହିତ ସମୟ ଅତିବାହିତ କରୁଥିବା ବେଳେ ସେ କିନ୍ତୁ ନିଜର ପରିବାର କହୁଥିବା ପକ୍ଷୀଙ୍କ କାମରେ ଲାଗି ପଡନ୍ତି । ନିଜର ପେଶା ଓ ନିଶାର ସମନ୍ୱୟ ରଖି ଆଗେଇ ଚାଲିଛନ୍ତି । ପାରା ମଣିଷ ଭାବେ ତାଙ୍କ ଅଞ୍ଚଳରେ ସେ ବେଶ ପରିଚିତ । ତାଙ୍କର ପାରା ମାନଙ୍କୁ ଦେଖିବାକୁ ବହୁ ଲୋକେ ମଧ୍ୟ ତାଙ୍କ ପାଖକୁ ଛୁଟି ଆସନ୍ତି ।

Advertisment

ଧାମନଗର ଅସୁରାଳି ଡାକଘରେ କାର୍ଯ୍ୟରତ ଅସୁରାଳି ଡାକଘରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକ ବିଦ୍ୟାଧର ସାହୁ । ଘର ତାଙ୍କର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗ୍ରାମରେ। ନିଜ ଘରର ଛାତ ଉପରେ ପିଞ୍ଜରା କରି ଦୁଇ ଶହରୁ ଅଧିକ ବିଭିନ୍ନ କିସମର ପାରାଙ୍କୁ ପାଳିଛନ୍ତି। ନିଜ ପରିବାର ଭଳି ଏହି ପାରା ମାନଙ୍କୁ ପାଳୁଛନ୍ତି। ତେବେ ଏମାନଙ୍କ ରହିବା ଖାଇବ ପାଇଁ ଦୈନିକ ପ୍ରାୟ ଦୁଇ ଶହ ଟଙ୍କାରୁ ଅଧିକ ସେ ଖର୍ଚ୍ଚ ମଧ୍ୟ କରିଥାଆନ୍ତି । ପାରାକୁ ପାଳି ଏକ ନିଆର ପରିଚୟ ପାଇଛନ୍ତି ବିଦ୍ୟାଧର। ଓଡିଶା ତଥା ଓଡିଶାର ବାହାରୁ ଅନେକ ପାରା ଆଣି ନିଜ ପାଖରେ ରଖି ପାଳୁଛନ୍ତି । ତିରା, ହରା, ନିଳା, ସବଜି, ଖଡ଼ିଆ, ଚଉ, ଡୁଗି, କାଗଜି, ଚିନି, କାଳୁଆ, ବାଗୁଆ, ଲାଲପଟିଆ(ଓଡିଶା ବ୍ରିଡ଼), କାଲସିରା, ଲାଲସିରା, କାଲଦମା, ଲାଲଦମା, ଆନ୍ଦ୍ରା, ପଞ୍ଜାବୀ, ଟେଡି, କମଙ୍ଗର ଆଦି ବିଭିନ୍ନ କିସମର ପାରାକୁ ପାଳିଛନ୍ତି । କେନ୍ଦ୍ରାପଡା, ଓଳାଭର, ଭଦ୍ରକ, ଭୁବନେଶ୍ବର, କଟକ, ଯାଜପୁର, ଜଳେଶ୍ୱର, କୋଲକତା, ପଞ୍ଜାବ, ମହାରାଷ୍ଟ୍ର, ଆନ୍ଧ୍ରରୁ ପାରା କଲେକ୍ସନ କରିଛନ୍ତି ।

Advertisment

ପାରା ମଣିଷ ଭାବେ ତାଙ୍କ ଅଞ୍ଚଳରେ ସେ ବେଶ ପରିଚିତ । ଏଥିପାଇଁ ସେ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନୀତ କରିଥିବା ବେଳେ ବହୁ ସମୟରେ ପାରା ଉଡ଼ାଇ ସେ ପୁରସ୍କାର ବି ପାଇଛନ୍ତି । ଜଣେ ପୋଷ୍ଟାଲ କର୍ମଚାର ହୋଇ ସେ ଗୋଟିଏ ପଟରେ ନିଜର ଦାୟିତ୍ୱ ସକାଳ ୯.୩୦ ରୁ ୩.୩୦ ପର୍ଯ୍ୟନ୍ତ ତୁଲାଇ ଘରକୁ ଫେରି ଏହି ପକ୍ଷୀ ମାନଙ୍କ ଦାୟିତ୍ୱ ତୁଲାଇ ଥାଆନ୍ତି। ଏପରିକି କେବେ ତାଙ୍କର ଉପରସ୍ଥ ଅଧିକାରୀ ତାଙ୍କର କାମରେ କୌଣସି ଅବହେଳ ଦେଖି ନାହାଁନ୍ତି । ତାଙ୍କ ଅନେକ ପ୍ରଶଂସା କରନ୍ତି ଯେ କିପରି ନିଜ କାମ ପରେ ଏତ ପାରାଙ୍କ କାର୍ତ୍ତବ୍ୟ ସେ କିପରି ତୁଲାନ୍ତି ।

ଏମାନଙ୍କ ସହ ବିଦ୍ୟାଧର ସମ୍ପର୍କ ଏତେ ନିବିଡ ଯେ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଖାଦ୍ୟ ଦେଲା ବେଳେ ପାରାମାନେ ଘେରି ଯାଆନ୍ତି ବିଦ୍ୟାଧରଙ୍କୁ । ଡାକିଦେଲେ ଉଡି ଆସି ତାଙ୍କ ପାଖରେ ବସି ଯାଆନ୍ତି । ପାରାମାନେ ମଧ୍ୟ ବିଦ୍ୟାଧରଙ୍କୁ ମଧ୍ୟ ଏମିତି ଆପଣାର କରିଦେଇଛନ୍ତି । ବିଦ୍ୟାଧରଙ୍କ ବାପା ବୈଷ୍ଣବଙ୍କ କହିବା କଥା ବିଦ୍ୟାଧର ପିଲାବେଳୁ ପଶୁପକ୍ଷୀଙ୍କୁ ଭଲପାଇ ଆସିଛନ୍ତି। ଧୀରେ ଧୀରେ ଏହା ତାଙ୍କର ନିଶା ପାଲଟିଗଲା। ଏବେ ସେ ନିଜ ଘରେ ଦୁଇ ଶହ ବିଭିନ୍ନ ପ୍ରଜାତିର ପାରାଙ୍କୁ ରଖିଛନ୍ତି। ଏପରି ମନୋଭାବ ଆଜିର ସ୍ୱାର୍ଥସର୍ବସ୍ୱ ମଣିଷ ପାଇଁ ଏହା ଏକ ବ୍ୟତିକ୍ରମ। ତାଙ୍କର ଏହି କାମରେ ତାଙ୍କର ବାପା ଓ ପୁଅ ବେଶ ସହାୟକ ହୁଅନ୍ତି । ଯେତେବେଳେ ବାହାରେ ଥାଆନ୍ତି ଏହି ପାରାମାନଙ୍କୁ ଖାଇବାକୁ ପିଇବାକୁ ତାଙ୍କର ବାପା ଓ ପୁଅ ଦିଅନ୍ତି । ଅଫିସରୁ ଫେରିଲେ ସେ ଥକି ଯାଇଥିଲେ ମଧ୍ୟ ଏହି ପାରାଙ୍କର ସମସ୍ତ କାମ ସାରିବା ପରେ ଯାଇଁ ନିଜେ ଖାଦ୍ୟ ଗ୍ରହଣ କରନ୍ତି ।

Odisha News Bhadrak
Advertisment
Advertisment