Advertisment

ପାର୍କ ସଦୃଶ ଥାନା ! ପାଚେରୀରେ ସଚେତନତା ବାର୍ତ୍ତା,ଦେଶର ସର୍ବଶ୍ରେଷ୍ଠ ତିନି ଥାନା ତାଲିକାରେ ଗଞ୍ଜାମ ଗାଙ୍ଗପୁର ଥାନା

ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
gangpur

gangpur

ଭଞ୍ଜନଗର(ରାଜେଶ କୁମାର ପଣ୍ଡା ) : ଥାନା କାନ୍ଥରେ ସଚେତନତା ବାର୍ତ୍ତା । ପାଚେରୀରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ଛବି । ଲନ୍‌ରେ ସୁନ୍ଦର ଟାଇଲ୍ସ । ଏହାସହ ଥାନା ପରିସରରେ ଥିବା କୁତ୍ରିମ ପୋଖରୀ, କୁତ୍ରିମ ଝରଣା, ଭଳିକି ଭଳି ଫୁଲ ଅଞ୍ଚଳବାସୀଙ୍କୁ ବେଶ ଆକୃଷ୍ଟ କରୁଛି । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ପରିସରର ଏ ଦୃଶ୍ୟ ସତରେ ଖୁବ୍ ମନଲୋଭା । ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ଦେଶର ସର୍ବଶ୍ରେଷ୍ଠ ତିନି ଥାନା ତାଲିକାରେ ଏହାର ନାଁ ରହିଛି ।

Advertisment

ସାରା ଦେଶରେ ଥିବା ୧୩, ୦୦୦ ରୁ ଉର୍ଦ୍ଧ ଥାନା ମଧ୍ୟରୁ ଚଳିତ ବର୍ଷ ସର୍ବଶ୍ରେଷ୍ଠ ତିନି ଥାନାର ତାଲିକା ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ତିନି ଥାନା ମଧ୍ୟରେ ରହିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା । ୧୯୩୬ ମସିହାରେ ନିର୍ମିତ ହୋଇଛି ଗାଙ୍ଗପୁର ଥାନା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସବୁ ସମୟରେ ସଫଳତା ପାଇ ଚର୍ଚ୍ଚାରେ ରହି ଆସିଛି ଏହି ଥାନା । ବିଶେଷ କରି ଥାନା ପରିସରର ଉନ୍ନୟନ ମୂଳକ କାର୍ଯ୍ୟ, ଉତ୍ତମ ଜନ ସମ୍ପର୍କ, ଅପରାଧ ନିୟନ୍ତ୍ରଣ, ଥାନାରେ ହେଉଥିବା ମାମଲାକୁ ଖୁବଶୀଘ୍ର ସମାଧାନ କରିବା, ଚୋରି ରାହାଜନି ରୋକିବା ପାଇଁ ଆଜି ସାରା ଭାରତ ବର୍ଷରେ ଏହାକୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଛି ।

କେନ୍ଦ୍ର ଗୃହ ବିଭାଗର ଏକ ଟିମ ସାରା ଦେଶର ଥାନା ପରିଦର୍ଶନ କରି ଥାନା ଗୁଡିକର ବିଭିନ୍ନ ସ୍ୱଚ୍ଛତା ଫିଟନେସ, ଅପରାଧ ନିୟନ୍ତ୍ରଣ, ସାମାଜିକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ମତାମତ ନେଇ ସର୍ଭେ କରିଥିଲେ । ଏଥିରେ ଗାଙ୍ଗପୁର ଥାନା ନାମ ଥିବା କେନ୍ଦ୍ର ଗୃହ ବିଭାଗ ଜଣାଇବା ପରେ ଅତିରିକ୍ତ ଡିଜି ଗଞ୍ଜାମ ଏସପିଙ୍କୁ ଚିଠି କରି ଜଣାଇଥିଲେ । ଶ୍ରେଷ୍ଠ ଥାନା ବିବେଚିତ ହୋଇଥିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଟ୍ରଫି ଦେଇ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଗାଙ୍ଗପୁର ଭଞ୍ଜନଗର ଏସପି ।

Advertisment
Police Station
Advertisment
Advertisment