• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • AIIMSରେ ଭିର୍ତ୍ତି ଦୁଇ ଯବାନଙ୍କୁ ଭେଟିଲେ ଡିଜିପି ।

  • ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି ।

  • ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି । 

କନ୍ଧମାଳ: କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି । ଖୁବଶୀଘ୍ର ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଆଜି ସକାଳେ ଏମ୍‌ସ ଯାଇ ଡିଜିପି ଅଭୟ ଆହତ ଦୁଇ ଯବାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ ଗତକାଲି କନ୍ଧମାଳ ଗୋଛାପଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିଜେ ଏୟାରଲିଫ୍ଟ କରି ଭୁବନେଶ୍ୱର ଏମ୍ସ ଆଣିଥିଲେ ପୋଲିସ ଡିଜି ।

ସେପଟେ ଆଜି ପୁରୀ ଯାଇ ମଧ୍ୟ ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପୋଲିସ ଡିଜି ଅଭୟ । ପୁରୀବାସୀଙ୍କ ସହଯୋଗ ପାଇଁ ପୂର୍ବ ବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ସହ ଶେଷ ହୋଇଥିଲା । ଚଳିତବର୍ଷ ମଧ୍ୟ ପୁରୀ ବାସୀଙ୍କ ସହଯୋଗ କାମନା କରିଛନ୍ତି ଡିଜିପି । ଏଥିସହ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ଶେଷ ପାଇଁ ପୋଲିସ ବିଭାଗ ତତ୍ପର ରହିଛି । ସମସ୍ତ ପୋଲିସ କର୍ମଚାରୀଙ୍କ ମନୋବଳ ଦୃଢ ରହିଛି ବୋଲି ଡିଜିପି କହିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।