Advertisment

ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।

author-image
Sarbeswar
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

PMAY Scam

ଭୁବନେଶ୍ୱର: ରାଜ୍ୟରେ ଆବାସ କେଳେଙ୍କାରୀର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏତେ ଫର୍ଦ୍ଦ ଯେ, ସବୁ ଯୋଡ଼ିଲେ ଗୋଟିଏ ପୋଥି ହୋଇଯିବ। କେଉଁଠି ଯୋଗ୍ୟଙ୍କୁ ଘର ମିଳୁନି, ଆଉ କେଉଁଠି ଅଯୋଗ୍ୟ ମାଲାମାଲ୍। ତେବେ ବାଲେଶ୍ୱର ବସ୍ତାରେ ଜଣେ ଲକ୍ଷପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ମହଲା ଘର ତୋଳୁଥିବା ବେଳେ କଟକ ସାଲେପୁରରେ ଜଣେ ବିଧବା ବୟସ୍କା ମହିଳାଙ୍କ ବିଜୁ ପକ୍କାଘର ଆଶା ମଉଳି ଯାଉଛି। ଏବେ ଘର ମିଳିବ କି ନାହିଁ ସେ ଆଶଙ୍କା ପ୍ରକାଶ କଲେଣି।

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।

Advertisment

ତେବେ କଟକ ସାଲେପୁର ଛୋଟିନଟରାର ବାସନ୍ତୀ ମଲ୍ଲିକଙ୍କ ଚାଳଛପର ଘରକୁ ଦେଖିଲେ ଆପଣଙ୍କ ମନରେ ବି ଅନେକ ପ୍ରଶ୍ନ ଉଙ୍କି ମାରିବ। ଦରଗଢ଼ା କାନ୍ଥରେ ଲାଗିଛି ବିଜୁ ପକ୍କାଘର ପୋଷ୍ଟର। ବାସନ୍ତିଙ୍କ ଅଭିଯୋଗ, ଇନ୍ଦିରା ଆବାସ ଯୋଜନାରେ ତିଆରି ଏହି ଘର, ସ୍ୱାମୀଙ୍କ ଦେହାନ୍ତ ପରେ ୧୩ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡ଼ିଛି। ପୂର୍ବ ଯୋଜନା ଟଙ୍କା ଫେରାଇଲେ ସରକାର ନୂଆ ଘର ଦେବେ ଶୁଣି, ଧାରକରଜ କରି ବ୍ଲକ୍ ଅଫିସରେ ୧୮ ହଜାର ୭ଶହ ଟଙ୍କା ଦାଖଲ କରିଥିଲେ। ହେଲେ ଏଯାଏଁ ନୂଆ ଘର ପାଇଁ କାର୍ଯ୍ୟାଦେଶ ବି ମିଳିନି। ଅଥଚ କିଛି ଲୋକ ଆସି କାନ୍ଥରେ ବିଜୁ ପକ୍କାଘରର ପୋଷ୍ଟର ମାରିଦେଇ ଯାଇଛନ୍ତି। ବିଡିଓ କହିଛନ୍ତି, ଅଭିଯୋଗର ତଦନ୍ତ ହେବ।

ରାଜ୍ୟରେ ଆବାସ ଅନିୟମିତତାକୁ ନେଇ କୁହୁଳିଥିବା ଜନ ଅସନ୍ତୋଷର ନିଆଁ, ଗତ ସୋମବାର ବିସ୍ଫୋରକ ରୂପ ଧରିଥିଲା ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟରେ। ଯୋଜନାରୁ ବଞ୍ଚିତ ହୋଇଥିବା କୁବେରା ପଞ୍ଚାୟତବାସୀ ଓ ବିଜେପି କର୍ମୀଙ୍କ ଆନ୍ଦୋଳନ ବେଳେ ଏଠି ଭଙ୍ଗାରୁଜା ହୋଇଥିଲା। ଆଜି କୁବେରା ଗସ୍ତ କରି ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଭେଟିଛି ରାଜ୍ୟ ବିଜେପି ଟିମ୍। ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସଭାପତି ସମୀର ମହାନ୍ତି। ...

ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

PMAY Scam Cuttack Balasore Odisha
Advertisment
Advertisment