Advertisment

ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀ

ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Aambulance

Aambulance

ସମ୍ବଲପୁର: ଦଗା ଦେଲା ସରକାରୀ ୧୦୮ ଆମ୍ବୁଲାନସ। ଜାତୀୟ ରାଜପଥ ଉପରେ ଖରାପ ହୋଇଯିବାରୁ ମେଡ଼ିକାଲ୍ ପହଞ୍ଚିନପାରି ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏଭଳି ଏକ ଦୁଃଖଦ ଖବର ଆସିଛି ସମ୍ବଲପୁର ଅଞ୍ଚଳରୁ। ଗତକାଲି ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ମହିଳା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଧରି ୧୦୮ ଆମ୍ବୁଲାନସ ବୁର୍ଲା ମେଡିକାଲକୁ ଯାଉଥିଲା। ତେବେ ଆମ୍ବୁଲାନସଟି ସମ୍ବଲପୁର ଅତିକ୍ରମ କରିବା ପରେ ଜାତୀୟ ରାଜପଥ ଉପରେ ହିଁ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। 

Advertisment

ଫଳରେ ଆମ୍ବୁଲାନ୍ସଟି ଛିଡ଼ା ହୋଇଥିବାବେଳେ ରୋଗୀଙ୍କ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା। ରୋଗୀଙ୍କ ସହ ତାଙ୍କ ସ୍ୱାମୀ ଓ ଝିଅ ବି ଥିଲେ। ସେମାନେ ବିକଳରେ ସାହାଯ୍ୟ ମାଗି ଚାଲିଥିଲେ ଆମ୍ବୁଲାନସ କର୍ମଚାରୀଙ୍କୁ। ତେବେ ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି। ଏନେଇ ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ କିମ୍ବା କୌଣସି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ରୋଗୀ ଯେମିତି ସୁବିଧାରେ ହସ୍ପିଟାଲରେ ପହଞ୍ଚି ପାରିବେ, ସେଥିପାଇଁ ସରକାର ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ସମସ୍ୟା ହେଉଛି। ଏଭଳି ଏକ ଘଟଣା ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଜଣେ ଗୁରୁତର ମହିଳାଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ବାଟରେ ଖରାପ ହୋଇଯାଇଥିଲା ୧୦୮ ଆମ୍ବୁଲାନ୍ସ। ପ୍ରାୟ ଅଧ ଘଣ୍ଟା ଧରି ସେହି ଆମ୍ବୁଲାନ୍ସ ଭିତରେ ଛଟପଟ ହେବା ପରେ ଅନ୍ୟ କୌଣସି ଆମ୍ବୁଲାନ୍ସ ଯୋଗାଡ଼ ସମ୍ଭବ ନ ହେବାରୁ ବାଧ୍ୟ ହୋଇ ରୋଗୀଙ୍କୁ ଅଟୋରେ  ନିଆଗଲା।  ଏ ନେଇ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment
Patient Ambulance Odisha
Advertisment
Advertisment