Advertisment

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Padma Shri Nanda Sir

Padma Shri Nanda Sir

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ପରଲୋକ ନେଇ ନନ୍ଦ ସାର୍‌ଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି। 

Advertisment

ଆଜି ଦିନ ୧ଟା ୨୮ରେ ନନ୍ଦ ସାର୍‌ଙ୍କ ପରଲୋକ ନେଇ ସମ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ। ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର୍। ଗାଁର ଛୋଟ ଛୋଟ ପିଲାଙ୍କୁ ଦଶନ୍ଧି ଦଶନ୍ଧି ଧରି ସେ ମାଗଣାରେ ପାଠ ପଢ଼ାଉଥିଲେ। ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶବ୍ୟାପୀ ପରିଚିତ କରିଥିଲା। ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ନନ୍ଦ ସାର୍‌  ସମ୍ମାନଜନକ ପଦ୍ମଶ୍ରୀ ଗ୍ରହଣ କରିଥିଲେ।

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗୁରୁତର ଅବସ୍ଥାରେ ଡିସେମ୍ବର ୪ରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ। କୋଭିଡ୍ ଆକ୍ରାନ୍ତ ହୋଇ ନନ୍ଦ ସାର୍ ଯାଜପୁରରେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଅଧିକ ଖରାପ ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

Advertisment

ପଦ୍ମଶ୍ରୀ ନନ୍ଦ ସାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ନନ୍ଦ ସାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶିକ୍ଷା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇ ରହିବ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।

ସୁକିନ୍ଦା ବ୍ଳକ କନ୍ତିରା ଗାଁରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ସାର୍‌ ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଥିଲେ। ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରି ଆସୁଥିଲେ। ଯାହାକୁ ନେଇ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପୁରା ଦେଶରେ ଚର୍ଚ୍ଚା। 

Padma Shri Nanda Sir
Advertisment
Advertisment