Advertisment

ଓଟକୁ ଜଙ୍ଗଲରେ ଛାଡି ମାଲିକ ଛୁ : ଖାଇବା ବିହୁନେ ମରିଗଲା ନିରୀହ ଜୀବ

ସ୍ୱାର୍ଥ ସରିଗଲା ପରେ ପର କରିଦେଲା ସ୍ୱାର୍ଥପର ମଣିଷ । ନୀରିହ ପଶୁ ପାଇଁ ହଜିଗଲା ମାନବିକତା... । ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ । ଓଟକୁ ଜଙ୍ଗଲରେ ଛାଡ଼ି ଛୁ ମାରିଛି ମଣିଷ । ଓଟ ଯିଏ ନିସ୍ୱାର୍ଥ ପର ଭାବେ ତାର ମାଲିକକୁ ଜୀବନ ସାରା ରୋଜଗାର ଦେଇ ଆସୁଥିଲା, ଆଜି ସେ ଅଲୋଡ଼ା ହୋଇଗଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
ଓଟକୁ ଜଙ୍ଗଲରେ ଛାଡି ମାଲିକ ଛୁ : ଖାଇବା ବିହୁନେ ମରିଗଲା ନିରୀହ ଜୀବ

Ganjam

ଖଲ୍ଲିକୋଟ୍( ସିଲୁ ବିଶ୍ୱାଳ) : ହେ ମଣିଷ ମୁଁ ତୋ ଭାର ବୋହିଥିବା ଓଟ କହୁଛି... କଣ ବା ଭୁଲ କରିଥିଲି... ମୋତେ  ମଣିଷ ନିଜର ସ୍ଵାର୍ଥ ହାସଲ କରିବା ଲାଗି ପାଳିପୋଷି ନିଜ ଘରେ ଆଦରରେ ରଖିଥିଲା.. ବର୍ଷ ବର୍ଷ ଧରି ମୋତେ ବ୍ୟବହାର କରି ଟଙ୍କା ରୋଜଗାର କରିଲା... ଏଭଳି ବୃଦ୍ଧ ବୟସରେ ଅଚିହ୍ନା, ଅଜଣା ନିଛାଟିଆ ଜଙ୍ଗଲରେ ଏକା ଛାଡି ଚାଲିଗଲା ନିଷ୍ଠୁର ମାଲିକ.. । ଯେଉଁ ମାଲିକକୁ ନିଜର ଭାବି ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ସେବା କରିଥିଲି, ସେହି ମଣିଷର ଟଙ୍କା ରୋଜଗାରର ଆଧାର ପାଲଟି ଥିଲି.. ।  ଆଜି ସେ ପାଦରେ ଆଡ଼େଇ ଚାଲିଗଲା । ମୁ ଜାଣି ନଥିଲି ପରି ଶେଷରେ ମୋ ସହ ଏତେ ବଡ ବିଶ୍ଵାସଘାତକ କରିବ ବୋଲି . . . ।

Advertisment

ସ୍ୱାର୍ଥ ସରିଗଲା ପରେ ପର କରିଦେଲା ସ୍ୱାର୍ଥପର ମଣିଷ । ନୀରିହ ପଶୁ ପାଇଁ ହଜିଗଲା ମାନବିକତା... । ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ । ଓଟକୁ ଜଙ୍ଗଲରେ ଛାଡ଼ି ଛୁ ମାରିଛି ମଣିଷ । ଓଟ ଯିଏ ନିସ୍ୱାର୍ଥ ପର ଭାବେ ତାର ମାଲିକକୁ ଜୀବନ ସାରା ରୋଜଗାର ଦେଇ ଆସୁଥିଲା, ଆଜି ସେ ଅଲୋଡ଼ା ହୋଇଗଲା । ଯେତେବେଳେ ଓଟଟି ବୃଦ୍ଧ ଅବସ୍ଥାକୁ ଆସିଲା, ସେହି ସମୟରେ ଖଲ୍ଲିକୋଟ ଅଞ୍ଚଳର ଏକ ଜଙ୍ଗଲରେ ଛାଡ଼ି ମାଲିକ ଏକା କରି ପଳାଇଛି । ଆଉ ଏବେ ଖାଇବା ବିହୁନରେ ଓଟଟି ସବୁଦିନ ପାଇଁ ଦୁନିଆ ଛାଡ଼ି ଦେଇଛି । ହେଲେ ଓଟର ମାଲିକ ଏବେ କେଉଁଠି ତାହା ଜଣାପଡିନାହିଁ ।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଓଟଟିକୁ ନେଇ ମାଲିକ ଗାଁ ଗାଁରେ ତଥା ବିଭିନ୍ନ ଜାନିଯାତ୍ରାରେ ବହୁ ଟଙ୍କା ରୋଜଗାର କରୁଥିଲା । ଆଉ ଏବେ ଜଙ୍ଗଲରେ ଓଟଟି ତିନିଦିନ ହେଲା ଅସହାୟ ଅବସ୍ଥାରେ ବୁଲୁଥିବାର ବୁଲୁଛି । ତେବେ ଖାଇବା ପିଇବା ବିହୁନରେ ମରିଯାଇଛି । ସେପଟେ ଏହି ଦୃଶ୍ୟ ପଶୁ ପ୍ରେମୀ ମାନକ ମନକୁ ଶକ୍ତ ଆଘାତ ଦେଇଛି । ଯେଉଁ ନିଷୁର ମାଲିକ ଏଭଳି ଅବସ୍ଥାରେ ଛାଡି ଚାଲି ଯାଇଛି, ତାକୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇ ଦାବି କରିଛନ୍ତି ।

Ganjam Odisha
Advertisment
Advertisment