Advertisment

ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ସାମ୍ବାଦିକ ମନୋରଞ୍ଜନ

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
OTV Senior Reporter Manoranjan Joshi

OTV Senior Reporter Manoranjan Joshi

ସବୁବେଳେ ସାଧାରଣ ମଣିଷଙ୍କ ଦୁଃଖ, ଦୁର୍ଦ୍ଦଶା ଓ ସମସ୍ୟାକୁ ସାମ୍ନାକୁ ଆଣି ଖବର ପରିବେଷଣ କରୁୁଥିବା ସାମ୍ବାଦିକଟିଏକୁ, ବୃତ୍ତିଗତ ଦାୟିତ୍ୱ ସମ୍ପାଦନବେଳେ କେମିତି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ନିକଟରେ ତାର ଉଦାହରଣ ଦେଖିବାକୁ ମିଳିଥିଲା ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାର ସୁଟିଂ ସମୟରେ। ଏହି କାର୍ଯ୍ୟକ୍ରମର ଆଙ୍କର ତଥା ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଶୀଙ୍କ ଫୋନନ୍‌କୁ ଆସିଥିଲା ଏକ ଦୁଃଖଦ ଖବର।

Advertisment

ଆରପଟୁ ଜଣେ ବନ୍ଧୁ ଜଣାଇଥିଲେ, ତାଙ୍କ ମାଆ ଚାଲିଗଲେ। ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ସୁଟିଂ ପାଇଁ ସବୁ ପ୍ରସ୍ତୁତି ସରିଥିବାରୁ SHOW MUST GO ON ମନୋଭାବ ନେଇ ସାକ୍ଷାତକାରକୁ ସମ୍ପୂର୍ଣ୍ଣ କରିଥିଲେ ମନୋରଞ୍ଜନ। ଆଉ ଶୋ ସରିବା ପରେ କୋହ ସମ୍ଭାଳି ପାରିନଥିଲେ।

Advertisment

ସେପଟେ ହୃଦୟ ଦୋହଲାଇ ଦେଲାଭଳି ପରିସ୍ଥିତି ଭିତରେ ବି ଜଣେ କର୍ତ୍ତବ୍ୟପରାୟଣ ସାମ୍ବାଦିକର ବଳିଷ୍ଠ ଉଦାହରଣ ସାଜିଥିବା ମନୋରଞ୍ଜନଙ୍କୁ ଏବେ ସୋସିଆଲ୍ ମିଡ଼ିଆ ସହ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।

ଏନେଇ ମନୋରଞ୍ଜନ ଯୋଶୀ କହିଛନ୍ତି ଯେ, ଖୋଲାକଥାର ଏ ଅଧ୍ୟାୟ ମୋ ପାଇଁ ସ୍ମରଣୀୟ, ସ୍ୱତନ୍ତ୍ର। ସୁଟିଂ ବେଳର କଥା। ସୁଟିଂ ପାଇଁ ସବୁ ପ୍ରସ୍ତୁତ ସରିଯାଇଥାଏ। ଆଗରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ବସିଥାନ୍ତି। ଯେତେବେଳେ ସୁଟିଂ ଆରମ୍ଭ ହେଲା, ସେତେବେଳେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ଫୋନ୍‌ ଆସିଲା। ମୁଁ ଫୋନ୍‌ ରିସିଭ୍ କରିବା ପରେ ମାଙ୍କ ଦେହାନ୍ତ ହୋଇଯାଇଛି, ଶୀଘ୍ର ଘରକୁ ଆସିବାକୁ ପଡ଼ିବ ବୋଲି ସେ କହିଥିଲେ। ସତେ ଯେମିତି ମୋ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା।

ସେ ଆହୁରି କହିଛନ୍ତି ଯେ ସେତେବେଳେ ମୋ ମାଙ୍କ ସହିତ ସ୍ମୁତି ଓ ଅନୁଭୂତି ଜୀବନ୍ତ ହୋଇଉଠିଲା। ମୋର ଅବସ୍ଥା ଦେଖି ଶୋ କ୍ୟାନ୍‌ସଲ୍‌ କରିଦେବା ପାଇଁ ତାରା କହିଥିଲେ। ଏପରିକି ମୋର କ୍ୟାମେରା ମେମ୍ବର ମଧ୍ୟ ସମାନ କଥା କହିଥିଲେ। ମୋ ମା' ସବୁବେଳେ କହୁଥିଲେ- କାମ କର, କର୍ତ୍ତବ୍ୟକୁ ଆଗ ପ୍ରାଧାନ୍ୟ ଦିଅ। ମାଙ୍କ ସେଇ କଥା ମନେ ପକାଇ ଶୋ ଆରମ୍ଭ କରିଥିଲି। ଏଇ ଶୋ କେବଳ ମୋ ମାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି। 

OTV Journalist Sambalpur
Advertisment
Advertisment