• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୯୮୮ ମସିହାରୁ କ୍ରମାଗତ ଭାବରେ ଡିସେମ୍ବର ୧କୁ ବିଶ୍ୱ ଏଡ୍‌ସ୍ ଦିବସ ଭାବେ ପାଳନ କରାଯାଉଛି । ବିଗତ ୩୩ ବର୍ଷ ମଧ୍ୟରେ ଆଧୁନିକ ଚିକିତ୍ସାରେ ଅନେକ ପରିବର୍ତ୍ତନ ଆସିଛି ଯାହା ଏଚ୍‌ଆଇଭିର ବିପଦକୁ ହ୍ରାସ କରିବାରେ ସଫଳ ହୋଇଛି । ଏକ ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ ଏଚ୍ଆଇଭିରେ ପୀଡିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ପିଲାଙ୍କ ସଂଖ୍ୟା ହେଉଛି ୧୮ଲକ୍ଷ । ଏତେ ସଂଖ୍ୟକ ଜନସଂଖ୍ୟା ପାଇଁ ଏଚ୍ଆଇଭି ପରି ଏକ ଭୟଙ୍କର ରୋଗ ସହ ଲଢିବା ନିଶ୍ଚିତ ଏକ ବଡ଼ ଆହ୍ୱାନ। କିନ୍ତୁ ଆଧୁନିକ ଚିକିତ୍ସାର ଅନେକ ପରିବର୍ତ୍ତନ ମିଳିତ ଜାତିସଂଘ ପରି ଏକ ସଂଗଠନକୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦ୍ୱାରା ଜାଗରଣ କରିବାକୁ ଉତ୍ସାହିତ କରିଥିଲା, ​ଯେଉଁଥିରେ ୨୦୩୦ ସୁଦ୍ଧା ଏହି ରୋଗ ଦୂର କରିବାର ଏକ ପ୍ରଭାବଶାଳୀ ଉପାୟ ବିଷୟରେ ଆଲୋଚନା କରାଯାଇଥିଲା।

୧- ଏଡସ୍ ଓ ମୃତ୍ୟୁ

ଏକ ଦଶନ୍ଧି ପୂର୍ବରୁ ଯେତେବେଳେ ଜଣେ ରୋଗୀ ଜାଣିବାକୁ ପାଉଥିଲେ ଯେ ସେ ଏଚ୍ଆଇଭି ପଜିଟିଭ୍, ଏହା ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଭଳି ଲାଗୁଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି। ଏଡସ୍ ରୋଗରେ ପୀଡିତ ବ୍ୟକ୍ତି ମଧ୍ୟ ଆଧୁନିକ ଔଷଧ ସାହାଯ୍ୟରେ ସାଧାରଣ ଜୀବନଯାପନ କରିପାରୁଛି। ଗ୍ଲୋବାଲ ସିଟିଜେନ୍‌ରେ ପ୍ରକାଶିତ ଏକ ଆର୍ଟିକିଲ୍‌ ଅନୁଯାୟୀ, ୧୯୫୪ ରୁ ୧୯୮୮ ମଧ୍ୟରେ ଏଚ୍ଆଇଭି ପଜିଟିଭ୍ ଥିବା ୭୮ ପ୍ରତିଶତ ଲୋକ ମୃତ୍ୟୁର ଶିକାର ହୋଇଥିବାରୁ ଏଡସ୍‌କୁ ମୃତ୍ୟୁର ରୋଗ ବୋଲି କୁହାଯାଉଥିଲା। କିନ୍ତୁ ୨୦୦୫ ରୁ ୨୦୦୯ ମଧ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫ ଶତକଡାକୁ ଖସିଆସିଥିଲା। ଆଜିର ସମୟରେ ଏଚ୍ଆଇଭି ପଜିଟିଭ୍ ଭାବରେ ଚିହ୍ନଟ ହେବା ପରେ ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ୍ ଔଷଧ ରୋଗୀକୁ ସାଧାରଣ ଜୀବନଯାପନ କରିବାରେ ସାହାଯ୍ୟ କରୁଛି।

୨- ସଂକ୍ରମଣ ଆଶଙ୍କା କମ

ଏଚ୍ଆଇଭିରେ ପୀଡିତ ବ୍ୟକ୍ତି ଚିକିତ୍ସା ପରେ ସେହି ଅବସ୍ଥାରେ ପହଞ୍ଚିପାରିବେ ଯେଉଁଠାରେ ସଂକ୍ରମିତ ଜୀବାଣୁର ମାତ୍ରା ନଥିବା ଭଳି ରହିବ। ତେଣୁ ଏଭଳି ବ୍ୟକ୍ତିଙ୍କଠାରୁ ଏଡସ୍ ସଂକ୍ରମଣ ହେବାର ଆଶଙ୍କା ଖୁବ କମ ହୋଇଯାଏ । କାରଣ ସଂକ୍ରମିତ ଜୀବାଣୁ ସେମାନଙ୍କଠାରେ ପ୍ରାୟ ନ ଥାନ୍ତି।

୩- ଔଷଧ ବ୍ୟବହାର

ପୂର୍ବରୁ ସମୟରେ ଏଡ୍‌ସ୍‌କୁ ଏଡାଇବା ପାଇଁ ନିରାପଦ ଯୌନ ସଂପର୍କରେ କଣ୍ଡୋମ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ୨୦୧୨ ମସିହାରୁ FDA ଅନୁମୋଦନ ପରେ ବଜାରକୁ ନୂଆ ଔଷଧ ଆସିଯିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।

୪- ଚିକିତ୍ସା ବିଜ୍ଞାନରେ ପରିବର୍ତ୍ତନ

୯୦ ଦଶକ ପର୍ଯ୍ୟନ୍ତ ଏଡ୍‌ସ୍‌ରେ ପୀଡିତ ଲୋକଙ୍କୁ ଦିନକୁ ୨୦ଟି ଔଷଧ ଖାଇବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ରୋଗର ଚିକିତ୍ସା ପାଇଁ ଅଧିକାଂଶ ଲୋକଙ୍କୁ କେବଳ ଗୋଟିଏ ଔଷଧ ସେବନରେ ସୀମିତ କରାଯାଇଛି। ଉନ୍ନତ ଧରଣର ଔଷଧ ଉଦ୍ଭାବନ ଏବଂ ଚିକିତ୍ସା ବିଜ୍ଞାନରେ ପରିବର୍ତ୍ତନ ହେତୁ ଏହା ସମ୍ଭବ ହୋଇପାରିଛି।

୫- ଏଚ୍ଆଇଭି ଜୀବାଣୁ ବୃଦ୍ଧିରେ ରୋକ୍‌

ଏଡ୍‌ସ୍‌ର ଚିହ୍ନଟ ପରେ ୧୯୮୬ ମସିହାରେ ଏହାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ନାମ AZT ଥିଲା ଏବଂ ଏହା ଏକ ପ୍ରକାର କ୍ଲିନିକାଲ୍ ଟ୍ରାଏଲ୍ ଥିଲା ଯାହା ପୀଡିତଙ୍କ ପ୍ରତିରୋଧକ ଶକ୍ତି ବଢାଉଥିଲା। କିନ୍ତୁ ୨୦୧୫ ସୁଦ୍ଧା ଏଡ୍‌ସ୍‌ର ଚିକିତ୍ସା ପଦ୍ଧତି ସଂପୂର୍ଣ୍ଣ ବଦଳି ଯାଇଥିଲା। ୱେବ୍ ଡଟ୍ କମ୍ ୱେବ୍‌ସାଇଟ୍ ଅନୁଯାୟୀ, ୨୦୧୫ ସୁଦ୍ଧା ୧ କୋଟି ୫୮ଲକ୍ଷ ଲୋକ ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା ନେବା ଆରମ୍ଭ କରି ଦେଇଥିଲେ, ଯାହା ଏଚ୍ଆଇଭି ଜୀବାଣୁ ବୃଦ୍ଧିକୁ ରୋକିବାରେ ସଫଳ ହୋଇଥିଲା।

୬- ଯକ୍ଷ୍ମା ହେବନି ପ୍ରତିବନ୍ଧକ

ଯକ୍ଷ୍ମା ହେତୁ ଏଡ୍‌ସ୍‌ ପୀଡିତ ଲୋକଙ୍କଠାରେ ମୃତ୍ୟୁ ଏକ ସାଧାରଣ କଥା ଥିଲା। କିନ୍ତୁ ବର୍ତ୍ତମାନ ଏଭଳି ରୋଗୀମାନଙ୍କଠାରେ ମଧ୍ୟ ଅନେକ ଉନ୍ନତି ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଔଷଧ ପ୍ରତିରୋଧକ ରୋଗୀଙ୍କୁ ୨ ବର୍ଷ ପରିବର୍ତ୍ତେ ୪ ମାସରେ ଚିକିତ୍ସା କରାଯାଇପାରିବ। ତେଣୁ ଏହା ଦ୍ୱାରା ଏଡ୍‌ସ୍ /ଏଚ୍ଆଇଭିରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ଯକ୍ଷ୍ମା ମୃତ୍ୟୁର କାରଣକୁ କମେଇ ଦିଆଯାଇପାରିବ। ଚଳିତ ବର୍ଷ ମେଲ୍‌ବୋର୍ଣ୍ଣରେ ଏକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି।

Other Stories