Advertisment

ହାତ ଛାଡ଼ିଦେଲେ ୫ ପୁଅ, ରାତି ଅଧରେ କାଳିଆ ଦର୍ଶନରେ ବାହାରିଲେ ୮୮ ବର୍ଷର ବୃଦ୍ଧ

ରାତିର ଘନ ଅନ୍ଧାର ଭିତରେ ଚାଲୁଥାନ୍ତି । ଗୋଟିଏ ଆଶା, କାଳିଆ ପୁଅ ପାଖକୁ ଯିବି। ସେ ଆଶ୍ରୟ ଦେବ। ମଝିରେ ବର୍ଷା ବି ହେଉଥାଏ। ହେଲେ ସେଥିକି ଖାତିର ନ ଥାଏ। ଏହା କେଉଁ ଫିଲ୍ମର କାହାଣୀ ନୁହେଁ। ଜଣେ ହତଭାଗ୍ୟ ବାପାର ଦୁଃଖଭରା ଅନୁଭୂତି।

author-image
Minati Mishra
ଅଦ୍ୟତନ ହୋଇଛି
ହାତ ଛାଡ଼ିଦେଲେ ୫ ପୁଅ, ରାତି ଅଧରେ କାଳିଆ ଦର୍ଶନରେ ବାହାରିଲେ ୮୮ ବର୍ଷର ବୃଦ୍ଧ

old man walked to puri from bbsr

ପୁରୀ: ପଚାରିଲେନି ୫ ପୁଅ। ଅକଥନୀୟ ନିର୍ଯାତନା ଦେଲେ। ଘରୁ ତଡ଼ିଦେଲ। ବୁଢା ବୟସରେ କୁଆଡେ ଯିବେ ? ପିଲାମାନଙ୍କ ପାଦ ଧରି ନେହୁରା ହେଲେ । ହେଲେ କେହି ତାଙ୍କୁ ଦୁଃଖ ଶୁଣିଲେନି। କେହି ଲୁହ ପୋଛି ଦେଲେନି କି ସହାୟତାର ହାତ ବଢାଇଲେନି। ଓଲଟା ଗୋଡ଼ ଛାଟି ପଳାଇଗଲେ। ୫ ପୁଅ ଓ ଗୋଟିଏ ଝିଅକୁ ଜନ୍ମ ଦେଲେ। ମଣିଷ କଲେ। ହେଲେ ମମସ୍ତେ ପର କରିଦେଲେ ! ସେବା ଶୁଶ୍ରୂଷା ତ ପର କଥା, ଶତ୍ରୁ ପରି ବ୍ୟବହାର କଲେ, ମାରଧର, ଗାଳିଗୁଲଜ କଲେ।  ଅଭିମାନରେ ଭରିଗଲା ବୃଦ୍ଧ ବାପାର ମନ। ଏ ମିଛ ସଂସାରରେ ସମସ୍ତେ ପର..କେବଳ କାଳିଆ ନିଜର। ଏହା ଭାବି ବାହାରି ଆସିଲେ ଘରୁ। 
ରାତିର ଘନ ଅନ୍ଧାର ଭିତରେ ଚାଲୁଥାନ୍ତି । ମଝିରେ ବର୍ଷା ବି ହେଉଥାଏ। ହେଲେ ସେଥିକି ଖାତିର ନ ଥାଏ। କାଳିଆ ଭରସାରେ ଚାଲିଥାନ୍ତି। ଏ କେଉଁ ଫିଲ୍ମର କାହାଣୀ ନୁହେଁ। ଜଣେ ହତଭାଗ୍ୟ ବାପାର ଦୁଃଖଭରା ଅନୁଭୂତି। 
ଗତକାଲି ବିଳମ୍ବିତ ରାତିରେ ବର୍ଷାରେ ଭିଜି ଭିଜି ପୁରୀ ଅଭିମୁଖେ ଯାଉଥିଲେ ୮୮ ବର୍ଷର ଏଇ ବୃଦ୍ଧ ଜଣକ। ଘର ତାଙ୍କର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଦେଉଳିପାଟଣାରେ। ନାଁ ଭଗବାନ ସାହୁ। ତାଙ୍କର ୫ ପୁଅ ଓ ଗୋଟିଏ ଝିଅ । ଚନ୍ଦ୍ରଶେଖରପୁରରେ ରହୁଥିବା ପୁଅ-ବୋହୂଙ୍କ ପାଖରେ ରହୁଥିଲେ।  ହେଲେ ବାର୍ଦ୍ଧକ୍ୟରେ ଆଜି ଏକ ଏକା ଚାଲିଛନ୍ତି ବୃଦ୍ଧ ବାପା। ୬ ପିଲାଙ୍କ ହାତ ଧରି ଦୁନିଆରେ ଜିଇଁବା ଶିଖାଇଲେ, ହେଲେ ବାର୍ଦ୍ଧକ୍ୟରେ କେହି ତାଙ୍କ ହାତ ଥାମିଲେନି। ଏପରିକି ଯେଉଁ ପୁଅ-ବୋହୂଙ୍କ ପାଖରେ ରହୁଥିଲେ ସେମାନେ ଗାଳିଗୁଲଜ, ମାରଧର ବି କରୁଥିଲେ।     
  ଚନ୍ଦନପୁର ପାଖରେ  ବୃଦ୍ଧ ଜଣକ ବର୍ଷାରେ ଭିଜି ଭିଜି ଯାଉଥିବା କିଛି ଲୋକ ଦେଖି ତାଙ୍କ ପାଖରେ ଅଟକିଥିଲେ। ରାତିରେ କୁଆଡେ ଯାଉଛି ବୋଲି ପଚାରିବାରୁ କାନ୍ଦି କାନ୍ଦି କାଳିଆ ଦର୍ଶନ ପାଇଁ ଯାଉଥିବା କହିଥିଲେ। ହେଲେ ବସ୍‌, ମଟର ଚାଲୁନି। ଚାଲି ଚାଲି କାହିଁକି ଯାଉଛ ବୋଲି ପଚାରିବାରୁ ନିଜ କୋହ ସମ୍ଭାଳି ପାରି ନ ଥିଲେ ବୃଦ୍ଧ ଜଣକ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଥିଲେ। ପୁଅ-ବୋହୂମାନେ  ମାରଧର କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଖାଇବାକୁ ଦେଉ ନାହାନ୍ତି। କିଛି ଉପାୟ ନ ପାଇ ଶେଷରେ ରାତି ଅଧରେ ଘର ଛାଡ଼ି କାଳିଆ ପାଖକୁ ଚାଲି ଆସିଛନ୍ତି। 
ସ୍ଥାନୀୟ ଲୋକମାନେ ତାଙ୍କୁ ଆଶ୍ୱାସନା ଦେବା ସହ ବୀର ପ୍ରତାପପୁର ନିକଟରେ ଥିବା ଜରାଶ୍ରମ ନୀଳାଦ୍ରିନିଳୟରେ ରଖାଇବାର ବ୍ୟବସ୍ଥା କରିଛନ୍ତି। 

Advertisment
Odisha News Puri Srimandir
Advertisment
Advertisment