Advertisment

ଉପଭୋକ୍ତା ପାଇଁ ହାଲୁକା ହେବାର ନାହିଁ ବିଜୁଳି ଦର ବୋଝ

ଅନ୍ୟପଟେ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ଓଏଚପିସିର ଆଉ ଏକ ରିଭ୍ୟୁ ପିଟିସନ୍। କାହିଁକିନା ପୁନର୍ବିଚାର କରି ୟୁନିଟ୍ ପିଛା ଦର ବୃଦ୍ଧି ଲାଗି ଓଏଚପିସି କରିଥିବା ଆବେଦନକୁ ଓଇଆରସି ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରୁ ଏହା ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

author-image
Chandan Shishu
Heavy Electric Bill

Heavy Electric Bill

ଭୁବନେଶ୍ୱର: ପୁଣି ଥରେ ବଢ଼ିପାରେ ବିଦ୍ୟୁତ ଦର। ବୃଦ୍ଧି ନିଷ୍ପତ୍ତିକୁ ବଳବତ୍ତର ରଖିବା ସହ ବିଚାର ପାଇଁ ଥିବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ଓଇଆରସି। କହିଛନ୍ତି- ଆବେଦନର ପୁନଃ ସମୀକ୍ଷା କରିହେବନି, ଆବେଦନକାରୀ ଚାହିଁଲେ କୋର୍ଟ ଯାଇପାରନ୍ତି। ତେଣୁ ଓଇଆରସିର ଏହି ନିଷ୍ପତ୍ତି ପରେ ଏବେ ବିଜୁଳି ଦର କମିବାର ତ ଆଶା ନାହିଁ ବରଂ ବଢିବାର ଆଶଙ୍କା କରାଯାଉଛି। କାରଣ ପୁଣି ଟାରିଫ୍ ବୃଦ୍ଧି ଦାବିରେ OHPCର ଆବେଦନ ଉପରେ ଆସନ୍ତା ୨୬ରୁ ଶୁଣାଣି ଆରମ୍ଭ ହେବାର ଅଛି।

Advertisment

ଉପଭୋକ୍ତା ପାଇଁ ହାଲୁକା ହେବାର ନାହିଁ ବିଜୁଳି ଦର ବୋଝ। ମଉଳିଲା ବର୍ଦ୍ଧିତ ଦର ହ୍ରାସ ଆଶା। ଏପ୍ରିଲରୁ ଘରୋଇ ବ୍ୟବହାର ପାଇଁ ବିଜୁଳି ଦରରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପରେ ତେଜିଥିଲା ଅସନ୍ତୋଷ। ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ। ନିଷ୍ପତ୍ତିର ପୁନର୍ବିଚାର ଓ ପ୍ରତ୍ୟାହାର ଦାବିରେ ଓଇଆରସି ବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ରିଭ୍ୟୁ ପିଟିସନ୍ ଦାୟର ହୋଇଥିଲା। ଆଶା ଥିଲା, ଶୁଣାଣିର ସୁଫଳ ମିଳିବ, ଦରବୃଦ୍ଧି ନିର୍ଦ୍ଦେଶନାମାର ସମୀକ୍ଷା ହେବ ହେଲେ ଓଇଆରସି କିନ୍ତୁ ଏହି ପିଟିସନକୁ ଖାରଜ କରି ଦେଇଛନ୍ତି।

କହିଛନ୍ତି- ପିଟିସନରେ ଦର୍ଶାଯାଇଥିବା ଯୁକ୍ତି ପୁନଃସମୀକ୍ଷା ପାଇଁ ନୁହେଁ ବରଂ ଅପିଲ୍ ପାଇଁ ଅନ୍ୟପକ୍ଷରେ ଉପଭୋକ୍ତା ମହାସଂଘର ଅଭିଯୋଗ, ଆବେଦନରେ ଦର୍ଶାଯାଇଥିବା କୌଣସି ଯୁକ୍ତିକୁ ଶୁଣିନଥିଲେ ଓଇଆରସି। ତେଣୁ ଏନେଇ ବିଚାରବିମର୍ଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛି ମହାସଂଘ।

Advertisment

ଅନ୍ୟପଟେ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ଓଏଚପିସିର ଆଉ ଏକ ରିଭ୍ୟୁ ପିଟିସନ୍। କାହିଁକିନା ପୁନର୍ବିଚାର କରି ୟୁନିଟ୍ ପିଛା ଦର ବୃଦ୍ଧି ଲାଗି ଓଏଚପିସି କରିଥିବା ଆବେଦନକୁ ଓଇଆରସି ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରୁ ଏହା ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ଟାରିଫ ନିର୍ଦ୍ଦେଶନାମାରେ ୟୁନିଟ୍ ପିଛା ଦର ୮୯.୨୮ ପଇସା ସ୍ଥିର କରିଥିଲେ ଓଇଆରସି। 

ହେଲେ ରାଜ୍ୟ ସରକାରଙ୍କ ପରିଚାଳିତ କମ୍ପାନି ଓଏଚପିସିର ଦାବି ୟୁନିଟ୍ ପିଛା ଦର ୯୫. ୩୬ ପଇସା ହେଉ। ତେବେ ଏପ୍ରିଲରେ ଟାରିଫ ବୃଦ୍ଧିକୁ ନେଇ ବଢ଼ୁଥିବା ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ନିଜ ଆଡୁ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ବିଧାନସଭାକୁ କହିଥିଲେ ଶକ୍ତି ମନ୍ତ୍ରୀ। ହେଲେ ଏଯାଏଁ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆ ନଯିବା ଅଭିଯୋଗ କରି ବିରୋଧୀ ବର୍ଷିଛନ୍ତି। ଏବେ ଅାସନ୍ତା ୨୬ରେ ହେବାକୁ ଥିବା ଓଏଚପିସି ଆବେଦନର ଶୁଣାଣିକୁ ଅପେକ୍ଷା।

OHPC Electric Bill OERC
Advertisment
Advertisment