Advertisment

ଓଡ୍ରାଫ୍ ବୋଟ୍ ଦୁର୍ଘଟଣା: ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OTV chief reporter Arindam Das No More

OTV chief reporter Arindam Das No More

ଭୁବନେଶ୍ୱର: ଆଜି ସକାଳୁ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ପଡ଼ିଥିଲା। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ  ହାତୀ ରେସ୍କ୍ୟୁ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଥିଲେ।

Advertisment

ନଦୀର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍‌ ଟିମ୍‌, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଦୁଃଖଦ ଘଟଣା, ଏଥିରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ରିସିଭ୍ ଡେଡ୍ ଘୋଷଣା କରିଛନ୍ତି। ବର୍ତ୍ତମାନ ପ୍ରଭାତ SCBରେ ଆଇସିୟୁରେ ଅଛନ୍ତି। ଏନେଇ SCB ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ। କ୍ରାଇମ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅରିନ୍ଦମ। ପରେ ପରେ କ୍ରାଇମ ସହ ଡିଜାଷ୍ଟର ରିପୋର୍ଟର ଭାବେ ସୁପରିଚିତ ହୋଇଥିଲେ ଅରିନ୍ଦମ। ବନ୍ୟା, ବାତ୍ୟା ବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲେ ସେ। ଜଣେ ଦୁଃସାହସୀ ସାମ୍ବାଦିକ ଭାବେ ସେ ଘରେ ଘରେ ପରିଚିତ ଥିଲେ। ରିସ୍କ ନେଇ ଏକ୍ସଟ୍ରା କରିବାକୁ ସବୁବେଳେ ଆଗକୁ ଆସୁଥିଲେ ଅରିନ୍ଦମ। ବନ୍ୟପ୍ରାଣୀ ସଂପର୍କିତ ରିପୋର୍ଟରେ ମଧ୍ୟ ସେ ଦକ୍ଷ ଥିଲେ। ଏପରିକି ଆଜି ମଧ୍ୟ ମରଣ ମୁହଁରେ ପଡ଼ିବି ସେ ନିଜକୁ  ଚାହିଁ ନ ଥିଲେ। ଅନ୍ୟମାନେ କିପରି ଉଦ୍ଧାର ହେବେ ତାହା ଉପରେ ସେ ଗୁରୁତ୍ୱ ଦେଉ ଦେଉ ନିଜେ ଜୀବନ ହାରି ଦେଇଥିଲେ । 

Advertisment
OTV Reporter Arindam Das Arindam Das ODRAF Boat Mishap
Advertisment
Advertisment