/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627488013.jpg)
Nursing College
ଭୁବନେଶ୍ୱର: ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।
କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଖୋଲିବ ସମସ୍ତ କଲେଜ । DMETଙ୍କୁ ଗାଇଡ୍ ଲାଇନ୍ ଜଣାଇଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ACS । ପୂର୍ବ ପରି ଏହି ସମସ୍ତ କଲେଜର ଥିଓରୀ କ୍ଲାସ୍ ଅନ୍ଲାଇନ୍ ମାଧ୍ୟମରେ ହେବ । ୫୦ ପ୍ରତିଶତ ପିଲାଙ୍କୁ ନେଇ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ୍ ଆୟୋଜନ ହେବ ।
Also Read
କଲେଜକୁ ଆସିବା ଲାଗି ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ କରାଯାଇଛି । ଟିକା ନେଇଥିବା ଓ ନନେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଗ୍ରୁପ କରାଯିବ । ହଷ୍ଟେଲ ଓ ଲାଇବ୍ରେରୀ ପାଇଁ ସମାନ ନିୟମ ଲାଗୁ ହେବ । କ୍ୟାମ୍ପସରେ ସାମାଜିକ, ଧାର୍ମିକ ବା କ୍ରୀଡା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲ୍ ଆସିବା ମନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)