• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କବାଡ଼ିଆକୁ ସାଇକେଲ ଦିଆଯିବା କଥା ସରକାର ଜାଣିନାହାନ୍ତି

  • ସରକାରଙ୍କ ପାଖରେ ତଥ୍ୟ ନଥିବା ବିଧାନସଭାରେ କହିଲେ ମନ୍ତ୍ରୀ

  • ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର

ଭୁବନେଶ୍ୱର : କିଏ ନେଇଗଲା ମୋ ସାଇକେଲ ? ମନ୍ତ୍ରୀ ଜାଣିନାହାନ୍ତି କିନ୍ତୁ କବାଡ଼ିଆକୁ ବିକ୍ରି ହୋଇସାରିଛି ସାଇକେଲ । ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ମୋ ସାଇକେଲ୍ ଯୋଜନାରେ ଅନେକ ସାଇକେଲକୁ କବାଡ଼ିଆକୁ ବିକ୍ରି କରି ଦିଆଯାଇଛି । ହେଲେ ଏସମ୍ପର୍କରେ ନା ସରକାରଙ୍କ ପାଖରେ ଖବର ଅଛି, ନା ମନ୍ତ୍ରୀଙ୍କ ପାଖରେ ତଥ୍ୟ ରହିଛି । ବିଧାନସଭାରେ ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏପରି କିଛି ଜବାବ ଦେଇଛନ୍ତି ।

ବିଧାୟକ ସୁର ରାଉତରାୟ ମୋ ସାଇକେଲର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଆଉ ଏହାର ଜବାବ ରଖିଥଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । କୌଣସି ସାଇକେଲ୍ ଚୋରି କିମ୍ବା କବାଡ଼ିଆଙ୍କୁ ବିକ୍ରି କରାଯିବାର କୌଣସି ବି ତଥ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ । ୨୦୧୮ରେ ୩ଟି ସଂସ୍ଥାରୁ ୨୫ ହଜାର ଟଙ୍କା ଲେଖାଏଁ ଦୁଇ ହଜାରଟି ସାଇକେଲ୍ କିଣା ଯାଇଥିଲା । ହଜାରେ ସାଇକେଲ୍ ଚାଲୁଥିବା ବେଳେ ଆଉ ହଜାରେ ମରାମତି ହେଉଛି ବୋଲି ସେ କହିଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା । ହେଲେ ସାଇକେଲ ଯାଇ କବାଡ଼ି ଖାନାରେ । ତେଣୁ ୟା ପଛରେ କିଛି ବଡ଼ ଧରଣର ଅଭିସନ୍ଧି ଥିବା ସନ୍ଦେହ କରୁଥିଲେ ସହରବାସୀ ।

ସେପଟେ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭା ସରଗରମ ହୋଇଛି । ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୂକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି । ସେହିପରି ମାନସ ଦାସ ଆଦିବାସୀ ପରିବାର ଗୁଡିକ ଉପରେ ଅତ୍ୟାଚାର କରୁଥିଲେ ଏବଂ ବିଜେଡ଼ି ନେତାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଅନ୍ୟପଟେ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ପୋଲିସ ଫେଲ ମାରିଛି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ଡ଼ିଏଫଓକୁ ସୁରକ୍ଷା ଦିଆଯାଉଛି । ତେଣୁ ଏହି ସବୁ ଘଟଣାରେ ନିରପେକ୍ଷ ତଦନ୍ତ ଆବଶ୍ୟକ । ଏହା ବାଦ ରାଜ୍ୟ ହତ୍ୟା ଓ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ବଢ଼ି ଚାଲିଛି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ହାଜତ ମୃତ୍ୟୁ ପ୍ରସଙ୍ଗ ବି ଉଠାଇଛି ବିଜେପି ।