Advertisment

ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର ।

author-image
Satyendu Shekher Mishra
Farmer

Farmer

ଭୁବନେଶ୍ୱର: ପୁଳା ପୁଳା ପୁରସ୍କାର ଗଣ୍ଡା ଗଣ୍ଡା ଯୋଜନା ତା ପରେ ବି ବଦଳୁନି ଭାଗ୍ୟ । ଦୂର ହେଉନି ଦୁଃସ୍ଥିତି । ଆଜି ମଧ୍ୟ ଆୟ କ୍ଷେତ୍ରରେ ପଛୁଆ କୃଷି ପ୍ରଧାନ ଓଡ଼ିଶାର ଚାଷୀ । କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦେଶର ସବୁ ରାଜ୍ୟର ଚାଷୀଙ୍କ ଆୟ ନେଇ ଯେଉଁ ତଥ୍ୟ ରଖିଛନ୍ତି, ତାହା ଓଡ଼ିଶା ପାଇଁ ଅତ୍ୟନ୍ତ ନିରୁତ୍ସାହଜନକ ।

Advertisment

୨୦୧୮ ଜୁଲାଇରୁ ୨୦୧୯ ଜୁନ୍ ପର୍ଯ୍ୟନ୍ତ । ଗୋଟିଏ କୃଷି ବର୍ଷରେ ଓଡ଼ିଶାର ଗୋଟିଏ ଚାଷୀ ପରିବାରର ମାସିକ ଆୟ ମାତ୍ର ୫ ହଜାର ୧୧୨ ଟଙ୍କା । ଦେଶର ସମସ୍ତ ରାଜ୍ୟ ଭିତରୁ ଓଡ଼ିଶା ତଳଆଡୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କେବଳ ଝାଡଖଣ୍ଡ ୪ ହଜାର ୪୯୫ ଟଙ୍କା ସହ ସବୁଠୁ ତଳେ ରହିଛି । ତାଲିକାରେ ୧ ନମ୍ବର ସ୍ଥାନରେ ରହିଛି ମେଘାଳୟ । ସେଠାରେ ଚାଷୀ ପରିବାରର ମାସିକ ଆୟ ୨୯ ହଜାର ୩୪୮ ଟଙ୍କା । ପଞ୍ଜାବ ଦ୍ୱିତୀୟ ଓ ହରିୟାଣା ତୃତୀୟ ସ୍ଥାନରେ ରହିଛନ୍ତି । ଚାଷୀ ପରିବାରର ଆୟ ଜାତୀୟ ହାର ୧୦ ହଜାର ୨୧୮ ହୋଇଥିବା ବେଳେ ସେ ତୁଳନାରେ ବି ଯଥେଷ୍ଟ ପଛରେ ରହିଛି ଓଡ଼ିଶା ।

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ ବୋଲି କହି ଟାର୍ଗେଟ୍ କରିଛନ୍ତି ବିରୋଧୀ । ଏମିତିକି ରାଜ୍ୟ ସରକାରଙ୍କ ଧାନକିଣା ନୀତି ଓ ମଣ୍ଡି ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଖୋଦ୍ ବିଧାନସଭାର ଷ୍ଟାଣ୍ଡିଂ କମିଟି ।

Advertisment

ଚାଷୀଙ୍କ ପାଇଁ କାଳିଆ, ବଳିଆ ଭଳି ସିଧା ଆର୍ଥିକ ସହାୟତା ଯୋଜନା ଛଡ଼ା ସହଜରେ ଋଣ ଯୋଗାଣ ଲାଗି ମୃଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଯନ୍ତ୍ରପାତି କିଣାରେ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି, ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍ ଓ କୃଷକ କଲ୍ୟାଣ ଲାଗି ବିଏସକେଓ୍ୱାଇ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଚାଷୀ ଯେଉଁ ଗରିବକୁ ସେହି ଗରିବ ରହୁଥିବାରୁ ଯୋଜନାର ସୁଫଳ ପାଉଛି କିଏ, ତାକୁ ନେଇ ପ୍ରଶ୍ନ ଉଠିଛି ।

Farmer Issues
Advertisment
Advertisment