Advertisment

ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Electric Vehicle

Electric Vehicle

ଭୁବନେଶ୍ୱର: ରାଜ୍ୟର ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇ-ଯାନ ପଲିସିକୁ ମଂଜୁରୀ ମିଳିଛି। ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବା ଲକ୍ଷ୍ୟରେ ଏହି ଇ ଓଡ଼ିଶା ବୈଦୁତିକ ମୋଟର ଯାନ ନୀତି ୨୦୨୧ ଅଣାଯାଇଛି। ଏହି ନୀତି ଅନୁସାରେ ବୈଦୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ।

Advertisment

ସେହିଭଳି ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି। ଏହାବ୍ୟତୀତ ପୁରୁଣା ଗାଡ଼ି ସ୍କ୍ରାପ୍  ଓ ବୈଦୁତିକ ଗାଡ଼ି କିଣିବା ଲାଗି ଋଣ ବାଦଦକୁ ସୁଧ ଛାଡ଼ର ବ୍ୟବସ୍ଥା ରହିଛି।

ଆଜିର କ୍ୟାବିନେଟ୍ ବୈଠକରେ ମୋଟ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ଓଡ଼ିଶା ସ୍ୟାଣ୍ଡ ମାଇନିଂ ପଲିସି ମଧ୍ୟ କ୍ୟାବିନେଟରେ ପାସ ହୋଇଛି।

Advertisment

ସେହିପରି ଓଡ଼ିଶା ଭେଟେରିନାରୀ ସର୍ଭିସ କ୍ୟାଡର ସଂଶୋଧନକୁ ମଂଜୁରୀ ମିଳିଛି। ଆଉ ୪୫୯ ପଦବୀ ବଢ଼ିବ; ୧୪୮୧ ପଦବୀରୁ ବଢ଼ି ୧୯୧୦ ହେବ। ଏଡେଡ୍ କଲେଜ ରିଟାୟାର ବେନିଫିଟ୍ ସ୍କିମକୁ କ୍ୟାବିନେଟ ମଂଜୁରୀ ମିଳିଛି। ଆଞ୍ଚଳିକ ନିର୍ଦ୍ଦେଶକ କଲେଜ ଅଧ୍ୟକ୍ଷମାନଙ୍କ ପେନ୍‌ସନ୍ କରିପାରିବେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି ହୋଇଛି। ଏଣିକି ବ୍ଲକ ପକ୍ଷରୁ ସ୍କୁଲର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। 

Odisha Cabinet
Advertisment
Advertisment